ଆପଲକୁ ଧୂଳି ଚଟାଇପାରେ କେବଳ ଏହି ଗୋଟିଏ କମ୍ପାନୀ !

ଆଇଫୋନ୍ ତିଆରି କରୁଥିବା କମ୍ପାନୀ ଆପଲ୍ ଗୁରୁବାର ବିଶ୍ବର ପ୍ରଥମ ଏମିତି କମ୍ପାନୀ ହୋଇଯାଇଛି ଯାହାର ମାର୍କେଟ୍ କ୍ୟାପ୍ ଏକ ଲକ୍ଷ କୋଟି ଟପି ଯାଇଛି  । ୧୯୭୬ରେ ଆରମ୍ଭ ହୋଇଥିଲା ଆପଲ୍ । ଏହାର ପ୍ରତିଷ୍ଠା ଷ୍ଟିଭ୍ ଜବ୍ସ ନିଜର ଦୁଇ ସାଥିଙ୍କ ସହ ଏକ ଛୋଟ ଗ୍ୟାରେଜରେ କରିଥିଲେ । କିନ୍ତୁ ୧୯୮୦ ପରେ ଏହାର ସେୟାର୍ ଦୁଇ ଗୁଣ ବଢିସାରିଛି । ଏହାର ଆଇଫୋନ୍ ସବୁଠାରୁ ଅଧିକ ବିକ୍ରି ହେଉଥିବା ବିଶ୍ବର ୩ୟ ସ୍ମାର୍ଟଫୋନ୍ । ୧୯୮୦ରେ ଆପଲର ମାର୍କେଟ୍ ସେୟାର୍ ୧ ବିଲିୟନ୍ ଡଲାର୍ ଥିଲା । ଯାହା ୧୯୯୬ରେ ୩ ବିଲିୟନ୍ ଡଲାର୍ ହୋଇଥିଲା । ୨୦୧୧ରେ ଷ୍ଟିଭଙ୍କ ଦେହାନ୍ତ ସମୟରେ କମ୍ପାନୀର ବଜାର ପୁଞ୍ଜି ୩୫୦ ବିଲିୟନ୍ ଡଲାର୍ ପାର୍ କରିଯାଇଥିଲା । ଯାହା ଏବେ ଟିମ୍ କୁକଙ୍କ ନେତ୍‌ତ୍ବରେ ୧ ଟ୍ରିଲିୟନ୍ ଡଲାର୍ ଟପିଯାଇଛି ।

କିନ୍ତୁ ଆଉ ଏକ କମ୍ପାନୀ ଅଛି ଯାହା ଏହି ମାମଲାରେ ଆପଲକୁ ଧୂଳି ଚଟାଇପାରେ । କିନ୍ତୁ ଏଥିପାଇଁ ଆଉ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡିବ । ୨୦୧୯ରେ ସାଉଦି ଆରବର ତେଲ କମ୍ପାନୀ ଅର୍ମାକୋ ନିଜର ଆଇପିଓ ଆଣିବାକୁ ବିଚାର କରୁଛି । ଯଦି ଏପରି ହୁଏ ତେବେ ଏବଂ ଆଇପିଓ ଆମେରିକି ସେୟାର୍ ବଜାରରେ ସୁଚିବଦ୍ଧ ହେଉଛି ତେବେ ଏହାର ମାର୍କେଟ୍ କ୍ୟାପ୍ ଆପଲଠାରୁ ଅନେକ ଅଗକୁ ଚାଲିଯିବ ।

କିଣିପାରେ ବିଶ୍ବର ୮୯ ଦେଶ : 

ଆପଲର ଯେତିକି ମାର୍କେଟ୍ କ୍ୟାପ୍ ଆଜି ଅଛି ସେଥିରେ ସେ ବିଶ୍ବର ୮୯ ଦେଶ କଣିପାରେ । ଆପଲର ୧ ଲକ୍ଷ କୋଟିର ମାର୍କେଟ୍ ଭାଲ୍ୟୁ ଆମ ଦେଶର ଅର୍ଥ ବ୍ୟବସ୍ଥାର ୩୮ ପ୍ରତିଶତ । ଦ୍ବିତୀୟ ନମ୍ବରରେ ରହିଛି ଅମାଜନ୍ । ଯାହାର ମାର୍କେଟ୍ କ୍ୟାପ୍ ୮୬୯ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.