ହ୍ଵାଟସ୍‌ଆପରେ ଗ୍ରୁପ୍‌ ନ କରି ବି ୨୫୬ ଲୋକଙ୍କୁ ଏକସାଥୀରେ ପଠାଇ ପାରିବେ ମେସେଜ, ଜାଣନ୍ତୁ ମଜାଦାର ଟ୍ରିକ୍‌

ହ୍ଵାଟସ୍‌ଆପରେ ଲୋକେ ବିଭିନ୍ନ ଗ୍ରୁପ୍‌ ବନାଇ ଥାଆନ୍ତି। ଏଥିରେ ଗୋଟିଏ ମେସେଜ କଲେ ତାହାକୁ ଗ୍ରୁପ୍‌ର ସମସ୍ତ ସଦସ୍ୟ ଦେଖି ପାରିଥାଆନ୍ତି। ଏହି ଗ୍ରୁପ୍‌ରେ ଅତିବେଶୀରେ ୨୫୬ ଲୋକ ହିଁ ଆଡ୍‌ ହୋଇପାରି ଥାଆନ୍ତି। କିନ୍ତୁ ଯଦି ଆପଣ ବିନା ଗ୍ରୁପ୍‌ରେ ଏକକାଳୀନ ୨୫୬ ଲୋକଙ୍କୁ ମେସେଜ୍‌ କରିବାକୁ ଚାହୁଁଛନ୍ତି, ତ ଆଜି ଆମେ ଆପଣଙ୍କୁ ଏହାର ଟ୍ରିକ୍‌ କହିବାକୁ ଯାଉଛୁ।

ହ୍ଵାଟସ୍‌ଆପରେ ବ୍ରଡ୍‌କାଷ୍ଟ ଲିଷ୍ଟ ନାମକ ଫିଚର ରହିଛି। ଏଠାରେ ଆପଣ ୨୫୬ ଲୋକଙ୍କୁ ମେସେଜ ପଠାଇ ପାରିବେ। ଗୋଟିଏ କ୍ଲିକରେ ସମସ୍ତ ଲୋକଙ୍କ ପାଖରେ ମେସେଜ ପହଞ୍ଚିଯିବ। ଆପଣ ସେହି ଲୋକଙ୍କୁ ଲିଷ୍ଟରେ ଆଡ୍‌ କରିପାରିବେ, ଯାହାଙ୍କ ନମ୍ବର ଆପଣଙ୍କ ମୋବାଇଲ ଫୋନରେ ସେଭ୍‌ ଥିବ। ଆପଣ ଏହି ବ୍ରଡ୍‌କାଷ୍ଟ ଲିଷ୍ଟକୁ ନାମ ବି ଦେଇପାରିବେ। ଆପଣ ଚାହିଁଲେ ଅନେକ ବ୍ରଡ୍‌କାଷ୍ଟ ଲିଷ୍ଟ ବନାଇ ପାରିବେ। କିଛି ଲୋକ ସାଙ୍ଗଙ୍କ ପାଇଁ ଅଲଗା ଲିଷ୍ଟ ଏବଂ ଫ୍ୟାମିଲି ପାଇଁ ଅଲଗା ଲିଷ୍ଟ ବନାଉଛନ୍ତି। ଆପଣ ବି ଏମିତି କରିପାରିବେ।

୧. ପ୍ରଥମେ ନିଜ ହ୍ଵାଟସ୍‌ଆପ ଓପନ କରନ୍ତୁ ଏବଂ ଉପରେ ଥିବା ୩ ଡଟ୍‌ସ ଉପରେ କ୍ଲିକ କରନ୍ତୁ।

୨. ଏହାପରେ ଆପଣଙ୍କୁ ନ୍ୟୁ ବ୍ରଡ୍‌କାଷ୍ଟ ଅପଶନ ଉପରେ କ୍ଲିକ କରିବାକୁ ହେବ।

୩. କ୍ଲିକ କରିବା କ୍ଷଣି ଆପଣଙ୍କ ସାମ୍ନାରେ କନଟାକ୍ଟ ଲିଷ୍ଟ ଆସିଯିବ। ଆପଣ ସେହି ଲୋକଙ୍କୁ ଆଡ୍‌ କରିପାରିବେ, ଯାହାଙ୍କୁ ଆପଣ ମେସେଜ ପଠାଇବାକୁ ଚାହୁଁଛନ୍ତି।

୪. ସିଲେକ୍ଟ କରିବା ପରେ ତଳେ ସବୁଜ ଟିକ୍‌ ଦେଖାଯିବ। ଏହା ଉପରେ କ୍ଲିକ କଲେ ଲିଷ୍ଟ ପ୍ରସ୍ତୁତ ହୋଇଯିବ।

୫. ଏହାପରେ ବ୍ରଡ୍‌କାଷ୍ଟ ଲିଷ୍ଟକୁ ଓପନ କରି ‘Hi’ ଲେଖିବେ ତ ସମସ୍ତ ଲୋକଙ୍କ ପାଖରେ ମେସେଜ ପହଞ୍ଚିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.