ମାର୍କେଟରେ ଲାଗିଥିଲା ଗହଳି,ଏହି ସମୟରେ ଛୁରୀରେ ଆକ୍ରମଣ କରି ଯୁବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ଦିଲ୍ଲୀର ବ୍ୟସ୍ତ ବହୁଳ ଭୋଗାଲ ମାର୍କେଟରେ ଯୁବତୀଙ୍କୁ ହତ୍ୟା। ଜଣେ ଦୁର୍ବୃତ୍ତ ମାର୍କେଟ ମଝିରେ ଯବୁତୀଙ୍କୁ ୬ଥର ଛୁରୀରେ ଆକ୍ରମଣ କରିଥିଲେ। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷିତ କରିଛନ୍ତି। ଯୁବତୀଙ୍କ ଆକ୍ରମଣ କରିଥିବା ୨୫ବର୍ଷୀୟ ମୁନାସିରଙ୍କୁ ଲୋକମାନେ ଧରି ଖୁବ୍‌ ପିଟିଥିଲେ। ଗୁରୁତର ଅବସ୍ଥାରେ ପୋଲିସ ତାକୁ ହସ୍ପିଟାଲରେ ଭର୍ତ୍ତି କରିଛି। ଅଭିଯୁକ୍ତ ଓ ଯୁବତୀ ଜଣଙ୍କ ସରେଇ କାଲେ ଖାନରେ ରହୁଛନ୍ତି। ତେବେ ହତ୍ୟା ପଛର କାରଣ ଏବେ ବି ଅସ୍ପଷ୍ଟ ରହିଛି।

 

Leave A Reply

Your email address will not be published.