ଅଟକି ଯାଇଛି କାଳିଆ ଟଙ୍କା, ବଢିବାରେ ଲାଗିଛି ଚାଷୀ ଅସନ୍ତୋଷ

ଭୁବନେଶ୍ବର : ଅଟକି ଯାଇଛି କାଳିଆ ଟଙ୍କା । ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି। ନିର୍ବାଚନ ଆଚରଣ ବିଧି ଦର୍ଶାଇ କାଳିଆ ଅର୍ଥ ବନ୍ଦ କରାଯାଇଛି। ଯାହାକୁ ନେଇ ବିଜେଡିର କଡ଼ା ଆପତ୍ତି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ଦଳ। ଆଉ ଆଜି ବହୁ ସଂଖ୍ୟା ବଲାଙ୍ଗିରରୁ ଚାଷୀମାନେ ଆସି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଭେଟିଥିଲେ। କାଳିଆ ଟଙ୍କା ଅଟକିବା ପଛରେ, ବିଜେପିର ହାତ ଥିବା ଅଭିଯୋଗ ଆଣିଛନ୍ତି ଶହଶହ ଚାଷୀ ।

ସେପଟେ କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି। ପ୍ରଚାର କାମରେ ବୈଜୟନ୍ତ ହେଲିକପ୍ଟର ବ୍ୟବହାର କରୁଛନ୍ତି । ତାଙ୍କ ପାରିବାରିକ କମ୍ପାନୀ ଇମ୍ଫାର ହେଲିକପ୍ଟରକୁ ସେ କିପରି ପ୍ରଚାରରେ ବ୍ୟବହାର କରୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି। ଏହା ନିର୍ବାଚନ ଆଇନର ଉଲଂଘନ ବୋଲି କହିଛି ଦଳ। ନିୟମ ଅନୁଯାୟୀ, ବ୍ୟବସାୟିକ ଅନୁମତି ବାଧ୍ୟତାମୂଳକ। ଜଣେ ପ୍ରାର୍ଥୀ ହେଲିକପ୍ଟରକୁ ଭଡ଼ାରେ ନେବେ ଓ ଭଡାକୁ ନିର୍ବାଚନୀ ଖର୍ଚ୍ଚ ତାଲିକାରେ ଦାଖଲ କରିବେ। ଏହି ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି।

ବୈଜୟନ୍ତଙ୍କ ପ୍ରତିକ୍ରିୟା ପୂର୍ବ ନିର୍ବାଚନରେ ସେ ଘରୋଇ ହେଲିକପ୍ଟର ବ୍ୟବହାର କରିଛନ୍ତି । ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ଏହାର ଦେୟ ନିର୍ବାଚନୀ ଖର୍ଚ୍ଚରେ ଅନ୍ତର୍ଭୁକ୍ତ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.