କ’ଣ ପାଇଁ Zoom ଆପ୍‍କୁ ବ୍ୟବହାର କରିବା ପାଇଁ ମନା କଲା ନାସା ଏବଂ ସ୍ପେସ ଏକ୍ସ

କରୋନା ଭାଇରସ ଯୋଗୁଁ ସମଗ୍ର ଭାରତରେ ଲକ୍‍ଡାଉନ ଘୋଷଣା କରାଯାଇଛି । ସମସ୍ତେ ନିଜ ନିଜ ଘରେ ରହି ୱାର୍କ ଫ୍ରମ ହୋମ କରୁଛନ୍ତି । ଏମିତିରେ ଅଫିସରେ ହେଉଥିବା ମିଟିଂ ମଧ୍ୟ ଘରୁ ହେଉଛି । ଅନଲାଇନ ମିଟିଂସ୍‍ ପାଇଁ ବ୍ୟବହାର ହେଉଥିବା ସ୍କାଇପେ ଏବଂ ଜୁମ ଭଳି ଆପ୍‍ର ବ୍ୟବହାର କରୁଛନ୍ତି । କିନ୍ତୁ ଦୁନିଆର ଦୁଇଟି ବଡ ଟେକନୋଲଜି କମ୍ପାନୀ ଜୁମ୍‍ ଆପର ବ୍ୟବହାର ନ କରିବା ପାଇଁ ପରାମର୍ଶ ଦେଇଛି । ଜୁମ୍‍ ଭିଡିଓ କଲିଂ ଆପକୁ ଏବେ ଦୁନିଆର ୧୪୧ଟିଦେଶ ବ୍ୟବହାର କରୁଛନ୍ତି, କିନ୍ତୁ ନାସା ଏବଂ ସ୍ପେସ ଏକ୍ସ ଭଳି କମ୍ପାନୀ ନିଜ କର୍ମଚାରୀଙ୍କୁ ଜୁମ୍‍ ବ୍ୟବହାର କରିବା ପାଇଁ ମନା କରିଦେଇଛି ।

employee

ରିପୋର୍ଟ ମୁତାବକ, ଆପଲ କର୍ମଚାରୀ ଘରେ ରହି କାମ କରୁଛନ୍ତି । ଏମିତିରେ ଭବିଷ୍ୟର ପ୍ଲାନ୍‍ ଏବଂ ପ୍ରଡକ୍ଟ ନେଇ ମିଟିଂ ମଧ୍ୟ ଚାଲିଛି । ଆପଲ କର୍ମଚାରୀ ମିଟିଂ ପାଇଁ ଫେସଟାଇମ, ସେ୍‍ଲକ ଏବଂ ୱେକ୍ସ ଭଳି ଆପ୍ର ବ୍ୟବହାର କରୁଛନ୍ତି । ଏମିତିରେ ଆପଲ ଡାଟା ଲିକ୍‍ ହେବାର ସମ୍ଭାବନା ରହିଛି । ଏଥିପାଇଁ ଆପଲ ଭୟରେ ଅନଲାଇନ ଫାଇଲ ସେୟାରିଂ ମଧ୍ୟ କମ୍‍ କରିଦେଇଛି ।

22

ଜୁମ୍‍ ଆପ୍‍ ୨୦୧୯ ଡିସେମ୍ବରରେ ୧୦ ମିଲିୟନ ୟୁଜର୍ସ ଥିବା ବେଳେ ୨୦୨୦ ମାର୍ଚ୍ଚ ବେଳରୁ ୨୦୦ ମିଲିୟନ ଲୋକ ବ୍ୟବହାର କରୁଛନ୍ତି । କରୋନା ମହାମାରୀ ଯୋଗୁଁ ଦୁନିଆର ୨୦ଟି ଦେଶର ୯୦ ହଜାରରୁ ଉର୍ଦ୍ଧ୍ୱ ସ୍କୁଲରେ ଜୁମ୍‍ ଆପ୍‍ର ବ୍ୟବହାର କରାଯାଉଛି । ଜୁମ୍‍ ଆପ୍‍ ସାଇବର କ୍ରାଇମର ମାଧ୍ୟମ ହୋଇପାରେ ସିଇଆରଟି-ଇନ୍‍ କହିଛି । ଏହି ଆପ ଜରିଆରେ ସାଇବର ଅପରାଧୀ ସରକାରୀ ତଥା ପ୍ରାଇଭେଟ କାର୍ଯ୍ୟାଳୟର ଡାଟା ଚୋରି କରି ତା’ର ଖରାପ ବ୍ୟବହାର କରୁଛନ୍ତି । ଜୁମ୍‍ ଆପ୍‍ ଜରିଆରେ ଡାଟା ଲିକ୍‍ ହେବାର ମଧ୍ୟ ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.