Below header

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ନାମାଙ୍କନ, ସମର୍ଥକଙ୍କ ସହ ପ୍ରାର୍ଥିପତ୍ର ଦାଖଲ କଲେ ବହୁ ହେଭିୱେଟ୍‌

ଜମୁଛି ପ୍ରଚାର। ଉଷ୍ଣ ହେଉଛି ରାଜନୈତିକ ପାଣିପାଗ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିଲା ପ୍ରାର୍ଥୀପତ୍ର ଦାଖଲ। ବହୁ ହେଭିୱେଟ ନେତା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ମନୋନୟନ ପତ୍ର ଦାଖଲ କରିଛନ୍ତି। ନିଜର ସମର୍ଥକଙ୍କ ସହ ସେ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଭୁବନେଶ୍ୱର ମଧ୍ୟ ଓ ଭୁବନେଶ୍ୱର ଉତ୍ତର ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଭରିଛନ୍ତି। ବିଶାଳ ରାଲିରେ ଯାଇ ନାମାଙ୍କନ ପତ୍ର ଦାଖଲ କରିବା ସହ ବିକାଶର ବାର୍ତ୍ତା ନେଇ ଏଥର ସମସ୍ତେ ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି। ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଆଜି ନାମାଙ୍କନ ଦାଖଲ କରିଛନ୍ତି ।

ମାହାଙ୍ଗା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରତାପ ଜେନା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିଜ ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରାରେ ଆସି ପ୍ରତାପ ଦାଖଲ କରିଛନ୍ତି ପ୍ରାର୍ଥିପତ୍ର। ନୟାଗଡ଼ରେ ଅରୁଣ ସାହୁ ଓ ଖଣ୍ଡପଡ଼ା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ସେହିପରି ଢେଙ୍କାନାଳ ଆସନ ପାଇଁ ବିଜେଡି ପ୍ରାର୍ଥୀ ମହେଶ ସାହୁ ମନୋନୟନ ପତ୍ର ଦାଖଲ କରିଛନ୍ତି। ବାସୁଦେବପୁର ବିଧାନସଭା ଆସନ ପାଇଁ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁତ୍ର ବିଷ୍ଣୁବ୍ରତ ରାଉତରାୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିଜର ସମର୍ଥକ ଓ କର୍ମୀଙ୍କ ଗହଣରେ ଏକ ବିରାଟ ପଟୁଆରରେ ଆସି ଜିଲ୍ଲାପାଳଙ୍କ ନିକଟରେ ନାମଙ୍କନ ଦାଖଲ କରିଥିଲେ।

ଭଦ୍ରକ ଲୋକସଭା ଆସନ ପାଇଁ ବିଜେଡିର ମଞ୍ଜୁଲତା ମଣ୍ଡଳ ଓ ଭଣ୍ଡାରିପୋଖରୀ ବିଧାନସଭା ଆସନ ପାଇଁ ବିଜେଡିର ପ୍ରଫୁଲ୍ଲ ସାମଲ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ, ସମ୍ବଲପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଡ. ଅଶ୍ୱିନୀ ପୂଜାହାରୀ । ପୁରୀ ପାଇଁ କଂଗ୍ରେସର ଅରୋପ୍ରସାଦ ମିଶ୍ର, ବିଜେପିକର ଜୟନ୍ତ ଷଡ଼ଙ୍ଗୀ ଓ ବ୍ରହ୍ମଗିରି ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଉମାକାନ୍ତ ବରାଳ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପାରାଦୀପରେ ଆଜିଠାରୁ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ।

ସେପଟେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର। ପ୍ରାର୍ଥୀମାନେ ଲୋକଙ୍କ ପାଖକୁ ଯାଇ ଭୋଟ ଦେବାକୁ ନିବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.