ଚତୁର୍ଥ ପର୍ଯ୍ୟାୟରେ ନିମାପଡ଼ା ଓ କାକଟପୁରରେ ଭୋଟ୍ ଗ୍ରହଣ, ଇଭିଏମ୍ ଓ ଭିଭିପିଏଟି ଧରି ମତଦାନ କେନ୍ଦ୍ର ଗଲେଣି ପୋଲିଂ ଅଧିକାରୀ
ପୁରୀ(କେନ୍ୟୁଜ୍) : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର। ମତଦାନ କେନ୍ଦ୍ର ଅଭିମୁଖେ ଯାଉଛନ୍ତି ପୋଲିଂ ଅଧିକାରୀ ଓ କର୍ମଚାରୀ। ପୁରୀ ଜିଲ୍ଲାର ନିମାପଡ଼ା ଓ କାକଟପୁର ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଇଭିଏମ୍ ଓ ଭିଭିପିଏଟି ଧରି ମତଦାନ କେନ୍ଦ୍ର ଅଭିମୁଖେ ଯାଉଛନ୍ତି ପୋଲିଂ ଅଧିକାରୀ ଓ କର୍ମଚାରୀ। ଏହି ଦୁଇଟି ନିର୍ବାଚନ ମଣ୍ଡଳୀରେ ୨୮୦ଟି ଲେଖାଏଁ ବୁଥ୍ ରହିଛି। ସେଥିମଧ୍ୟରୁ ନିମାପଡ଼ାରେ ୧୯ଟି ଓ କାକଟପୁରରେ ୩୧ଟି ବୁଥ୍ ସମ୍ବେଦନଶୀଳ ଚିହ୍ନଟ ହୋଇଛି। ସେଠାରେ ଅଧିକ ସଂଖ୍ୟକ ମାଜିଷ୍ଟ୍ରେଟ୍ ଓ ପୋଲିସ ମୁତୟନ ରହିବେ। ନିମାପଡ଼ା ଓ କାକଟପୁର ପାଇଁ ୩୮ଟି ମୋବାଇଲ୍ ପୋଲିସ ଟିମ୍ ଗଠନ କରାଯାଇଥିବା ବେଳେ ୨ କମ୍ପାନୀ ବିଏସ୍ଏଫ୍ ଯବାନଙ୍କୁ ମଧ୍ୟ ମୁତୟନ କରାଯିବ।