କେଉଁ ଦେଶରେ ରହିଛି ଦ୍ରୁତତମ ମୋବାଇଲ ଇଣ୍ଟରନେଟ ?

ଇଣ୍ଟରନେଟ ସ୍ପିଡ ମାମଲାରେ ଆମେ ୪ଜି କୁ ବିଦାୟ ଦେଇ ୫ଜି କୁ ସ୍ୱାଗତ କରିଛୁ । ମୋବାଇଲ ନିର୍ମାଣ ଠାରୁ ଆରମ୍ଭ କରି ଇଣ୍ଟରନେଟ ବ୍ୟବହାର ମାମଲାରେ ଭାରତ ଲାଗାତାର ଭାବେ ନୂଆ ରେକର୍ଡ କରୁୁଛି ।

(କେନ୍ୟୁଜ ବ୍ୟୁରୋ) : ଇଣ୍ଟରନେଟ ଏବଂ ମୋବାଇଲ ଆମ ଦୈନନ୍ଦିନ ଜୀବନ ସହିତ ଜଡ଼ିତ ହୋଇଯାଇଛି । କିଛି ଦିନ ମଧ୍ୟରେ ହିଁ ଇଣ୍ଟରନେଟ ଆମ ଜୀବନର ଏକ ଅଙ୍ଗ ହୋଇଯାଇଛି କହିଲେ ଭୁଲ ହେବ ନାହିଁ । ଇଣ୍ଟରନେଟ ସ୍ପିଡ ମାମଲାରେ ଆମେ ୪ଜି କୁ ବିଦାୟ ଦେଇ ୫ଜି କୁ ସ୍ୱାଗତ କରିଛୁ । ମୋବାଇଲ ନିର୍ମାଣ ଠାରୁ ଆରମ୍ଭ କରି ଇଣ୍ଟରନେଟ ବ୍ୟବହାର ମାମଲାରେ ଭାରତ ଲାଗାତାର ଭାବେ ନୂଆ ରେକର୍ଡ କରୁୁଛି । ଏହା ସତ୍ତ୍ୱେ ମଧ୍ୟ ଇଣ୍ଟରନେଟ ସ୍ପିଡ ମାମଲାରେ ଆମେ ନରୱେ, ୟୁଏଇ ଏବଂ କତାର ଭଳି ଦେଶ ଠାରୁ ବହୁ ପଛରେ ରହିଛୁ ।

ନରୱେ, ୟୁଏଇ ଏବଂ କତାର ଭଳି ଦେଶରେ ବିଶ୍ୱର ସବୁଠାରୁ ଦ୍ରୁତତମ ଇଣ୍ଟରନେଟ ସୁବିଧା ରହିଥିବା ଦାବି କରାଯାଇଛି । ଏହି ଦେଶରେ ଡିସେମ୍ବର ୨୦୨୨ ମସିହା ମଧ୍ୟରେ ୧୨୦ ଏମବିପିଏସରୁ ଅଧିକ ଇଣ୍ଟରନେଟ ସ୍ପିଡ ରହିଥିବା କୁହାଯାଇଛି । ଏହି ତାଲିକାରେ ନରୱେ ସର୍ବ ପ୍ରଥମ ରହିଥିଲା, ଯେଉଁଥିରେ ୧୨୬.୯୪ ଏମବିପିଏସ ରେ କନେକ୍ସନ ସ୍ପିଡ ରହିଥିଲା । ୧୨୬.୮୫ ଏମବିପିଏସ ମୋବାଇଲ କନେକ୍ସନ ସ୍ପିଡ ଭାବେ ୟୁଏଇ ଦ୍ୱିତୀୟ ସ୍ଥାନରେ ରହିଥିଲା । କତାର ୧୨୪.୨୮ ଏମବିପିଏସ ସ୍ପିଡରେ ତୃତୀୟ ସ୍ଥାନରେ ରହିଥିଲା ।

୧୧୬.୪୨ ଏମବିପିଏସ ସ୍ପିଡ ସହିତ ଚୀନ ଚତୁର୍ଥ ସ୍ଥାନ ଅଧିକାର କରିଥିଲା । ସେହିପରି ନେଦରଲ୍ୟାଣ୍ଡ ପଞ୍ଚମ ସ୍ଥାନ ତଥା ଡେନମାର୍କ ଷଷ୍ଠ ସ୍ଥାନରେ ରହିଥିଲା । ଏହି ତାଲିକାରେ କୁଏତ ଦଶମ ସ୍ଥାନରେ ରହିଥିଲା । କୁଏତରେ ମୋବାଇଲ ଇଣ୍ଟରନେଟ ସ୍ପିଡ ୯୫.୦୪ ଏମବିପିଏସ ରହିଥିଲା । ମୋବାଇଲ ଇଣ୍ଟରନେଟ ସ୍ପିଡ ମାମଲାରେ ନରୱେ ଗତ କିଛି ବର୍ଷ ଧରି ପ୍ରଥମ ସ୍ଥାନରେ ରହି ଆସିଛି । ୨୦୧୭ ମସିହାରେ ନରୱେରେ ୫୨.୬ ଏମବିପିଏସ ସ୍ପିଡ ଅନୁସାରେ ଏହା ଦୁନିଆରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ।

ଯେଉଁ ଦେଶ ମାନଙ୍କରେ ବ୍ରଡବ୍ୟାଣ୍ଡର ବ୍ୟବହାର ହେଉଛି, ସେଠାରେ ୫ଜି ପୂର୍ବ ଅପେକ୍ଷା ଅଧିକ ମୋବାଇଲ ଇଣ୍ଟରନେଟ କନେକ୍ସନ ସ୍ପିଡ ର ସଂଯୋଗ ଆଣିଛି । ବର୍ତ୍ତମାନ ୫ଜି ବ୍ୟବସାୟିକ ଭାବେ ଉପଲବ୍ଧ, ତେଣୁ ୬ଜି ଉପରେ ଧ୍ୟାନ ଦିଆଯାଉଛି । ୫ଜି ତୁଳନାରେ ୬ଜି ୧୦ ଗୁଣ ଅଧିକ କନେକ୍ସନ ସ୍ପିଡ ଦେଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.