ସାଓମୀ ଲଞ୍ଚ କଲା ଚାରିଟି କ୍ୟାମେରାଯୁକ୍ତ ସ୍ମାର୍ଟଫୋନ Mi 10 Lite 5G, ଜାଣନ୍ତୁ କ’ଣ ରହିଛି ଏହାର ମୂଲ୍ୟ

ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମୀ ପକ୍ଷରୁ Mi 10 Lite 5G ସ୍ମାର୍ଟଫୋନ ଲଞ୍ଚ ହୋଇଛି। ଏହାକୁ ୟୁରୋପରେ ଲଞ୍ଚ କରାଯାଇଛି। ଏହି ଫୋନରେ ଓ୍ଵାଟରଡ୍ରପ୍‌ ଷ୍ଟାଇଲ ନାଚ୍‌, ଅତ୍ୟାଧୁନିକ ପ୍ରୋସେର ଏବଂ ଚାରିଟି କ୍ୟାମେରାର ସପୋର୍ଟ ମିଳିବ। ଏହାଛଡା କମ୍ପାନୀ ଏହି ଫୋନରେ ଅନେକ ଫିଚର୍ସ ଦେଇଛି। ଯାହା ପୂର୍ବରୁ ଲଞ୍ଚ ହୋଇଥିବା ଏମ୍‌ଆଇ ୧୦ ସିରିଜରେ ନଥିଲା। ଏହି ଫୋନ କେବଳ ୟୁରୋପରେ ଉପଲବ୍ଧ ହୋଇପାରିବ, ଅନ୍ୟ ଦେଶର ଗ୍ରାହକ ଫୋନ ପାଇଁ ଅପେକ୍ଷା କରିବାକୁ ହେବ।

phone

ଫୋନର ଦାମ ଏବଂ ସ୍ପେସିଫିକେସନ :

ସାଓମୀର ଏହି ସ୍ମାର୍ଟଫୋନର ମୂଲ୍ୟ ୨୯,୨୦୦ ଟଙ୍କା ଅର୍ଥାତ୍‌ ୩୪୯ ୟୁରୋ ରହିଛି। ଏହି ଫୋନର ଚାରଟି କଲର ଭାରିଏଣ୍ଟ ରହିଛି। ଫୋନରେ ୬.୬୭ ଇଞ୍ଚର ଏମଲୋଡ ଡିସପ୍ଲେ ସହିତ କ୍ୱାଲାକମ୍‌ ସ୍ନାପଡ୍ରାଗନ ୭୬୫ ଜି ଏସ୍‌ଓସି ରହିଛି। କିନ୍ତୁ ଏପର୍ଯ୍ୟନ୍ତ ଏହାର ରାମ ଏବଂ ଷ୍ଟୋରେଜକୁ ନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।

ଏହି ଫୋନର କ୍ୱାଡ କ୍ୟାମେରା ସେଟଅପ୍‌ ଦିଆଯାଇଛି, ୪୮ ମେଗାପିକ୍ସେଲର ପ୍ରାଇମେରୀ ସେନସର ରହିଛି। ଏହାର ଫ୍ରଣ୍ଟରେ ୧୬ ମେଗାପିକ୍ସେଲ ସେଲଫି କ୍ୟାମେରା ରହିଛି। ଏଥିରେ ୫ ଜି ସପୋର୍ଟ ସହିତ ଓ୍ଵାଇ-ଫାଇ, ବ୍ଲୁଟୁଥ, ଜିପିଏସ୍‌ ଏବଂ ୟୁଏସ୍‌ବି, ଟାଇପ ସି ପୋର୍ଟ ଭଳି ଫିଚର୍ସ ରହିଛି। ଏହାଛଡା ୟୁଜର୍ସଙ୍କୁ ୪,୧୬୦mAh ବ୍ୟାଟେରୀ କ୍ଷମତା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.