ଟିକ୍‌ଟକ୍‌ରୁ ପ୍ରେମ ବିବାହ, ୪୮ ଘଣ୍ଟା ପରେ ବିଚ୍ଛେଦ, ହେଲା କଣ ? ଆପଣ ବି ଜାଣିଲେ ଚକିତ ହେବେ

ଅନେକ ସମୟରେ ଦେଖାଯାଇଛି ସୋସିଆଲ ମିଡିଆ ଜରିଆରେ ଯୁବକ ଯୁବତୀ ପ୍ରେମ କରି ବିବାହ କରୁଥିବାର କିନ୍ତୁ ଗୁଜରାଟରେ ଏମିତି ଏକ ପ୍ରେମ ବିବାହ ଓ ବିଚ୍ଛେଦ ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଗୁଜରାଟର ଅହମ୍ମଦାବାଦରେ ରହୁଥିବା ୨୧ ବର୍ଷୀୟ ରାଜା ନାମକ ଜଣେ ଯୁବକ ଟିକ୍‌ଟକ୍‌ରେ ଜଣେ ୧୯ ବର୍ଷୀୟା ବିୟୁଟିସିଆନ୍‌ଙ୍କୁ ଲାଇକ କରିଥିଲେ । ପରେ ଉଭୟ ଉଭୟଙ୍କୁ ସେହି ଟିକ୍‌ଟକ୍‌ରେ ଫଲୋ ମଧ୍ୟ କରିଥିଲେ ।
୧୯ ନଭେମ୍ବର ୨୦୧୮ରେ ଯୁବତୀଙ୍କ ଜନ୍ମଦିନରେ ଯୁବକ ରାଜା ତାଙ୍କୁ ପ୍ରେମ ନିବେଦନ କଲେ । ରାଜାଙ୍କ ନିବେଦନରେ ମଧ୍ୟ ଯୁବତୀ ସମ୍ମତି ଜଣାଇଥିଲେ । ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ି ଚାଲିଲା ଓ ପରସ୍ପର ବିବାହା କରିବା ପାଇଁ ନିଷ୍ପତ୍ତି ନେଲେ । ୧୭ ଅପ୍ରେଲ ୨୦୧୯ରେ ସେହି ଯୁବତୀଙ୍କ ସହ ରାଜା ଘରେ ନଜଣାଇ ବାହା ହୋଇଗଲେ । ବିବାହ ପଞ୍ଜୀକରଣ ଅଫିସରେ ଅବେଦନ କରି ଉଭୟ ନିଜ ନିଜ ଘରକୁ ଚାଲି ଯାଇଥିଲେ ।
ତେବେ ଏହା ପରେ ରାଜା ସେହି ଯୁବତୀଙ୍କ ଫୋନ ଆଉ ଉଠାଇ ନଥିଲେ କି ତାଙ୍କର କୌଣସି ମେସେଜର ଉତ୍ତର ମଧ୍ୟ ଦେଇନଥିଲେ । ରାଜାଙ୍କର ଏଭଳି ଆଚରଣ ଦେଖି ଯୁବତୀ ଜଣକ ଭାବିଥିଲେ ଯେ ଟିକ୍‌ଟକ୍‌ ପ୍ରେମିକ ତାଙ୍କୁ ଧୋକ୍କା ଦେଇଛି ବୋଲି । ଆଉ ବାଧ୍ୟ ହୋଇ ଯୁବତୀ ଜଣକ ହେଲ୍ପଲାଇନର ସହାୟତା ନେଇଥିଲେ । ଯେତେବେଳେ ମହିଳା ହେଲ୍ପଲାଇନ ଉଭୟଙ୍କୁ ଥାନାକୁ ଡକାଇ ପଚରା ଉଚରା କଲେ ସେତେବେଳେ ସତକଥା ସାମ୍ନାକୁ ଆସିଲା । ପୂର୍ବରୁ ଯୁବତୀ ଜଣକ ରାଜାଙ୍କ ଫୋନ୍‌ ଉଠାଇ ନଥିବାରୁ ତାଙ୍କ ରାଗ ବଢ଼ି ଯାଇଥିଲା । ସେଥିପାଇଁ ସେ ଯୁବତୀଙ୍କ ଫୋନ୍‌ ସେ ଉଠାଉ ନଥିଲେ ଏବଂ ଯୁବତୀଙ୍କ ଠାରୁ ଡିଭୋର୍ସ ନେବା ପାଇଁ ଚାହୁଁଥିଲେ । କିନ୍ତୁ ଥାନାରେ ଯୁବତୀ ଜଣକ ଡିଭୋର୍ସ ଦେବାପାଇଁ ମନା କରିଥିଲେ । ଏହି ଘଟଣାର କିନ୍ତୁ ସମାଧାନ ହୋଇ ପାରିନାହିଁ । ଝୁଲନ୍ତା ଅବସ୍ଥାରେ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.