‘Truecaller’ ରେ ଆସିଲା ବଡ଼ ତ୍ରୁଟି, ଆପେ ଆପେ ହେଉଛି ୟୁପିଆଇ ପେମେଣ୍ଟ ରେଜିଷ୍ଟ୍ରେଶନ

ମୋବାଇଲ୍ କଲର୍ସଙ୍କ ପରିଚୟ ଜଣାଉଥିବା ଆପ୍ ‘Truecaller’ ରେ ଏକ ବଗ୍(ତ୍ରୁଟି) ଆସିବା କାରଣରୁ ୟୁପିଆଇ ପେମେଣ୍ଟ ପାଇଁ ଆପେ ଆପେ ରେଜିଷ୍ଟ୍ରେଶନ ହୋଇଯାଉଛି। ଅନେକ ୟୁଜର ଏ ନେଇ ଅଭିଯୋଗ ଉଠାଇଛନ୍ତି। ୟୁଜରମାନଙ୍କ କହିବାନୁଯାୟୀ, ‘Truecaller’ ପକ୍ଷରୁ ସେମାନଙ୍କ ପାଖରୁ ଆଇସିଆଇସିଆଇ ବ୍ୟାଙ୍କର ଏକ ମେସେଜ ପଠାଇ ଦିଆଯାଉଛି, ଯାହାକି ୟୁପିଆଇ ରେଜିଷ୍ଟ୍ରେଶନ ପାଇଁ ପ୍ରଯୁର୍ଯ୍ୟ। ତେବେ ଚକିତ କଲା ଭଳି କଥା ହେଉଛି, ଏହି ମେସେଜ ସେହି ଲୋକମାନଙ୍କୁ ମଧ୍ୟ ‘Truecaller’ ଆଡ଼ୁ ପଠାଯାଉଛି, ଯେଉଁମାନଙ୍କର ଆଇସିଆଇସିଆଇ ବ୍ୟାଙ୍କରେ କୌଣସି ଆକାଉଣ୍ଟ ନାହିଁ। କେତେଜଣ ୟୁଜରଙ୍କ କହିବା କଥା ହେଲା, ସେମାନଙ୍କ ବିନା ଅନୁମତିରେ ବ୍ୟାଙ୍କ ସେମାନଙ୍କ ୟୁପିଆଇ ରେଜିଷ୍ଟ୍ରେଶନ କରୁଛି।

ରିପୋର୍ଟ ମୁତାବକ, ଯେଉଁ ‘Truecaller’ ୟୁଜର୍ସଙ୍କର ଆଇସିଆଇସିଆଇ ବ୍ୟାଙ୍କରେ ଆକାଉଣ୍ଟ ଅଛି, ସେମାନଙ୍କ ରେଜିଷ୍ଟ୍ରେଶନ ମଧ୍ୟ ଆରମ୍ଭ ହୋଇଯାଇଛି। ଆଉ ସେପଟେ ଯେଉଁମାନଙ୍କର ଆକାଉଣ୍ଟ ନାହିଁ, ସେମାନଙ୍କ ରେଜିଷ୍ଟ୍ରେଶନ ହୋଲ୍ଡରେ ଅଛି। ତେବେ ୟୁଜରମାନେ ତାଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ ହୋଇଯିବା ଆଶଙ୍କାରେ କେତେକ ଅଭିଯୋଗ ମଧ୍ୟ ଆଣିଛନ୍ତି।

ଏହାସହ ପଢ଼ନ୍ତୁ: ଆସୁଛି WhatsAppର ନୂଆ ଆପ୍, ଏଣିକି ଚାଟରେ ବଦଳିଯିବ ବହୁତ କିଛି

ଏପଟେ ‘Truecaller’ ପକ୍ଷରୁ କୁହାଯାଇଛି ଯେ ଏହା ସବୁ ବଗ୍ ବା ତ୍ରୁଟି କାରଣରୁ ହେଉଛି। ଏହି ଆପର ଭର୍ସନକୁ ପ୍ଲେ ଷ୍ଟୋର ଏବଂ ଆପ୍ ଷ୍ଟୋରରୁ ହଟାଇ ଦିଆଯାଇଛି। କମ୍ପାନୀ ତ୍ରୁଟି ଯାଞ୍ଚ କରୁଛି। କମ୍ପାନୀ ଏହା ମଧ୍ୟ କହିଛି, ୟୁଜରମାନେ ଆପର ମେନୁ ବାରକୁ ଯାଇ ରେଜିଷ୍ଟ୍ରେଶନ ବାତିଲ କରିପାରିବେ। ଏଠାରେ କହି ରଖୁଛୁ ଯେ ‘Truecaller’ ୨୦୧୭ରେ ୟୁପିଆଇ ପେମେଣ୍ଟ ପାଇଁ ଆଇସିଆଇସିଆଇ ବ୍ୟାଙ୍କ ସହିତ ଚୁକ୍ତିନାମା ସ୍ବାକ୍ଷର କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.