ଦୁନିଆରେ ସବୁଠୁ ଅଧିକ ଡାଉନଲୋଡ ହୋଇଥିବା ଏହି ଆପ, ୟୁଜର୍ସଙ୍କୁ ଦେଇଛି ରୋଜଗାର

ଗୁଗଲର ଭିଡ଼ିଓ ଷ୍ଟ୍ରିମିଂ ଆପ ୟୁଟ୍ୟୁବକୁ ଗୁଗଲ ପ୍ଲେଷ୍ଟୋରରେ ୧୦ ବିଲିୟନ ବା ୧୦ କୋଟିରୁ ଅଧିକ ଡାଉନଲୋଡ କରାଯାଇଛି । ସବୁଠୁ ବଡ଼ କଥା ହେଉଛି ଏହା ଦୁନିଆର ମୋଟ ଜନସଂଖ୍ୟାକୁ ମଧ୍ୟ ପାର କରିଛି । ରିପୋର୍ଟ ଅନୁଯାୟୀ, ଏବେ ଦୁନିଆର ମୋଟ ଜନସଂଖ୍ୟା ୭୮୮ କୋଟି । ତେବେ ଏହି ଲିଷ୍ଟ କେବଳ ଗୁଗଲ ପ୍ଲେ ଷ୍ଟୋରର , ଏହାବ୍ୟତିତ ଆପଲ ପ୍ଲେ ଷ୍ଟୋରରେ ମଧ୍ୟ ଅନେକ ସଂଖ୍ୟାରେ ଡାଉନଲୋଡ ହୋଇଛି “YouTube” ।

9to5Google ରିପୋର୍ଟ ଅନୁଯାୟୀ, ଇଣ୍ଟରନେଟର ସ୍ପିଡକୁ ବଢ଼ାଇବା ପାଇଁ ଏବଂ ଡାଟାର ଦାମ କମାଇବା ପାଇଁ “YouTube” ଦୁନିଆର ସବୁଠୁ ଅଧିକ ଡାଉନଲୋଡ ହୋଇଥିବା ଆପ ଅଟେ । ଏହାବ୍ୟତିତ ୨୦୨୦ରେ ଆସିଥିବା କରୋନା ମହାମାରୀ ଏହାର ଅନ୍ୟତମ କାରଣ । ଯାହା ପାଇଁ ଅନେକ ୟୁଟ୍ୟୁବ କ୍ରିଏଟର ହୋଇପାରିଛନ୍ତି । ଏହାସହ ନିଜ ପ୍ରତିଭାକୁ ସେମାନେ ସମସ୍ତଙ୍କ ସାମ୍ନାକୁ ଆଣି ପାରିଛନ୍ତି । କେବଳ ଏତିକି ନୁହେଁ ବରଂ ଏଥିରୁ ସେମାନେ ଅର୍ଥ ଉପାର୍ଜନ ମଧ୍ୟ କରିପାରୁଛନ୍ତି

ତେବେ ୟୁଟ୍ୟୁବ ପରେ ଫେସବୁକ ରହିଛି ଦ୍ୱିତୀୟ ନମ୍ବରରେ, ଯାହାର ଡାଉନଲୋଡ ଅଧିକ ମାତ୍ରାରେ କରାଯାଇଛି । ଏହାକୁ ଗୁଗଲ ପ୍ଲେ ଷ୍ଟୋରରେ ୭୦୦ କୋଟିରୁ ଅଧିକ ଡାଉନଲୋଡ କରାଯାଇଛି । ଏହାପରେ ହ୍ୱାଟସଆପ ଓ ଫେସବୁକ ମେସେଞ୍ଜର ରହିଛି । ଯାହାକୁ ୬ କୋଟିରୁ ଅଧିକ ଲୋକ ଡାଉନଲୋଡ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.