WhatsApp ରେ ଆସିବ ପୁଣି ଏକ ମଜାଦାର୍ ଫିଚର୍ସ, ବଦଳିବ ଫଟୋ ପଠାଇବାର ତରିକା

WhatsApp ତାର ୟୁଜର୍ସ ମାନଙ୍କ ଚାଟିଂ ଅଭିଜ୍ଞତାକୁ ମଜାଳିଆ କରିବା ନୂଆ ଫିଚର୍ସ ଆଣିବାକୁ ଯାଉଛି । ଏହି ପର୍ଯ୍ୟାୟରେ, କମ୍ପାନୀ ବର୍ତ୍ତମାନ ଏକ ନୂତନ ଫିଚର୍ସ ଆଣିବାକୁ ପ୍ରସ୍ତୁତ ହେଉଛି । ଏହି ଫିଚର୍ସ ରୋଲଆଉଟ୍ ହେବା ପରେ, ୟୁଜର୍ସ ମାନେ ତୁରନ୍ତ ଷ୍ଟିକର୍ ଭାବରେ ସେମାନଙ୍କର ଫଟୋ ତିଆରି କରିବାରେ ସକ୍ଷମ ହେବେ । WhatsApp ଆସୁଥିବା ଏହି ନୂଆ ଫିଚର୍ସ ବିଷୟରେ WABetaInfo ସୂଚନା ଦେଇଛି ।

ନୂଆ ଫିଚର୍ସ ରୋଲଆଉଟ୍ ପରେ, ୟୁଜର୍ସ ମାନେ ଆପରେ ଏକ ନୂତନ ଫଟୋ ଅପଲୋଡ୍ କରିବା ପରେ କ୍ୟାପସନ୍ ବାର୍ ପାଖରେ ଏକ ନୂତନ ଷ୍ଟିକର୍ ଆଇକନ୍ ଦେଖି ପାରିବେ । ଏହି ଆଇକନ୍ ଚୟନ କରିବାବେଳେ WhatsAppରେ ଫଟୋ ବଦଳରେ ଷ୍ଟିକର୍ ଭାବରେ ଇମେଜ୍ ପଠାଇପାରିବେ । ରିପୋର୍ଟ ଅନୁଯାୟୀ, ପଠାଯାଇଥିବା ଫଟୋ ଏକ ଷ୍ଟିକର କି ନୁହେଁ ତାହା ମଧ୍ୟ ଉପଭୋକ୍ତାମାନେ ଯାଞ୍ଚ କରିବାରେ ସକ୍ଷମ ହେବେ।

WhatsApp ଆପକୁ ଆସୁଥିବା ଏହି ନୂଆ ଫିଚର୍ସ ବର୍ତ୍ତମାନ ବିକାଶ ପର୍ଯ୍ୟାୟରେ ଅଛି । WhatsApp ଡେସ୍କଟପ୍ ବ୍ୟବହାରକାରୀଙ୍କ ପାଇଁ କମ୍ପାନୀ ଖୁବ୍ ଶୀଘ୍ର ଏହାକୁ ରୋଲ ଆଉଟ୍ କରିବ । WhatsApp ଏହି ଫିଚର୍ସ ବର୍ତ୍ତମାନ ଡେସ୍କଟପ୍ 2.2137.3 ର ବିଟା ଭର୍ସନ ପାଇଁ ଉପଲବ୍ଧ। WABetaInfo ଏହି ଫିଚର୍ସ ବିଷୟରେ କହିଛି ଯେ ଏହା ୟୁଜର୍ସ ମାନଙ୍କୁ ତୁରନ୍ତ ଇମେଜ୍କୁ ଷ୍ଟିକରରେ ରୂପାନ୍ତର କରିବାକୁ ଅନୁମତି ଦେବ ଏବଂ ଏଥିପାଇଁ କୌଣସି ତୃତୀୟ ପକ୍ଷ ଆପ୍ ଆବଶ୍ୟକ ହେବ ନାହିଁ ।

WABetaInfo ଅନୁଯାୟୀ, ଏହି ଫିଚର୍ସ ବର୍ତ୍ତମାନ କେବଳ ଡେସ୍କଟପ୍ ପାଇଁ ବିକଶିତ ହେଉଛି । ରିପୋର୍ଟରେ ଏହା ମଧ୍ୟ ନିଶ୍ଚିତ ହୋଇଛି ଯେ ଆଣ୍ଡ୍ରଏଡ୍ ଏବଂ ଆଇଓଏସର ବିଟା ଭର୍ସନ ପାଇଁ କମ୍ପାନୀ ଏପର୍ଯ୍ୟନ୍ତ ଏହି ଫିଚର୍ସ ଉପରେ କାମ କରିବା ଆରମ୍ଭ କରିନାହିଁ । ତେବେ ଆଶା କରାଯାଉଛି ଯେ କମ୍ପାନୀ ଶୀଘ୍ର ଏହାର ମୋବାଇଲ୍ ଭର୍ସନରେ କାମ କରିବା ଆରମ୍ଭ କରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.