ହ୍ଵାଟ୍ସଆପ ପେ: ବର୍ତ୍ତମାନ ନିଜ ହ୍ଵାଟ୍ସଆପ ରେ ଚେକ କରନ୍ତୁ ବ୍ୟାଙ୍କ ବାଲାନ୍ସ, ଜାଣନ୍ତୁ ପ୍ରୋସେସ

ବର୍ତ୍ତମାନ ଡିଜିଟାଲ ମାର୍କେଟ ର ଚାହିଦା ଏତେ ବଢିଛି ଯେ, ସବୁ କାମ ଫୋନ ଓ କଂମ୍ୟୁଟର ମାଧ୍ୟମରେ ହିଁ ହେଉଛି । ଯେତେ ବଡ କାମ ହେଉନା କାହିଁକି ଆଉ ସେହି କାମହେଉଥିବା ସ୍ଥାନକୁ ଯାଇ ଘଣ୍ଟା ଘଣ୍ଟା ଧରି ଛିଡା ହେବା ପାଇଂ ପଡୁନାହିଁ । ସେ ବ୍ୟାଙ୍କ କାମ ହେଉ କିମ୍ବା ଅନ୍ୟ କୌଣସି କାମ, ବର୍ତ୍ତମାନ ସବୁ କିଛି ଅତି ସହଜ ହେଉଛି ଡିଜିଟାଲ ପ୍ଲାଟଫର୍ମ ପାଇଁ । ସବୁ କାମ ଅନଲାଇନ ମାଧ୍ୟମରେ ଏବେ ଶୀଘ୍ର ହୋଇଯାଉଛି । ତେଣୁ ସୋସିଆଲ ମିଡିଆ ମଧ୍ୟ ଏହି ଅନଲାଇନ ପ୍ଲାଟଫର୍ମ ର ଏକ ବଡ ପାର୍ଟ । ସେଥିପାଇଁ ସୋସିଆଲ ମିଡିଆ କମ୍ପାନୀ ସବୁ ବ୍ୟାଙ୍କ କାମ ମଧ୍ୟ କରିବା ପାଇଁ ନିଜ କମ୍ପାନୀକୁ ରେଡି କରାଉଛନ୍ତି ।

ଠିକ ସେହିପରି ଆପଣ ଜାଣିଥିବେ ଫୋନ ପେ, ଗୁଗଲ ପେ ଓ ଅନ୍ୟ ସବୁ ମନି ଟ୍ରାଞ୍ଜାକ୍ସନ ଆପ୍‌ ଆସିବା ପରେ ବ୍ୟାଙ୍କ ଶାଖାକୁ ମଧ୍ୟ ଏତେ ଯିବା ପାଇଁ ପଡୁନାହିଁ । ବର୍ତ୍ତମାନ ହ୍ଵାଟ୍ସଆପ ମଧ୍ୟ ଅନଲାଇନ ମନି ଟ୍ରାଞ୍ଜାକ୍ସନ କରୁଛି। ତେଣୁ ହ୍ଵାଟ୍ସଆପ ଏବେ ଆଣିଛି ଆଉ ଅନ୍ୟ ଏକ ନୂଆ ଅପଡେଟ ନିଜ ମନି ଟ୍ରାଞ୍ଜାକ୍ସନ ଶୈଳୀରେ । ଏବେ ଆପଣ ନିଜ ହ୍ଵାଟ୍ସଆପରେ ନିଜର ବ୍ୟାଙ୍କ ବାଲାନ୍ସ ଚେକ୍‌ କରିପାରିବେ ।

ତେବେ ଯେଉଁ ହ୍ଵାଟ୍ସଆପ ୟୁଜର୍ସ ‘ହ୍ଵାଟ୍ସଆପ ପେ’ ସର୍ଭିସ ରେ ନିଜର ରେଜିଷ୍ଟ୍ରେସନ କରିଛନ୍ତି ସେମାନେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ର ସବୁ ଡିଟେଲ୍ସ ଚେକ୍‌ କରି ପାରିବେ ନିଜ ହ୍ଵାଟ୍ସଆପରେ । ତେଣୁ ଆଜିର ଦୁନିଆରେ ଯଦି ଜଣେ ଚାହିଁବ ସେ କେଉଁଠି ନା କେଉଁଠି ନିଜର ବ୍ୟାଙ୍କ ବାଲାନ୍ସ ଦେଖିପାରିବେ । ଆପଣଙ୍କର ଯଦି ଠିକ ୟୁପିଆଇ ରହିଛି ତେବେ ମନି ଟ୍ରାଞ୍ଜାକ୍ସନ ଓ ନିଜର ଆକାଉଣ୍ଟ ବାଲାନ୍ସ ଚେକ କରିବା ଆପଣଙ୍କ ପାଇଁ ଅତି ସହଜ ହେବ । ତେବେ ବର୍ତ୍ତମାନ ହ୍ଵାଟ୍ସଆପ ହେଉଛି ସବୁଠାରୁ ବ୍ୟବହୃତ ହେଉଥିବା ଆପ୍ଲିକେସନ । ଯାହାକି ଏବେ ଟଙ୍କା ଟ୍ରାଞ୍ଜାକ୍ସନ ର ଏକ ନୂଆ ମାଧ୍ୟମ ପାଲଟିଛି । ଯାହା କି ଚାଟ୍‌ ପେମେଣ୍ଟ ସର୍ଭିସ, ଏହା ଗୁଗଲ ପେ ଓ ଫୋନ ପେ ପରି କାମ କରୁଛି । ହ୍ଵାଟ୍ସଆପ ପେ ଭାରତରେ ଆରମ୍ଭ ହୋଇଥିଲା ୨୦୧୮ ମସିହା ପେବୃୟାରୀରେ, ଯେତେବେଳେ କି ଏହା ଉପରେ ଆହୁରି କାମ ମଧ୍ୟ ଚାଲୁଥିଲା । ତେଣୁ ହ୍ଵାଟ୍ସ ଆପ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ,ଆଇସିଆଇସି ବ୍ୟାଙ୍କ,ଏଚ୍‌ ଡି ଏଫ୍‌ ସି ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କ ସହ ଡିଜିଟାଲ ପେମେଣ୍ଟ ପାଇଁ ପାର୍ଟନରସିପ କରିଛି । ତେଣୁ ନିଜ ଆପ୍‌ ର ଫିଚର ଉପରେ ଆହୁରି କାମ କରୁଛି ହ୍ଵାଟ୍ସଆପ ।

ବର୍ତ୍ତମାନ ଆସନ୍ତୁ ଜାଣିବା କିପରି ଆପଣ ନିଜ ହ୍ଵାଟ୍ସଆପ ରେ ନିଜର ବ୍ୟାଙ୍କ ବାଲାନ୍ସ ଚେକ କରିପାରିବେ

online money transaction
Picture Credit -Dreamstime

ମେଥଡ ଏ :

ଷ୍ଟେପ ୧. ନିଜ ଫୋନ ରେ ହ୍ଵାଟ୍ସଆପ ଆପ ଓପନ କରନ୍ତୁ । ଏହାପରେ ଏଥିରେ ଡାହାଣ ପାର୍ଶ୍ୱର ଉପରେ ଥିବା ଥ୍ରି ଡଟ କୁ କ୍ଲିକ କରି, ସେଟିଙ୍ଗ କୁ ଯାଆନ୍ତୁ ।
ଷ୍ଟେପ ୨. ସେକେଣ୍ଡ ରେ ପେମେଣ୍ଟ ଅପ୍ସନକୁ ଯାଆନ୍ତୁ,ବର୍ତ୍ତମାନ ଯେଉଁ ବ୍ୟାଙ୍କ ର ବାଲାନ୍ସ ଆପଣ ଚେକ କରିବାକୁ
ଚାହୁଁଛନ୍ତି ନିଜର ସେହି ବ୍ୟାଙ୍କ ଆକାଉଣ୍ଟକୁ ସିଲେକ୍ଟ କରନ୍ତୁ ଓ ବାଲାନ୍ସ ଚେକ କରନ୍ତୁ ।
ଷ୍ଟେପ ୩ . ଭ୍ୟୁ ବାଲାନ୍ସ ଉପରେ କ୍ଲିକ କରନ୍ତୁ ।
ଷ୍ଟେପ ୪. ୟୁପିଆଇ ପେମେଣ୍ଟ ମେଥଡ ସିକ୍ୟୁର ଥାଏ ଓ ସେଥିପାଇଁ ଆପଣ PIN ଇଁ ଏଣ୍ଟି୍ର କରାନ୍ତୁ ।
ଷ୍ଟେପ ୫. ୟୁପିଆଇ ପିନ ଦେବା ପରେ ଆପଣଙ୍କ ଆକାଉଣ୍ଟ ବାଲାନ୍ସ ଆପଣ ନିଜ ପୋନ ସ୍କ୍ରିନରେ ଦେଖି ପାରିବେ ।

whtasapp balance check
Picture Credit -Dreamstime

ମେଥଡ ବି:

ଆପଣ ଅନ୍ୟ କାହାକୁ ମନି ଟ୍ରାଞ୍ଜାକ୍ସନ କଲେ ନିଜର ବାଲାନ୍ସ ଦେଖି ପାରିବେ । ଆପଣଙ୍କୁ କିଛି ଷ୍ଟେପ ଫଲୋ କରିବାକୁ ପଡିବ ।
ଷ୍ଟେପ ୧. ପେମେଣ୍ଟ ନୋଟିଫିକେସନ ସ୍କ୍ରିନ ଆପଣଙ୍କ ହ୍ଵାଟ୍ସଆପରେ ଦେଖାଗଲେ ଆପଣଙ୍କୁ ପ୍ରେଫେରେଡ ପେମେଣ୍ଟ ମେଥଡ ଉପରେ କ୍ଲିକ କରିବାକୁ ପଡିବ ।
ଷ୍ଟେପ ୨ . ବର୍ତ୍ତମାନ ଆପଣ ଭ୍ୟୁ ଆମଉଣ୍ଟ ବାଲାନ୍ସ ଅପ୍ସନ ଉପରେ କ୍ଲିକ କରନ୍ତୁ ।
ଷ୍ଟେପ ୩. ଆପଣ ନିଜର ବ୍ୟାଙ୍କ ଆକାଉଣ୍ଟ ହିସାବରେ ରେଜିଷ୍ଟର କରିଥିବା ଆକାଉଣ୍ଟକୁ ସିଲେକ୍ଟ କରନ୍ତୁ ।
ଷ୍ଟେପ ୪ . ନିଜର UPI PIN ଦିଅନ୍ତୁ ।
ଷ୍ଟେପ ୫. ବର୍ତ୍ତମାନ ଆପଣ ଦେଖି ପାରିବେ ନିଜର ବ୍ୟାଙ୍କ ଆକାଉଣ୍ଟ ବାଲାନ୍ସ ।

ତେବେ ଏହା ପ୍ରାୟତ ଗୁଗଲ ପେ ସହିତ ସମାନ ବୋଲି ହ୍ଵାଟ୍ସଆପ କହିଛି । ତେଣୁ ହ୍ଵାଟ୍ସଆପ ପେମେଣ୍ଟ ଦ୍ୱାରା ଆପଣଙ୍କୁ କୌଣସି ଅସୁବିଧା ହେବନି ଓ ଏହା ସବୁଠାରୁ ସିକ୍ୟୁର ବୋଲି ମଧ୍ୟ ସୂଚନା ମିଳିଛି । ତେବେ ଆପଣଙ୍କ ହ୍ଵାଟ୍ସଆପ ନମ୍ବର ଆପଣଙ୍କ ବ୍ୟାଙ୍କ ସହିତ ଲିଙ୍କ ରହିଥିବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.