Below header

କେଉଁ ଦଳକୁ ସମର୍ଥନ ଜଣାଇବେ ଦିଲ୍ଲୀପ ? ଶୁଣନ୍ତୁ ପୂର୍ବତନ ବିଧାୟକଙ୍କ ମୁହଁରୁ

ରାଉରକେଲା : ରାଉରକେଲା ତଥା ସୁନ୍ଦରଗଡ଼ରେ ବିକାଶ କରୁଥିବା ଦଳକୁ ସମର୍ଥନ ଜଣାଇବେ। ଏହା କହିଛନ୍ତି ରାଉରକେଲରା ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ । ପ୍ରତିଶ୍ରୁତି ଦେଇ କାର୍ଯ୍ୟକାରୀ କରୁନଥିବା ଦଳଠୁ ଦୂରେଇ ରହିବା ପାଇଁ ନିଜ ସମର୍ଥକଙ୍କୁ ସେ ପରାମର୍ଶ ଦେଇଛନ୍ତି । ରାଉରକେଲାରେ ନିଜ ବାସଭବନରେ ସମର୍ଥକଙ୍କ ସହ ଏକ ବୈଠକରେ ଆଲୋଚନା କରିଛନ୍ତି ଦିଲ୍ଲୀପ ରାୟ । ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚକୁ ସୁପରସ୍ପେଶାଲିଟି ହସପିଟାଲ ପାଇଁ ପ୍ରତିଶ୍ରୁତି ଦେଇ କାର୍ଯ୍ୟକାରୀ କରୁନଥିବା ଦଳଠୁ ଦୂରେଇ ରହିବା ପାଇଁ ବିଜେପି ନାଁ ନନେଇ କହିଛନ୍ତି ଦିଲ୍ଲୀପ ରାୟ । ଏହି ଦୁଇଟି ଦାବି ସହ ରାଉରକେଲାବାସୀଙ୍କ ଭାବପ୍ରବଣତା ଜଡ଼ିତ ରହିଛି । ତେଣୁ ବ୍ରାହ୍ମଣୀ ସେତୁ ଓ IGH ପାଇଁ ଲଢେଇ ଜାରି ରହିବ । ଏହାକୁ ପୂରଣ ପାଇଁ ଯିଏ କାମ କରିବ ତାକୁ ଭୋଟ ଦେବାକୁ କହିଛନ୍ତି ଦିଲ୍ଲୀପ । ସୁନ୍ଦରଗଡ଼ ବିଜେଡି ସାଂସଦ ପ୍ରାର୍ଥୀ ସୁନୀତା ବିଶ୍ୱାଳ ଓ ରଘୁନାଥପାଲ୍ଲୀ ବିଜେଡି ବିଧାୟକ ପ୍ରାର୍ଥୀ ସୁବ୍ରତ ତରାଇ ଦିଲ୍ଲୀପଙ୍କୁ ଭେଟି ସମର୍ଥନ ଲୋଡ଼ିଥିବା ଜଣାଯାଇଛିି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.