ଚଲିବା ସମୟରେ ଜଙ୍ଘର ସ୍କିନ୍‌ ରଗଡ଼ି ହେଉଛି କି, ଏହାକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ସହଜ ଟିପ୍ସ

ଅନେକ ଲୋକଙ୍କ ଜଙ୍ଘ ଏତେ ମୋଟା ହୋଇଥାଏ ଯେ ସେମାନେ ଚାଲିବା ସମୟରେ ଜଙ୍ଘକୁ ଜଙ୍ଘ ଘଷି ହୋଇ ସେଠାରେ ର‍୍ୟାସେଜ୍‌ ଏବଂ ଜ୍ୱଳନ ସମସ୍ୟା ସୃଷ୍ଟି ହୋଇଥାଏ। ଯଦି ଆପଣଙ୍କ ସହିତ ବି ଏପରି ହେଉଛି, ତ ଆଜି ଆମେ ଆପଣଙ୍କୁ କିଛି ସହଜ ଟିପ୍ସ କହିବାକୁ ଯାଉଛୁ, ଯାହାକୁ ଆପଣାଇଲେ ଏଥିରୁ ଛୁଟକାରା ମିଳିପାରିବ।

-ନଡ଼ିଆ ତେଲରେ ଆଣ୍ଟି ଇନ୍‌ଫ୍ଲେମେଟୋରୀ ଗୁଣ ରହିଛି, ଯାହାକି ଜ୍ୱଳନ ରୋଧୀ ହେବା ସହିତ ଶୀତଳତା ପ୍ରଦାନ କରିଥାଏ। ଜଙ୍ଘ ଆଖାପାଖ ଜାଗାରେ ନଡ଼ିଆ ତେଲ ଲଗାଇ ପାରିବେ।

-ଜଙ୍ଘର ଭିତର ପଟୁ ଲୋଶନ କିମ୍ବା ପେଟ୍ରୋଲିୟମ୍‌ ଜେଲି ଲଗାନ୍ତୁ। ଜଗିଙ୍ଗ୍‌ କିମ୍ବା ରନିଂ କରିବା ସମୟରେ ଇନର ଥାଇରେ ପେଟ୍ରୋଲିୟମ୍‌ ଜେଲି ଲଗାଇବାକୁ ଭୁଲନ୍ତୁ ନାହିଁ। ଏହା ଜ୍ୱଳନ ଏବଂ ର‍୍ୟାସେଜ୍‌ ସମସ୍ୟାରୁ ଛୁଟକାରା ଦେବ।

-ଜଙ୍ଘର ଭିତର ପଟୁ ର‍୍ୟାସେଜ୍‌ ସମସ୍ୟାକୁ ଦୂର କରିବା ପାଇଁ ସବୁବେଳେ ଠିକ୍‌ କପଡ଼ା ବାଛନ୍ତୁ। କାହିଁକି ନା, ଅନେକ ସମୟରେ ସିନ୍ଥେଟିକ୍‌ କିମ୍ବା ଅଧିକ ଟାଇଟ୍‌ କପଡ଼ା ପିନ୍ଧିବା ଦ୍ୱାରା ଝାଳ ବାହାରିଥାଏ। ଫଳରେ କୁଣ୍ଡାଇ ହେବା ଏବଂ ଆଲର୍ଜି ଭଳି ସମସ୍ୟା ଦେଖା ଦେଇଥାଏ।

-ଜଙ୍ଘରେ ଯେତେବେଳେ ଚର୍ବି ବଢ଼ିଯାଏ, ତ ସ୍କିନ୍‌ ଘର୍ଷଣ ହେବା ଦ୍ୱାରା ଛିଣ୍ଡି ଯାଇଥାଏ। ଏଥିପାଇଁ ଆପଣ ବେବି ପାଉଡର ଲଗାନ୍ତୁ। ଏଥିରେ ସ୍କିନ୍‌କୁ ସୁଦିଙ୍ଗ୍‌ କରିବା ଭଳି ତତ୍ତ୍ୱ ମହଜୁଦ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.