ଆଜି ପ୍ରଥମ ପର୍ଯ୍ୟାୟ ନାମାଙ୍କନର ଶେଷ ଦିନ, ପ୍ରାର୍ଥିପତ୍ର ଦାଖଲ କରିବେ ବହୁ ତୁଙ୍ଗ ନେତା
ଏପ୍ରିଲ ୧୧ରେ ୪ଟି ଲୋକସଭା ଓ ୨୮ ବିଧାନସଭା ପାଇଁ ହେବ ଭୋଟ୍ ଗ୍ରହଣ
ଭୁବନେଶ୍ବର (କେନ୍ୟୁଜ୍) : ଆଜି ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲର ଶେଷ ଦିନ । ଶେଷ ଦିନରେ ବହୁ ଦଳର ତୁଙ୍ଗ ନେତା ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି। ଏପ୍ରିଲ ୧୧ରେ ପ୍ରଥମ ପର୍ୟ୍ୟାୟରେ ୪ଟି ଲୋକସଭା ପାଇଁ ହେବ ଭୋଟ୍ ଗ୍ରହଣ । ୪ଟି ଲୋକସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ପାଇଁ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ଆସନ୍ତାକାଲି ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ସରିବ।
ପ୍ରଥମ ୨ଟି ପର୍ୟ୍ୟାୟ ନିର୍ବାଚନ ସୁରୁଖୁରରେ ଶେଷ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ବୈଠକରେ ଆଲୋଚନା କରାଯାଇଛି। ମାଓ ଅଧ୍ୟୁଷିତ ଅଞ୍ଚଳମାନଙ୍କରେ ସୁରୁଖୁରୁରେ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି। ଭୋଟଗ୍ରହଣ ବେଳେ ସମ୍ବେଦନଶୀଳ ବୁଥ୍ଗୁଡ଼ିକରେ ବ୍ୟାପକ ଫୋର୍ସ ମୁତୟନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ବୈଠକରେ ଓଡ଼ିଶା ପୋଲିସ, BSF, CRPF ଅଧିକାରୀ ଉପସ୍ଥିତ ଥିଲେ।