ରାଜ୍ୟବ୍ୟାପୀ କ୍ୟାମ୍ପେନ୍ ଫିଭର , ପ୍ରଥମ ପର୍ଯ୍ୟାୟ ଭୋଟ୍କୁ ମଝିରେ ଆଉ ପାଞ୍ଚ ଦିନ

କେନ୍ୟୁଜ୍ : ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ମଝିରେ ଆଉ ୫ ଦିନ। ଆସନ୍ତା ୧୧ ତାରିଖରେ ପଡ଼ିବ ଭୋଟ୍ । ରାଜ୍ୟର ୪ଟି ଲୋକସଭା କ୍ଷେତ୍ର ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଏବଂ ୨୮ଟି ବିଧାନସଭା ଆସନରେ ମତଦାନ ନିଆଯିବ । ଏଥିପାଇଁ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଜୋରଦାର ଚାଲିଛି କ୍ୟାମ୍ପେନ୍ । ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ଜୋରଦାର ଉଦ୍ୟମ ଚଳାଇଛନ୍ତି ପ୍ରାର୍ଥୀ ।
ବିଜେଡି, କଂଗ୍ରେସ ଓ ବିଜେପି ପ୍ରାର୍ଥୀ ମୈଦାନର ଦମ୍ ଦେଖାଉଛନ୍ତି । ଶୋଭାୟାତ୍ରା, ରୋଡ୍ ସୋ ଓ ଡୋର୍ ଟୁ ଡୋର୍ କ୍ୟାମ୍ପେନ ଚାଲିଛି । ବ୍ରହ୍ମପୁର ଲୋକସଭା କ୍ଷେତ୍ରର ବିଭିନ୍ନ ଆସନରେ ଏଥର ତ୍ରିମୁଖୀ ଲଢ଼େଇ ହେବ । କ୍ଷେତ୍ର ପ୍ରସ୍ତୁତ ହୋଇଥିବା ବେଳେ ପ୍ରାର୍ଥୀ ବି ରଣାଙ୍ଗନାକୁ ଓହ୍ଲାଇ ସାରିଛନ୍ତି ।