କୁନ୍ଦୁଲି ଘଟଣା : ତନାଘନାରେ ବିତିଗଲା ଦୁଇ ବର୍ଷ, ଶେଷରେ ରିପୋର୍ଟ ଆସିଲା ମିଛ କହିଥିଲେ ପୀଡିତା

କୋରାପୁଟ (କେନ୍ୟୁଜ୍) : କୁନ୍ଦୁଲି ଘଟଣା ଘଟିନି କି ଏଥିରେ ସତ୍ୟତା ନାହିଁ । ଏଥିପାଇଁ ସରକାର ଓ ତଦନ୍ତକାରୀ ସଂସ୍ଥାକୁ ଦୋଷ ଦିଆଯିବନାହିଁ । ବିଧାନସଭାରେ ଉପସ୍ଥାପିତ ବିଚାର ବିଭାଗୀୟ କମିଶନଙ୍କ ତଦନ୍ତ ରିପୋର୍ଟରେ ଏହା କୁହାଯାଇଛି । କୁନ୍ଦୁଲି ଝିଅ ମିଛ ଅଭିଯୋଗ କରିଥିବା କୁହାଯାଇଛି । କୁନ୍ଦୁଲି ପୀଡ଼ିତାଙ୍କ ସହ କୌଣସି ଅସଦାଚରଣ ହୋଇନାହିଁ। ପରିସ୍ଥିତି ଚାପରେ ପଡ଼ି ସେ ଆତ୍ମହତ୍ୟା କରିଛନ୍ତି । ସେହିପରି ରାଜନୈତିକ ଦଳ ଓ ମିଡିଆକୁ କମିଶନ ଦୋଷ ଦେଇଛନ୍ତି । ଖବରକାଗଜ ଓ ଟିଭି ଏହି ଘଟଣାକୁ ଅଯଥା ହଟଚମଟ କରି ପ୍ରଚାର ଓ ପ୍ରସାର କରୁଥିବା ଦର୍ଶାଇଛନ୍ତି ।

କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟାର ବିଚାର ବିଭାଗୀୟ କମିଶନଙ୍କ ତଦନ୍ତର ଆକ୍ସନ ଟେକେନ୍ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଛି । ତଦନ୍ତ କମିଶନ ପୀଡ଼ିତାଙ୍କ ପରିଚୟ ପ୍ରଘଟ ନ କରିବାକୁ ସୁପାରିଶ କରିଥିଲେ । ଏହାକୁ ରାଜ୍ୟ ପୋଲିସ ମୁଖ୍ୟାଳୟ, ସବୁ ତଦନ୍ତକାରୀ ସଂସ୍ଥାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୀଡ଼ିତାଙ୍କ ପରିଚୟ ଆଇନ ଅନୁସାରେ ପ୍ରଘଟ କରାଯିବ ନାହିଁ । ସେହିଭଳି ତଦନ୍ତ ସରିବା ଆଗରୁ ତଦନ୍ତର ଅଗ୍ରଗତି ସମ୍ପର୍କରେ ଗଣମାଧ୍ୟମକୁ କୁହାଯିବ ନାହିଁ ।

Kunduliକୁନ୍ଦୁଲି ଛକରୁ ପୀଡ଼ିତାଙ୍କ ପ୍ରତିମୂର୍ତ୍ତି ହଟାଇବାକୁ ହୋଇଥିବା ଆବେଦନକୁ ଗ୍ରହଣ କରି ନାହାନ୍ତି ସରକାର । କୁନ୍ଦୁଲି ନାବାଳିକା ଅପହରଣ, ଅସଦାଚରଣ ଓ ଆତ୍ମହତ୍ୟା ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। କୋରାପୁଟ ଜିଲ୍ଲା ଜଜ୍ ତଦନ୍ତ କରିଥିଲେ । ତଦନ୍ତ କମିଶନ ୨୦୧୮ ସେପ୍ଟେମ୍ବର ୨୦ ତାରିଖରେ ରାଜ୍ୟ ସରକାରଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟକୁ ତର୍ଜମା କରିଥିଲା ଗୃହ ବିଭାଗ ।

୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ ପୀଡ଼ିତା ନାବାଳିକା କୁନ୍ଦଲି ବଜାରରୁ ଘରକୁ ଫେରିବା ବାଟରେ ଗଣଦୁଷ୍କର୍ମର ଶିକାର ନେଇ ଅଭିଯୋଗ ହୋଇଥିଲା । ଏହାପରେ ୨୦୧୮ ଜାନୁଆରୀରେ ପୀଡ଼ିତା ଆତ୍ମହତ୍ୟା କରିଥିଲେ । ଏହି ମାମଲାର ପ୍ରଥମେ କ୍ରାଇମବ୍ରାଞ୍ଚ ଓ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଚାର ବିଭାଗୀୟ ତଦନ୍ତ ହୋଇଥିଲା। ଶୁକ୍ରବାର ହାଇକୋର୍ଟରେ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ଶୁଣାଣି ହୋଇଥିଲା । ତଦନ୍ତ ସାରିବାକୁ ସରକାରଙ୍କୁ ଆଉ ଏକ ମାସ ସମୟ ଦେଇଥିଲେ କୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.