ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ମାଓ ମେଳି

ମାଲକାନଗିରି : ବିଚ୍ଛିନ୍ନାଞ୍ଚଳରେ ମାଓ ମେଳି । ରାଲେଗୋଡ଼ା ପଞ୍ଚାୟତର ରେଙ୍ଗାଳିବେଡା ଜଙ୍ଗଲରେ ଏକାଠି ହେଲେ ଶତାଧିକ ମାଓ ସମର୍ଥକ । ଆନ୍ଧ୍ର -ଓଡ଼ିଶା ଜୋନାଲ କମିଟିର ଟପ୍ ମାଓ ନେତା ସୁଧୀରଙ୍କ ନେତୃତ୍ୱରେ ଏହି ପ୍ରଜାମେଳି କରାଯାଇଛି । ଶତାଧିକ ପୁରୁଷ ଓ ମହିଳା ହାତରେ ନାଲି ରଙ୍ଗର ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ଯାଇ ମେଳି କରିଥିଲେ । ମାଓ ସହିଦ ସ୍ତମ୍ଭ ଚାରିପଟେ ମାଓବାଦୀଙ୍କ ବ୍ୟାନର ଦେଖିବାକୁ ମିଳିଛି । ଏହି ପ୍ରଜାମେଳିରେ ଅପରେସନ୍ ଗ୍ରୀନ୍ ହଣ୍ଟକୁ ବିରୋଧ କରିବା ସହ ଗୁରୁପ୍ରିୟା ସେତୁ ନିର୍ମାଣକୁ ବିରୋଧ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.