ସନ୍ଧ୍ୟାର କିଛି ତାଜା ଖବର ଉପରେ ନଜର ପକାନ୍ତୁ

୧-ଶ୍ରୀଲଙ୍କା ସିରିଜ୍‌ ବିସ୍ଫୋରଣର ଅନ୍ୟତମ ପ୍ରମୁଖ ତଥା ସ୍ଥାନୀୟ ଆତଙ୍କବାଦୀଙ୍କ ନେତା ଜହରାନ୍‌ ହାସିମ ନିହତ ହୋଇଛି । ବିସ୍ଫୋରଣ ଦିନ ସଙ୍ଗରିଲା ହୋଟେଲରେ ବିସ୍ଫୋରଣ ବେଳେ ସେ ନିହତ ହୋଇଥିବା ଶ୍ରୀଲଙ୍କ ରାଷ୍ଟ୍ରପତି ମୈତ୍ରିପାଲା ସିରିସେନା କହିଛନ୍ତି ।

୨-ବାରାଣସୀ ଲୋକସଭା ଆସନରୁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ପାଖରେ ମୋଟ୍‌ ଅଢ଼େଇ କୋଟି ଟଙ୍କାର ସମ୍ପତ୍ତି ଏବଂ ୩୮,୭୫୦ ଟଙ୍କା ନଗଦ ରାଶି ରହିଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି ।

୩-ନିଲାମୀ ପ୍ରକ୍ରିୟା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଜେଟ୍‌ ଏୟାରେଓ୍ଵଜ୍‌ର କର୍ମଚାରୀମାନେ ଦରମା ପାଇ ପାରିବେ ନାହିଁ । କମ୍ପାନୀ କର୍ତ୍ତୃପକ୍ଷ ଏଥିପାଇଁ ବ୍ୟାଙ୍କଗୁଡ଼ିକୁ ନିବେଦନ କରିଥିଲେ ମଧ୍ୟ ସେମାନେ ସଫା ସଫା ମନା କରି ଦେଇଛନ୍ତି ।

୪-ଆର୍‌ଟିଆଇ ନିୟମରେ ବ୍ୟାଙ୍କଗୁଡ଼ିକୁ ସାମିଲ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କକୁ ସୁପ୍ରିମ୍‌ କୋର୍ଟଙ୍କ ତାଗିଦ ।

୫-ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା କ୍ରିକେଟ୍‌ ଖେଳାଳି ଗୌତମ ଗମ୍ଭୀରଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛନ୍ତି ଆପ୍‌ ପ୍ରାର୍ଥୀ ଆତିସୀ । ଗମ୍ଭୀର ଦୁଇଟି ଭୋଟର କାର୍ଡ଼ ରଖିଥିବା ସେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.