Below header

ବାଲେଶ୍ୱରରେ ରାହୁଲଙ୍କ କ୍ୟାମ୍ପେନ, ବେରୋଜଗାରୀ ଓ ଚାଷୀ ପ୍ରସଙ୍ଗ ଉଠାଇ ମୋଦିଙ୍କ ଉପରେ ବର୍ଷିଲେ

ବାଲେଶ୍ୱର : ପୁଣି ମୋଦିଙ୍କ ଉପରେ ବର୍ଷିଲେ ରାହୁଲ । ବାଲେଶ୍ୱରରେ ନିର୍ବାଚନ ଜନସଭାରେ ବେରୋଜଗାରୀ, ମହଙ୍ଗା, ଚାଷ ଓ ଋଣଛାଡ଼ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । କହିଛନ୍ତି, ସବୁ ଭାଷଣରେ ମୋଦି ଚାଷୀଙ୍କ କଥା କହୁଛନ୍ତି । ହେଲେ ଚାଷୀଙ୍କ ପାଇଁ ଟଙ୍କାଟିଏ ବି ଋଣ ଛାଡ କରିନାହାନ୍ତି । ଶିଳ୍ପପତିଙ୍କ କୋଟି କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି। ବିମୁଦ୍ରୀକରଣ, ଜିଏସଟି ପ୍ରସଙ୍ଗ ଉଠାଇବା ସହ ଅନୀଲ ଅମ୍ବାନୀ ଓ ମୋଦିଙ୍କ ସମ୍ପର୍କ ଥିବା କହିଛନ୍ତି । ମୋଦି ଗରିବଙ୍କ ଆକାଉଣ୍ଟ ଖୋଲିଲେ କିନ୍ତୁ ଟଙ୍କା ଅମ୍ବାନୀଙ୍କ ଆକାଉଣ୍ଟରେ ଢାଳିଦେଲେ ।

ସେହିପରି ଗରିବୀ ଉପରେ କଂଗ୍ରେସ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ, ନ୍ୟାୟ ଯୋଜନା ଦ୍ୱାରା ଦେଶରେ ଗରିବୀ ହଟିବା ସହ ରୋଜଗାର ସୃଷ୍ଟି ହେବ ବୋଲି ଦାବି କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ତେବେ ନ୍ୟାୟ ଯୋଜନା ପାଇଁ ଆବଶ୍ୟକ ଅର୍ଥ ମଧ୍ୟବିବତ୍ତଙ୍କ ଟିକଟରୁ ନ ଆସି ମାଲ୍ୟା,ଅମ୍ବାନି,ନୀରବ ମୋଦିଙ୍କ ପକେଟରୁ ଆସିବ । ସେହିପରି କଂଗ୍ରେସ ଚାଷୀଙ୍କ ପାଇଁ ଯାହା କହେ ତାହା କରେ। ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ କୃଷି ଋଣ ଛାଡ଼ ହେବ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢିବ । ଚାଷୀ ଋଣ ସୁଝି ନ ପାରିବେ ଜେଲ ଯିବାକୁ ପଡିବ ନାହିଁ ବୋଲି ଭରଷା ଦେଇଛନ୍ତି । ସମାବେଶରେ ଓଡ଼ିଶା ପ୍ରଭାରୀ ଟିଏସ ସିଂହଦେଓ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବାଲେଶ୍ୱରର କଂଗ୍ରେସ ଲୋକସଭା ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.