Below header

ଏହି ୩ ପ୍ରର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା, ଜାଣନ୍ତୁ ସେମାନେ କିଏ ?

ଭୁବନେଶ୍ବର (କେନ୍ୟୁଜ୍) : ଟିଟିଲାଗଡ଼ର ଭାରତୀୟ ଜନତାପାର୍ଟିର ପାର୍ଥୀ ଅଶୋକ ଦୋରା। ତାଙ୍କ ନାଁରେ ୨ଟି ଅପରାଧିକ ମାମଲା ରହିଛି। ବଲାଙ୍ଗିର ଏସ୍ଡିଜେମ୍ କୋର୍ଟରେ କେସ ନମ୍ବର ୨୭/୨୦୧୧ ଓ କେସ ନମ୍ବର ୬୭/୨୦୦୮ ଆଦି ମାମଲା ରହିଛି। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ସର୍ବସାଧାରଣଙ୍କୁ ଅବଗତ କରାଗଲା।

ସେହିପରି ବରଗଡ଼ ଲୋକସଭା ଆସନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ପ୍ରଦୀପ କୁମାର ଦେବତା। ତାଙ୍କ ନାଁରେ ୫ଟି ମାମଲା ରହିଛି। ବରଗଡ଼ ଏସ୍ଡିଜେଏମ୍ କୋର୍ଟରେ କେସ ନଂ ୩୭୯/୨୦୧୫, କେସ ନଂ ୩୭୮/୨୦୧୫, କେସ ନଂ ୩୭୭/୨୦୧୫ ଓ କେସ ନଂ ୧୧୭/୨୦୦୫ ଆଦି କେସ୍ ରହିଛି। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ସର୍ବସାଧାରଣଙ୍କୁ ଅବଗତ କରାଗଲା।

ପ୍ରଦୀପ କୁମାର ଦେବତା

– କଂଗ୍ରେସର ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ କୁମାର ଦେବତା

– ପ୍ରଦୀପଙ୍କ ନାଁରେ ରହିଛି ୫ଟି ମାମଲା

– କେସ ନଂ ୩୭୯/୨୦୧୫, କେସ ନଂ ୩୭୮/୨୦୧୫

– କେସ ନଂ ୩୭୭/୨୦୧୫ ଓ କେସ ନଂ ୧୧୭/୨୦୦୫

ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀର ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବୀରେନ ସେନାପତିଙ୍କ ବିରୋଧରେ ପାନପୋଷ ଏସ୍ଡିଜେଏମ୍ କୋର୍ଟରେ କେସ ନମ୍ବର ଏଜ-୬୦୪/୧୮ ରହିଛି। ଆଇପିସି ଧାରା ୪୩/୩୪୧/୨୮୩/୧୮୬/୧୪୯ରେ ମାମଲା ରୁଜୁ ହୋଇଛି। ଯାହାର ବର୍ତ୍ତମାନ ସୁଦ୍ଧା ଚାର୍ଜ ଫ୍ରେମ୍ ହୋଇ ନାହିଁ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ସର୍ବସାଧାରଣଙ୍କୁ ଅବଗତ କରାଗଲା।

ବୀରେନ୍ ସେନାପତି

– କଂଗ୍ରେସର ରାଉରକେଲା ବିଧାନସଭା ପ୍ରାର୍ଥୀ ବୀରେନ ସେନାପତି

– ପାନପୋଷ ଏସ୍ଡିଜେଏମ୍ଙ୍କ କୋର୍ଟରେ ରହିଛି କେସ ନମ୍ବର ଏଜ-୬୦୪/୧୮

– ୪୩/୩୪୧/୨୮୩/୧୮୬/୧୪୯ରେ ମାମଲା ରୁଜୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.