ଆଜି ଜେଲରୁ ମୁକୁଳିପାରନ୍ତି ସାରଥୀ

କଟକ : ଆଜି ଜେଲରୁ ମୁକୁଳିପାରନ୍ତି ସନ୍ତୋଷ ରାଉଳ ଓରଫ ସାରଥୀ । କେନ୍ଦ୍ରାପଡା ଏସଡିଜେଏମଙ୍କ ଅଦାଲତରେ ବେଲ୍‌ ବଣ୍ଡ ଦାଖଲ ପରେ ସାରଥୀ ଚୌଦ୍ୱାର ଜେଲରୁ ମୁକୁଳିବେ । କେନ୍ଦ୍ରାପଡା ଥାନାରେ ମମତା ସ୍ୱାଇଁଙ୍କ ପକ୍ଷରୁ ରୁଜୁ ମାମଲାରେ ହାଇକୋର୍ଟ ଗତକାଲି ତାଙ୍କ ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି । ଦୁଇ ଲକ୍ଷ ଟଙ୍କା ଲେଖାଁଏ ଦୁଇ ଜଣ ଜାମିନଦାରଙ୍କ ବଦଳରେ ସେ ଜାମିନରେ ଯାଇପାରିବେ । ମାମଲାର ସାକ୍ଷୀମାନଙ୍କୁ କୌଣସି ପ୍ରକାର ପ୍ରଭାବିତ କରିପାରିବେ ନାହିଁ । ଏହାସହ ତଳକୋର୍ଟ ଚାହିଁଲେ ଆଉ ଅଧିକ କିଛି ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିିଛନ୍ତି । ପୂର୍ବରୁ ହାଇକୋର୍ଟ ଗୋଟିଏ ଓ ସୁପ୍ରିମକୋର୍ଟ ଅନ୍ୟ ଏକ ମାମଲାରେ ଜାମିନ ପ୍ରଦାନ କରିଥିଲେ । ଏହାପରେ ତୃତୀୟ ତଥା ଶେଷ ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି । ଗତ ୨୦୧୫ ଅଗଷ୍ଟ ୮ରେ କ୍ରାଇମବ୍ରାଞ୍ଚ କେନ୍ଦ୍ରାପଡ଼ା ବାରିମୂଳ ସ୍ଥିତ ଆଶ୍ରମରେ ଚଢାଉ କରି ତାଙ୍କୁ ଗିରଫ କରିଥିଲା । ଏହାପରଠୁ ସେ ଚୌଦ୍ୱାର ଜେଲରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.