ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ପୁଣି ଥରେ ପ୍ରସ୍ତାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ପୁଣି ଥରେ ପ୍ରସ୍ତାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ। ତେବେ କଶ୍ମୀରକୁ ସେ ଜଟିଳ ପରିସ୍ଥିତି ବୋଲି କହିଛନ୍ତି। ଏହାର ସ୍ଥାୟୀ ସମାଧାନ ପାଇଁ ଭାରତ ଓ ପାକିସ୍ତାନ ଦ୍ୱିପାକ୍ଷିକ କଥାବାର୍ତ୍ତା ମଧ୍ୟରେ ଏହାର ସମାଧାନ ହେବା ଆବଶ୍ୟକ ବୋଲି କହିଛନ୍ତି ଟ୍ରମ୍ପ। ନିଜ ଆଡୁ ପ୍ରସ୍ତାବ ଦେଇ ଚଳିତ ସପ୍ତାହରେ ଏନେଇ ମୋଦିଙ୍କ ସହ କଥାବାର୍ତ୍ତା ହେବେ ସେ କହିଛନ୍ତି। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ ମଧ୍ୟସ୍ଥତା କରିବାକୁ ସମସ୍ତ ପ୍ରୟାସ କରିବେ ବୋଲି ସ୍ପଷ୍ଟ କରିଛନ୍ତି। ବିଗତ ଦଶନ୍ଧି ଧରି କଶ୍ମୀର ସମସ୍ୟା ଲାଗି ରହିଛି। ଗତସପ୍ତାହରେ ଇମ୍ରାନ ଖାନଙ୍କୁ କଶ୍ମୀରର ଆଭ୍ୟନ୍ତରୀଣ ମାମଲା କହିବା ସହ କଡ଼ା ଭାଷାରେ ତାଗିଦ କରିଥିଲେ। କଶ୍ମୀରରେ ଅଶାନ୍ତି ସୃଷ୍ଟି ନକରିବା ଓ ଭାରତ ବିରୋଧୀ କାର୍ଯ୍ୟାକଳାପରୁ ଦୂରେଇ ରହିବାକୁ ଇମ୍ରାନଖାନଙ୍କୁ ଚେତାବନୀ ଦେଇଥିଲେ। ପୂର୍ବରୁ ମଧ୍ୟ ମଧ୍ୟସ୍ଥତା ନେଇ ସେ କଥା ଉଠାଇଥିବା ବେଳେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ଏହା ପରେ ନିଜର ବୟାନ ବଦଳାଇଥିଲେ ଟ୍ରମ୍ପ।

 

 

 

Leave A Reply

Your email address will not be published.