୮ଜିବି ରାମ୍ ସହ ଲଞ୍ଚ ହେଲା ସାଓମିର ପୋକୋ ଏଫ୧ ସ୍ମାର୍ଟଫୋନ୍

ନୂଆଦିଲ୍ଲୀ : ଚାଇନାର ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ  ସାଓମି ନିଜର ପ୍ରିମିୟମ ସିରିଜର ପ୍ରଥମ ସ୍ମାର୍ଟଫୋନ୍ ପୋକୋ ଏଫ୍୧ ଭାରତରେ ଲଞ୍ଚ କରିଛି। ଏହାକୁ ଅନେକ ଖାସ ଫିଚର ସହ ଲଞ୍ଚ କରାଯାଇଥିବା ବେଳେ ଅନ୍ଯ ସ୍ମାର୍ଟଫୋନ ମାନଙ୍କରୁ ଭିନ୍ନ ରଖାଯାଇଛି। ଏହାର ଟପ୍ ମଡ଼େଲରେ ୮ଜିବି ରାମ ରହିଥିବା ବେଳେ ୨୫୬ଜିବି ଇଣ୍ଟରନାଲ ଷ୍ଟୋରେଜ୍ ରହିଛି।  କମ୍ପାନୀ ବହୁ ସମୟର ବ୍ଯବହାର ପରେ ମୋବାଇଲକୁ ଥଣ୍ଡା ରଖିବା ପାଇଁ ଏଥିରେ ଲିକ୍ବୁଡ଼୍ ଟେକ୍ନୋଲୋଜିର ବ୍ଯବହାର କରିଛନ୍ତି। ଇନଫ୍ରା ଫେସ୍ ଅନଲକ୍ ଫିଚର ଏଥିରେ ଦିଆଯାଇଛି ଯାହା ଅନ୍ଧାରରେ ମଧ୍ୟ ଗ୍ରାହକଙ୍କ ଚେହାର ଚିହ୍ନଟ କରି ଫୋନକୁ ଅନଲକ୍ କରିବ।

xiaomi-pocophone-f1

ସାଓମି ପୋକୋ ଏଫ୍୧ର ତିନୋଟି ଭେରିଏଣ୍ଟ ରହିଛି। ଏହାର ୬ଜିବି/୬୪ଜିବି ମଡ଼େଲର ମୂଲ୍ଯ ୨୦,୯୯୯ଟଙ୍କା ରହିଛି। ସେହିପରି ୬ଜିବି/୧୨୮ଜିବି ଷ୍ଟୋରେଜର ମୂଲ୍ଯ ୨୩,୯୯୯ଟଙ୍କା ରହିଛି ଏବଂ ୬ଜିବି / ୨୫୬ଜିବିର ମୂଲ୍ଯ ୨୮,୯୯୯ଟଙ୍କା ରହିଛି। ସ୍ମାର୍ଟଫୋନକୁ ଗ୍ରୀଫାଇଟ ବ୍ଲାକ୍, ଷ୍ଟିଲ ବ୍ଳୁ ଏବଂ ରୋଜ ରେଡ଼ କଲରରେ ଉପଲବ୍ଧ କରାଯାଇଛି। ୨୯ ଅଗଷ୍ଟ ଦ୍ବିପହର ୧୨ଟ ପରଠାରୁ ଏହାର ବିକ୍ରି ଆରମ୍ଭ କରାଯିବ।

ନିଶ୍ଚିତ ପଢ଼ନ୍ତୁ :  ବିଦେଶ ରାସ୍ତାରେ ଧୁମ୍ ମଚାଉଛି ଭାରତରେ ନିର୍ମିତ ଏହି କାର

ଡ଼ିସପ୍ଲେ ୬.୧୮ ଇଞ୍ଚର ନାଞ୍ଚ,ଫୁଲ ଏଚଡ଼ି ପ୍ଲସ
ପ୍ରୋସେସର କ୍ବାଲକମ୍ ସ୍ନାପଡ଼୍ରାଗନ୍ ୮୪୫
ଜିପିୟୁ ଏଡ଼୍ରିନୋ ୬୩୦
ଏକ୍ସାପେଣ୍ଡେବଲ ଷ୍ଟେରେଜ୍ ୨୫୬ ଜିବି
ରିୟର କ୍ଯାମେରା ୧୨+୫ ଏମପି
ଫ୍ରଣ୍ଟ କ୍ଯାମେରା ୨୦ ଏମପି
ଅପରେଟିଂ ସିଷ୍ଟମ ଏନନ୍ରୋଏଡ଼ ୮.୧ ଓରିଓ
ବ୍ଯାଟେରୀ ୪୦୦୦ ଏମଏଏଚ୍
କନେକ୍ଟଟିଭିଟି ୪ଜି ଭୋଲ୍ଟ , ବ୍ଲୁଟୁଥ ୫.୦ ଏବଂ ଜିପିଏସ

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.