କର୍ଣ୍ଣାଟକରେ ରହୁନି ରାଜ୍ୟପାଳଙ୍କ କଥା, ଦୁଇଟା ଡେଡଲାଇନ ପରେବି ହେଲା ନାହିଁ ଆସ୍ଥାଭୋଟ୍‌

ଦୁଇ ଦୁଇଟି ଡେଡ୍‌ଲାଇନ୍ସ ସରିଲା। ତଥାପି ରହିଲାନି ରାଜ୍ୟପାଳଙ୍କ କଥା, ହୋଇ ପାରିଲାନି ଆସ୍ଥା ଭୋଟ୍‌ । ଅପରାହ୍ନ ଦେଢ଼ଟା ପରେ ପୁଣି ଥରେ ସଂଧ୍ୟା ଛଅ ସୁଦ୍ଧା ବହୁମତ ସାବ୍ୟସ୍ଥ ପାଇଁ ଚିଠି ଲେଖିଥିଲେ ରାଜ୍ୟପାଳ । ତେବେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇ ନାହାନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । କର୍ଣ୍ଣାଟକ ବିଧାନସଭାରେ ହୋଇ ପାରିଲା ନାହିଁ ଆସ୍ଥା ଭୋଟ୍‌ । ଏପଟେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ବିଦ୍ରୋହୀ ବିଧାୟକଙ୍କୁ ଗୃହରେ ଯୋଗ ଦେବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ତେଣୁ ଉଭୟ କଂଗ୍ରେସ ଓ ଜେଡିଏସ୍‌ ହ୍ଵିପ୍‌ ଜାରି କରିପାରୁ ନାହାନ୍ତି। ଏହାକୁ ନେଇ ପ୍ରଦେଶ କଂଗ୍ରେସ ମୁଖ୍ୟ ଦୀନେଶ ଗୁଣ୍ଡୁରାଓ ସୁପ୍ରିମକୋର୍ଟ ପହଞ୍ଚିଛନ୍ତି। ଦିନ ବଢ଼ିବା ସହ କର୍ଣ୍ଣାଟକ ନାଟକ ଲମ୍ବୁଛି। କେବେ ପଡ଼ିବ ଯବନିକା ସସପେନ୍ସ ଲାଗି ରହିଛି।

Leave A Reply

Your email address will not be published.