ଚତୁର୍ଥ ପର୍ଯ୍ୟାୟ ଲଢ଼େଇ ପାଇଁ ଦୁଲୁକୁଛି ପ୍ରଚାର ମୈଦାନ, ଫୋକସରେ ରହିଛି କେନ୍ଦ୍ରାପଡ଼ା ଆସନ

କେନ୍ୟୁଜ୍: ଚତୁର୍ଥ ପର୍ଯ୍ୟାୟ ଲଢ଼େଇ ପାଇଁ ଦୁଲୁକୁଛି ପ୍ରଚାର ମୈଦାନ। ବିଶେଷକରି ଫୋକସରେ ରହିଛି କେନ୍ଦ୍ରାପଡ଼ା ଆସନ। ଏଠାରେ ବିଜେଡି, କଂଗ୍ରେସ ଓ ବିଜେପି ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି। ଚାଲିଛି ହାଇଭୋଲଟେଜ୍‌ କ୍ୟାମ୍ପେନ୍‌। କେଉଁଠି ରୋଡ୍‌ ସୋ ତ ଆଉ କେଉଁଠି ନିର୍ବାଚନ ସଭା କରି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ। ଘର ଘର ବୁଲି ବି ପ୍ରଚାର କରାଯାଉଛି। କେନ୍ଦ୍ରାପଡ଼ା ଗସ୍ତରେ ଯାଇ ମାରାଥନ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛଘରିଆ ଛକ ଠାରେ ସଭାରେ ଯୋଗ ଦେଇ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ଓ କେନ୍ଦ୍ରାପଡ଼ା ବିଧାନସଭା ପ୍ରାର୍ଥୀ ଶଶୀଭୂଷଣ ବେହେରାଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।

Leave A Reply

Your email address will not be published.