Below header

ଆସନ୍ତା କାଲିଠାରୁ ଏହିସବୁ ସ୍ମାର୍ଟଫୋନରେ ବନ୍ଦ ହୋଇଯିବ ହ୍ଵାଟ୍ସଆପ୍‌

ଆସନ୍ତା କାଲିଠାରୁ କିଛି ସ୍ମାର୍ଟଫୋନରେ ଇନଷ୍ଟାଣ୍ଟ ମ୍ୟାସେଜିଙ୍ଗ୍‌ ଆପ୍‌ ହ୍ଵାଟ୍ସଆପ୍‌ କାମ କରିବା ବନ୍ଦ ହୋଇଯିବ। ହ୍ଵାଟ୍ସଆପ୍‌ ନିଜର FAQ ସେକ୍ସନରେ ସୂଚନା ଦେବା ସହ ଆସନ୍ତା କାଲି ୩୧ ଡିସେମ୍ବର ୨୦୧୯ ପରେ ଏହି ଆପ୍‌ ଓ୍ଵିଣ୍ଡୋଜ୍‌ ମୋବାଇଲ ଅପରେଟିଂଗ ସିଷ୍ଟମରେ କାମ କରୁଥିବା କୌଣସି ଫୋନରେ ସପୋର୍ଟ କରିବ ନାହିଁ ବୋଲି ଜଣାଇଛି । ଏହି ଲିଷ୍ଟରେ କିଛି iOS ଏବଂ ଆଣ୍ଡ୍ରୋଏଡ୍‌ ଫୋନ ମଧ୍ୟ ରହିଛି, କିନ୍ତୁ ଏହି ଫୋନ ଉପରେ ଏହି ସର୍ଭିସ ୧ ଫେବୃଆରୀ ୨୦୨୦ରେ ବନ୍ଦ ହେବ।

ଯଦି ଆପଣଙ୍କ ସ୍ମାର୍ଟଫୋନ କିମ୍ବା ଅନ୍ୟ ଡିଭାଇସ ଆଣ୍ଡ୍ରୋଏଡ୍‌ର 2.3.7 ଭର୍ସନ (Gingerbread) କିମ୍ବା ଏହାଠାରୁ ପୁରୁଣା ଭର୍ସନରେ କାମ କରୁଛି ତେବେ ଏହା ଉପରେ ଆପଣ ୧ ଫେବୃଆରୀ ୨୦୨୦ରୁ ହ୍ଵାଟ୍ସଆପ୍‌ର ଲାଭ ଉଠାଇ ପାରିବେ ନାହିଁ। ସୂଚନା ମୁତାବକ ଆଣ୍ଡ୍ରୋଏଡ୍‌ ଜିଂଜରବ୍ରେଡ ଅପରେଟିଂଗ ସିଷ୍ଟମ ୨୦୧୦ରେ ଲଞ୍ଚ ହୋଇଥିଲା। ଏଥିରେ ପାଖାପାଖି ୧୦ ବର୍ଷ ପୁରୁଣା ଏହି ଅପରେଟିଂ ସିଷ୍ଟମରେ ହ୍ଵାଟ୍ସଆପ୍‌ କାମ କରିବା ବନ୍ଦ ହୋଇଯିବ।

WhatsApp-Android ୟୁଜର୍ସମାନେ ଏପରି ନିଅନ୍ତୁ ବ୍ୟାକଅପ:

ୟୁଜର୍ସ ସେଟିଂକୁ ଯାଇ ଚାଟ୍‌ରେ କ୍ଲିକ୍‌ କରନ୍ତୁ ଏବଂ ପୁଣି ଚାଟ୍‌ ବ୍ୟାକଅପ୍‌ (chat backup) ଆଇକନ୍‌ କୁ ଯାଇ ହ୍ଵାଟ୍ସଆପ୍‌ ଚାଟ୍‌ର ଗୁଗଲ୍‌ ଡ୍ରାଇଭରେ ବ୍ୟାକଅପ୍‌ ନେଇପାରିବେ।

ଓ୍ଵିଣ୍ଡୋଜ୍‌ ୟୁଜର୍ସମାନେ ଏପରି କରି ପାରିବେ ବ୍ୟାକଅପ୍‌:

ହ୍ଵାଟ୍ସଆପ୍‌ ଓପନ କରିବା ପରେ ସେଟିଂକୁ ଯାଇ ଚାଟ୍‌ ଏବଂ କଲ୍ସରେ କ୍ଲିକ୍‌ କରନ୍ତୁ ବା ବ୍ୟାକଅପ୍‌ରେ କ୍ଲିକ୍‌ କରି ଚାଟ୍‌ ବ୍ୟାକଅପ୍‌ କରିପାରିବେ।

Ios ୟୁଜର୍ସମାନେ ମଧ୍ୟ ଏଭଳି କରନ୍ତୁ ବ୍ୟାକଅପ୍‌:

ହ୍ଵାଟ୍ସଆପ୍‌ ସେଟିଂକୁ ଯାଇ ଚାଟ୍‌ରେ କ୍ଲିକ୍‌ କରନ୍ତୁ ଯାହା ପରେ ଆପଣଙ୍କୁ ଚାଟ୍‌ ବ୍ୟାକଅପର ଆଇକନ ପାଇ ପାରିବେ। ଏହି ଡିଭାଇସରେ ବ୍ୟାକଅପ୍‌ କରିବାର ସୁବିଧା iCloud ରେ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.