ଜାହ୍ନବୀ କପୁରଙ୍କ ବେଲି ଡ୍ୟାନ୍ସ ଭାଇରଲ ,ଦେଖନ୍ତୁ ଏହି ଭିଡିଓ

ଆଜିକାଲି ଅଭିନେତ୍ରୀ ଜାହ୍ନବୀ କପୁର ନିଜର ଆଗାମି ଫିଲ୍ମ କାର୍ଗିଲ ଗାର୍ଲର ସୁଟିଂ ପାଇଁ ବହୁତ ବ୍ୟସ୍ତ ରହୁଛନ୍ତି । ସୂଚନା ଅନୁଯାୟୀ ସେ ହରର କମେଡି ଫିଲ୍ମ ରୁହିଅଫଜର ପ୍ରଥମ ସିଡ୍ୟୁଲ ଶେଷ କରିଛନ୍ତି । ଯଦିଓ ସେ ବର୍ତ୍ତମାନ ଜର୍ଜିୟାରେ ନିଜର ଫିଲ୍ମ ସୁଟିଂ କରୁଛନ୍ତି କିନ୍ତୁ ଲାଗୁଛି ସେ ତାଙ୍କ ଫ୍ରେଣ୍ଡ୍ସ ମାନଙ୍କୁ ବବହୁତ ମିସ କରୁଛନ୍ତି ।

ଏହାସହ ପଢନ୍ତୁ ୫୦ ଲକ୍ଷ ଠକେଇ: କପିଲ ଶର୍ମା ଶୋ’ର ଏହି କମେଡିଆନଙ୍କ ସମେତ ୭ଜଣଙ୍କ ନାଁରେ ମାମଲା

ଜାହ୍ନବୀ କପୁରଙ୍କ ଟ୍ରେନର ନମ୍ରତା ପୁରୋହିତ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଜାହ୍ନବୀ କାପୁରଂକ ସହିତ ‘ଆଖ ଲଡ଼ ଜାୱେ’ ଗୀତରେ ବେଲି ଡ୍ୟାନ୍ସ କରୁଥିବାର ନଜରକୁ ଆସିଛି । ଏହି ଭିଡିଓରେ ଜାହ୍ନବୀ କପୁର ଏକ ହ୍ୱାଇଟ ଜିନ୍ସ ପିନ୍ଧିଛନ୍ତି । ଏହି ଭିଡିଓ ଦେଖିସାରିବା ପରେ ଆପଣଙ୍କୁ ବିଶ୍ୱାସ ହେଇଯିବ ଯେ ଜାହ୍ନବୀ ଏତେ ସୁନ୍ଦର ଡ୍ୟାନ୍ସ ବି କରିପାରନ୍ତି ।

ଜାହ୍ନବୀ କପୁର କାର୍ଗିଲ ଗାର୍ଲ , ଗୁଞ୍ଜନ ସାକ୍ସେନାଙ୍କ ବାୟୋପିକ, ତଖତ ଏବଂ ଦୋସ୍ତାନା 2 ଭଳି ଚଳଚ୍ଚିତ୍ରରେ ଆଗକୁ ନଜରରେ ଆସିବେ । ଜାହ୍ନବୀ କପୁର ଚଳଚ୍ଚିତ୍ର ଧଡକରୁ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ତାଙ୍କ ବ୍ୟତୀତ ସହିଦ କପୁରଙ୍କ ଭାଇ ଈଶାନ ଖଟ୍ଟର ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ମରାଠୀ ଫିଲ୍ମ ସୈରାଟର ରିମେକ ଥିଲା । ଜାହ୍ନବୀ ଚଳଚ୍ଚିତ୍ର ଜଗତରେ ପାଦ ଦେବା ପୂର୍ବରୁ ହିଁ ତାଙ୍କ ମା’ ବା ଫିଲ୍ମ ଅଭିନେତ୍ରୀ ସାରିଦେବୀଙ୍କର ଦେହାନ୍ତ ଘଟିଥିଲା । ଏହି ସମୟରେ ଜାହ୍ନବୀ କପୁରଙ୍କ ପ୍ରଥମ ଫିଲ୍ମ ଧଡକର ସୁଟିଂ ଚାଲିଥିଲା । ଶ୍ରୀଦେବୀଙ୍କ ଦେହାନ୍ତ ପରେ ମଧ୍ୟ ସେ ଧୈର୍ଯ୍ୟର ସହିତ ଫିଲ୍ମର ସୁଟିଂ ଶେଷ କରିଥିଲେ ।

 

Leave A Reply

Your email address will not be published.