Below header

ଏଥର ଗୋଟିଏ ମାତ୍ର ଲୋକସଭା ଆସନରେ ବାଲଟ୍‌ ପେପର୍‌ ଲୋକେ ଭୋଟ୍‌ ଦେବେ, କେଉଁଠି ଜାଣନ୍ତୁ

୨୦୧୯ ସାଧାରଣ ନିର୍ବାଚନ ପାଇଁ କମିଶନଙ୍କ ପକ୍ଷରୁ ପ୍ରାକ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଗଲାଣି । ମତଦାନ ପାଇଁ ଇଭିଏମ ଅର୍ଥାତ୍‌ ଇଲେକଟ୍ରୋନିକ୍‌ ଭୋଟିଂ ମେସିନ୍‌ ବି ପ୍ରସ୍ତୁତ ହୋଇ ସାରିଛି । ହେଲେ ଚଳିତ ନିର୍ବାଚନରେ ଦେଶର ଗୋଟିଏ ଲୋକସଭା ଆସନରେ ଇଭିଏମ ପରିବର୍ତ୍ତେ ବାଲଟ୍‌ ପେପରର ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି । ଆଉ ସେହି ଆସନଟି ହେଉଛି ତେଲେଙ୍ଗାନାର ନିଜାମାବାଦ । ତେବେ ଏହି ଆସନରେ ଏମିତି କଣ ସମସ୍ୟା ରହିଛି ଯେ ଏଠାରେ ଇଭିଏମ ବଦଳରେ ସେହି ପୁରୁଣା ଢାଞ୍ଚା ବାଲଟ୍‌ ପେପର ଓ ବାଲଟ୍‌ ବକ୍ସର ବ୍ୟବହାର କରାଯିବ ? ଆସନ୍ତୁ ଜାଣିବା ଏହା ପଛର ରହସ୍ୟ ।

ballot_paper_voting

ଏହି ଆସନରେ ବାଲଟ୍‌ ପେପର ବ୍ୟବହାରର କାରଣ ହେଉଛି ଏଠାରେ ୧୮୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏତେ ସଂଖ୍ୟକ ପ୍ରାର୍ଥୀଙ୍କ ପାଇଁ ଇଭିଏମ ଯୋଗାଇବା ସହଜ ହେଉନାହିଁ । ଆହୁରି ମଧ୍ୟ ଇଭିଏମ୍‌ରେ ସର୍ବାଧିକ ୬୪ ଜଣ ପ୍ରାର୍ଥୀଙ୍କ ନାମ ରହି ପାରିବ । ତେଣୁ ଏଠି ବାଲଟ୍‌ ପେପରରେ ମତଦାନ ହେବ ବୋଲି ନିର୍ବାଚନ କମିଶନ ରଜତ କୁମାର ପ୍ରକାଶ କରିଛନ୍ତି । ଆଉ ଯେତେ ଶୀଘ୍ର ପ୍ରାର୍ଥୀମାନଙ୍କ ତରଫରୁ ଫର୍ମ ୭-ଇ ଗ୍ରହଣ କରାଯିବ, ସେତେ ଜଲଦି ବାଲଟ ପେପର ଛାପା କାମ ଆରମ୍ଭ ହେବ ବୋଲି କମିଶନ ସୂଚନା ଦେଇଛନ୍ତି । ପ୍ରାର୍ଥୀ ହୋଇଥିବା ୧୮୫ ଜଣଙ୍କ ମଧ୍ୟରୁ ୧୭୫ ଜଣ ହେଉଛନ୍ତି ଚାଷୀ । ଆସନ୍ତା ଏପ୍ରିଲ ୧୧ ତାରିଖ ପ୍ରଥମ ପର୍ଯ୍ୟାୟରେ ଏଠାରେ ଭୋଟ୍‌ ଗ୍ରହଣ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.