ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ରଗ୍ବୀ ଇଭେଣ୍ଟର ସେମି ଫାଇନାଲରେ କିଟ୍ ବିଶ୍ୱବିଦ୍ୟାଳୟର ପୁରୁଷ ଓ ମହିଳା ଦଳ
ତୃତୀୟ ଲିଗ୍ ମ୍ୟାଚରେ ପୁରୁଷ ଓ ମହିଳା ଦଳ ମହାରାଷ୍ଟ୍ର କୋହ୍ଲାପୁରର ଶିବାଜୀ ବିଶ୍ୱବିଦ୍ୟାଳୟର ପୁରୁଷ ଓ ମହିଳା ଦଳକୁ ଯଥାକ୍ରମେ ୪୦-୦ ଓ ୩୬-୫ରେ ପରାସ୍ତ କରିଛନ୍ତି। କ୍ୱାର୍ଟର ଫାଇନାଲରେ କିଟ୍ ୨୨-୫ରେ କାଲିକଟ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି।
କେନ୍ୟୁଜ୍(ବ୍ୟୁରୋ):ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ରଗ୍ବୀ ଇଭେଣ୍ଟର ସେମି ଫାଇନାଲରେ କିଟ୍ ବିଶ୍ୱବିଦ୍ୟାଳୟ ପୁରୁଷ ଓ ମହିଳା ଦଳ। ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ରଗ୍ବୀ ଇଭେଣ୍ଟରେ କିଟ୍ ବିଶ୍ୱବିଦ୍ୟାଳୟର ପୁରୁଷ ଓ ମହିଳା ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି।
ତୃତୀୟ ଲିଗ୍ ମ୍ୟାଚରେ ପୁରୁଷ ଓ ମହିଳା ଦଳ ମହାରାଷ୍ଟ୍ର କୋହ୍ଲାପୁରର ଶିବାଜୀ ବିଶ୍ୱବିଦ୍ୟାଳୟର ପୁରୁଷ ଓ ମହିଳା ଦଳକୁ ଯଥାକ୍ରମେ ୪୦-୦ ଓ ୩୬-୫ରେ ପରାସ୍ତ କରିଛନ୍ତି। କ୍ୱାର୍ଟର ଫାଇନାଲରେ କିଟ୍ ୨୨-୫ରେ କାଲିକଟ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ସେମିଫାଇନାଲରେ ପଞ୍ଜାବର ଲଭ୍ଲି ପ୍ରଫେସନାଲ ୟୁନିଭର୍ସିଟିକୁ ଭେଟିବ କିଟ୍।