ବିଲେଇ ନିଜେ ଘରେ ଦେଲା ସେନା ତାଲିମ, ଭାଇରାଲ ହେଉଛି ଏହି ସୁନ୍ଦର ଭିଡିଓ

ସୋସିଆଲ ମିଡିଆରେ ବର୍ତ୍ତମାନ ଅନେକ ଫନି ଭିଡ଼ିଓ ଭାଇରାଲ ହେବାକୁ ଲାଗୁଛି। ଠିକ୍ ସେମିତି ଆଉ ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି, ଯାହାକୁ ଆପଣ ଦେଖିଲେ ହସିବାକୁ ଲାଗିବେ। ଏକ ବିଲେଇର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ, ବିଲେଇ ଜଣେ ଶୈନିକଙ୍କ ପରି ତାଲିମ ନେଉଥିବାର ନଜର ଆସିଛି। ଭିଡିଓଟି ପ୍ରକୃତରେ ବହୁତ ସୁନ୍ଦର ହୋଇଛି, ଯାହାକୁ ସୋସିଆଲ ମିଡିଆରେ ବହୁତ ଲୋକ ପସନ୍ଦ କରୁଛନ୍ତି। ବିଲେଇମାନଙ୍କର ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଲେଇମାନେ ବେଳେବେଳେ ଡେଇଁପଡନ୍ତି ଏବଂ ବେଳେବେଳେ କିଛି କୌଶଳ ଦେଖାନ୍ତି।

 

View this post on Instagram

 

A post shared by Charlotte_j_h (@kitttythe_cutie)


ଏହିପରି ଗୋଟିଏ ବିଲେଇର ଏକ ମଜାଳିଆ ଭିଡିଓ ଭୟଙ୍କର ଭାଇରାଲ ହେବାରେ ଲାଗିଛି। ଅନେକ ଲୋକ ଏହି ଭିଡିଓକୁ ସେୟାର ମଧ୍ୟ କରୁଛନ୍ତି। ଏହି ଭିଡିଓରେ ଏକ ବିଲେଇ ଘରେ ସେନାଙ୍କ ପରି ତାଲିମ ନେଉଥିବାର ନଜର ଆସିଛି। ବିଲେଇଟି ଏକ ଉଚ୍ଚ ସିଡ଼ିରେ ଚଢ଼ୁଥିବା ଦେଖିବାକୁ ମିଳିଛି ଓ ତଳେ ମଧ୍ୟ ପଡୁନାହିଁ। ଭାଇରାଲ ହେଉଥିବା ଏହି ଭିଡିଓରେ ଅନେକ ଲୋକ କମେଣ୍ଟ ଦେଇଛନ୍ତି। ଏହି ଧଳା ବିକେଇଟି ଖୁବ୍ ସୁନ୍ଦର ଭାବେ ସିଡ଼ିରେ ଚଢୁଛି, ତାହା ପୁଣି ଠିକ୍ ସେନାଙ୍କ ପରି।

ଏହି ଭିଡିଓଟି ଇନଷ୍ଟାଗ୍ରାମରେ kittythe_cutie ପୃଷ୍ଠା ଦ୍ୱାରା ସେୟାର କରାଯାଇଛି, ଯାହାକୁ ବହୁ ସଂଖ୍ୟକ ଲୋକ ଦେଖିଛନ୍ତି । ଏହି ଭିଡିଓକୁ ହଜାର ହଜାର ଲୋକ ପସନ୍ଦ କରୁଛନ୍ତି। ଅନେକ ଲୋକ ଭିଡିଓ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.