ୟୁଟ୍ୟୁବ୍‌ରେ ସର୍ଚ୍ଚ କରିବା ହେଲା ସହଜ, ଏବେ ଭଏସ୍‌ ମାଧ୍ୟମରେ ଖୋଜିପାରିବେ ମନପସନ୍ଦର ଭିଡିଓ

ଏବେ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବ୍‌ ନିଜ ମୋବାଇଲ୍‌ ଆପ୍‌କୁ ଅପ୍‌ଡେଟ୍‌ କରିଛି। ଏବେ ୟୁଟ୍ୟୁବ୍‌ ଟିଭି ସ୍କ୍ରିନ୍‌, ଗେମ୍‌ କନ୍‌ସୋଲ ଓ ଅନ୍ୟ ଷ୍ଟ୍ରିମିଂ ଡିଭାଇସ୍‌ରେ କେତେକ ନୂଆ ଫିଚର ଯୋଗ କରିଛି। ୟୁଟ୍ୟୁବ୍‌ର ଅଫିସିଆଲ ବ୍ଲଗ୍‌ ମୁତାବକ ୟୁଜର ଏବେ ସ୍ମାର୍ଟଟିଭିରେ ୟୁଟ୍ୟୁବ୍‌କୁ କାଷ୍ଟ କରିବା ସମୟରେ ମୋବାଇଲ୍‌ ମାଧ୍ୟମରେ ଭଏସ୍‌ ସର୍ଚ୍ଚ କରିପାରିବେ।

ୟୁଟ୍ୟୁବ୍‌ର ଏହି ନୂଆ ଫିଚର ଟିଭିରେ କଣ୍ଟେଣ୍ଟ ଖୋଜିବାରେ ସାହାଯ୍ୟ କରିବ। ଏହି ନୂଆ ଅପଡେଟ୍‌ ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଏଥିସହ ୟୁଜର ପ୍ଲେ ଷ୍ଟେସନ୍‌-୪ ଓ ପ୍ଲେ ଷ୍ଟେସନ୍‌-୪ ପ୍ରୋରେ ଏଚ୍‌ଡିଆରରେ ମଧ୍ୟ ଭିଡିଓ ଦେଖିପାରିବେ।

ଏହା ସହ ୟୁଟ୍ୟୁବ୍‌ ଏକ ନୂଆ ଫିଚର ‘‘ହୁ ଇଜ୍‌ ଓ୍ଵାଚିଂ’’ମଧ୍ୟ ଲଞ୍ଚ୍‌ କରିଛି। ଏହି ଫିଚର ସହାୟତାରେ ୟୁଜର୍ସ ଲିଙ୍କ୍‌ ମାଧ୍ୟମରେ ଭିନ୍ନ ଭିନ୍ନ ୟୁଟ୍ୟୁବ୍‌ ପ୍ରୋଫାଇଲ୍‌ ମଧ୍ୟରେ ସର୍ଚ୍ଚ କରି ଦେଖିପାରିବେ। ୟୁଟ୍ୟୁବ୍‌ ଭିନ୍ନ ଭିନ୍ନ ପ୍ରୋଫାଇଲ୍‌ରେ ସର୍ଚ୍ଚ କରାଯାଇଥିବା ଏକା ଭଳି ଭିଡିଓକୁ ୟୁଜରଙ୍କୁ ଦେଖାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.