୫୦୦ ଟଙ୍କାରୁ ବି କମ୍‌ ଦାମରେ କିଣିପାରିବେ ଏହି ମିନି କୁଲର, ମିଳିବ ଥଣ୍ଡା ଥଣ୍ଡା ପବନ

ଅନେକ ଥର ଆପଣ ଏପରି କିଛି ସ୍ଥାନରେ କାମ କରନ୍ତି ଯେଉଁଠାରେ ଏୟାର କଣ୍ଡିସନର ଏବଂ କୁଲର୍ ଇନଷ୍ଟଲ୍‌ ହୋଇପାରିବ ନାହିଁ । ଏପରି ପରିସ୍ଥିତିରେ ଆପଣ ବାଧ୍ୟ ହୋଇ ଗରମ ସହିଥାନ୍ତି ।

ଧିରେ ଧିରେ ଗରମର ପ୍ରକୋପ ବଢ଼ିଲାଣି । ଏହି ସମୟରେ ଲୋକଙ୍କୁ ଏସି ଏବଂ କୁଲରର ଆବଶ୍ୟକତା ରହିଛି । ଅନେକ ଥର ଆପଣ ଏପରି କିଛି ସ୍ଥାନରେ କାମ କରନ୍ତି ଯେଉଁଠାରେ ଏୟାର କଣ୍ଡିସନର ଏବଂ କୁଲର୍ ଇନଷ୍ଟଲ୍‌ ହୋଇପାରିବ ନାହିଁ । ଏପରି ପରିସ୍ଥିତିରେ ଆପଣ ବାଧ୍ୟ ହୋଇ ଗରମ ସହିଥାନ୍ତି । ଯଦି ଆପଣ ମଧ୍ୟ ଏହାକୁ ନେଇ ଚିନ୍ତା କରୁଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ଆଣିଛୁ ଖୁସି ଖବର । ୫୦୦ ଟଙ୍କାରୁ ବି କମ୍‌ ଦାମରେ ଆପଣ ମିନି କୁଲର୍ ଆଣିପାରିବେ । ଯାହାକୁ ଆପଣ ଅଫିସ୍ ଟେବୁଲ୍, ରୋଷେଇ ଘର ଏବଂ ଦୋକାନ କାଉଣ୍ଟରରେ ରଖିପାରିବେ ।

ଯଦି ଆପଣ ନିଜ ପାଇଁ ଏହି ମିନି କୁଲର କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆମେ କିଛି ମିନି କୁଲର ବିଷୟରେ ଜଣାଇବାକୁ ଯାଉଛୁ । ଏହି ମିନି ଏୟାର କୁଲରଗୁଡ଼ିକରେ ପାଣି ବଦଳରେ ବରଫ ମିଶାଇ ଏହାକୁ ବ୍ୟବହାର କରିପାରିବେ । ଯାହା ମିନି କୁଲର୍ ଦ୍ୱାରା ଥଣ୍ଡା ପବନ ଯୋଗାଇଥାଏ । ଆସନ୍ତୁ ଏହି ମିନି କୁଲର୍ ବିଷୟରେ ଡିଟେଲ୍ସରେ ଜାଣିବା ।

CHARKEE ମିନି କୁଲର୍ :
ଏହି ମିନି କୁଲର ଇ-କମର୍ସ ସାଇଟରୁ ମାତ୍ର ୪୮୯ ଟଙ୍କାରେ ୫୧ ପ୍ରତିଶତ ଡିସକାଉଣ୍ଟରେ କିଣିପାରିବେ । ଏହି କୁଲରର ରିଏଲ୍‌ ପ୍ରାଇସ୍‌ ହେଉଛି ୯୯୯ ଟଙ୍କା । ଏହି ମିନି କୁଲର ରୋଷେଇ ଘର ଏବଂ ଷ୍ଟଡି ଟେବୁଲରେ ରଖି ବ୍ୟବହାର କରିପାରିବେ । ଏହି ମିନି କୁଲରରେ ବରଫ ରଖି ଆପଣ ଥଣ୍ଡା ପବନକୁ ଉପଭୋଗ କରିପାରିବେ ।

SUKICHI ଏୟାର କୁଲର୍ :
ଏହି ଏୟାର କୁଲର୍ USB ଏବଂ ବ୍ୟାଟେରୀ ଦ୍ୱାରା ଚାଲେ । ଏହି କୁଲରରେ ଡୁଆଲ୍ ଫ୍ୟାନ୍‌ ଦିଆଯାଇଛି । ଥଣ୍ଡା ପାଇଁ ଏଥିରେ ବରଫ ରଖିବା ସ୍ଥାନ ଯୋଗାଇ ଦିଆଯାଇଛି, ଯେଉଁଥିରେ ଆପଣ ବରଫ ଭର୍ତ୍ତି କରି ଥଣ୍ଡା ପବନକୁ ଉପଭୋଗ କରିପାରିବେ । ଏହି ମିନି କୁଲରର ରିଏଲ୍‌ ପ୍ରାଇସ୍‌ ହେଉଛି ୫୦୦ ଟଙ୍କା, ଯାହାକୁ ଆପଣ ଇ-କମର୍ସ ସାଇଟରୁ ୩୦ ପ୍ରତିଶତ ଡିସକାଉଣ୍ଟରେ ମାତ୍ର ୩୪୯ ଟଙ୍କାରେ କିଣି ପାରିବେ।

Generic ମିନି କୁଲର୍ ଏସି |
ଏହି ଏୟାର କୁଲର୍ USB ଏବଂ ବ୍ୟାଟେରୀ ସହିତ ଆସିଥାଏ । ଏହି ଏୟାର କୁଲରରେ ବରଫ ରଖିବା ସିଷ୍ଟମ ଦିଆଯାଇଛି । ଯାହା ଆପଣଙ୍କୁ ଗରମ ଦିନରେ ଥଣ୍ଡା ପବନ ଦେଇଥାଏ । ଜେନେରିକ୍ ମିନି କୁଲର୍ ଏସିର ରିଏଲ୍‌ ପ୍ରାଇସ୍‌ ହେଉଛି ୯୯୯ ଟଙ୍କା, ଯାହାକୁ ଆପଣ କେବଳ ୩୯୯ ଟଙ୍କାରେ ୬୦ ପ୍ରତିଶତ ଡିସକାଉଣ୍ଟରେ କିଣି ପାରିବେ ।

ପୋର୍ଟେବଲ୍ ଟର୍ବାଇନ୍ ମିନି ଏୟାର କୁଲର୍ :
ଏହି ମିନି କୁଲର୍ ବହୁତ କଲର ଫୁଲ ରହିଛି । ଏହି କୁଲରର ମୂଲ୍ୟ ୧୨୪୯ ଟଙ୍କା, କିନ୍ତୁ ବର୍ତ୍ତମାନ ଆପଣ ଏହାକୁ ୬୮ ପ୍ରତିଶତ ଡିସକାଉଣ୍ଟରେ ୩୯୯ ଟଙ୍କା ଖର୍ଚ୍ଚ କରି ଅନଲାଇନରେ ଅର୍ଡର କରିପାରିବେ । ଏହି ଏୟାର କୁଲରରେ ଏକ ଆଡଜଷ୍ଟେବଲ୍ ଫ୍ୟାନ୍ ଅଛି, ଯାହାକୁ ଆପଣ ନିଜ ଇଚ୍ଛା ଅନୁଯାୟୀ ବଙ୍କା କରିପାରିବେ । ଏଥିସହ ଏହି ଏୟାର କୁଲର ରୋଷେଇ ଘର ଏବଂ ଅଫିସ୍ ଟେବୁଲରେ ରଖି ବ୍ୟବହାର କରିପାରିବେ ।

YOUNG ELECTRONICS ଇଲେକ୍ଟ୍ରୋନିକ୍ ମିନି କୁଲର୍ :
ଏହି ଏୟାର କୁଲର୍ ମଲ୍ଟି କଲର ଅପ୍ସନରେ ଆସେ । ଏହି କୁଲରରେ USB ଏବଂ ବ୍ୟାଟେରୀ ଅପ୍ସନ ଦିଆଯାଇଛି । ଥଣ୍ଡା ପାଇଁ କୁଲରରେ ବରଫ ରଖିବା ସିଷ୍ଟମ ଅଛି, ଯେଉଁଥିରେ ଆପଣ ବରଫ ମିଶାଇ ଏହାକୁ ବ୍ୟବହାର କରିପାରିବେ । ଏହି ଏୟାର କୁଲରର ରିଏଲ ପ୍ରାଇସ୍‌ ହେଉଛି ୯୯୯ ଟଙ୍କା, ଯାହାକୁ ଆପଣ ୬୨ ପ୍ରତିଶତ ଡିସକାଉଣ୍ଟରେ ମାତ୍ର ୩୮୨ ଟଙ୍କାରେ କିଣାଯାଇପାରିବ । ସମସ୍ତ ଏୟାର କୁଲର୍ ଇ-କମର୍ସ ସାଇଟ୍ ଆମାଜନ ଏବଂ ଫ୍ଲିପକାର୍ଟରୁ କିଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.