କେନାଲ କୂଳରେ ବସି ଭାବ ଦିଆନିଆ ହେଉଥିଲେ ପ୍ରେମୀଯୁଗଳ। ହେଲେ ଏହି ଦ୍ଶ୍ୟ ପଡ଼ିଯାଇଥିଲା ଝିଅର ପରିବାର ଲୋକଙ୍କ ନଜରରେ। ଆଉ ତା’ ପରେ ଝିଅର ପରିବାର ଲୋକେ ଯୁବକଙ୍କୁ କାବୁ କରି ଅତି ନିର୍ଦ୍ଦୟ ଭାବେ ପିଟିଥିଲେ। ଏତିକିରେ ରାଗ ଶାନ୍ତ ହୋଇ ନ ଥିଲା ସେମାନଙ୍କର, ଦରମରା ଅବସ୍ଥାରେ ତାଙ୍କୁ ଫିଙ୍ଗିଦେଲେ କେନାଲ ଭିତରକୁ, ଯେଉଁ କାରଣରୁ ନିରୀହ ଯୁବକଙ୍କ ଶେଷରେ ଜୀବନ ହିଁ ଚାଲିଗଲା। ମହାରାଷ୍ଟ୍ରର ଔରଙ୍ଗାବାଦରେ ଘଟିଥିବା ଏଭଳି ଏକ ହ୍ଦୟବିଦାରକ ଘଟଣା ଏବେ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି। ପ୍ରେମିକାଙ୍କ ସହ ଲୁଚିଛପି ମିଶିବା ପୁଅକୁ ଏତେ ମହଙ୍ଗା ପଡ଼ିବ ବୋଲି ମ୍ତକଙ୍କ ପରିବାର ଲୋକେ ଭାବିପାରୁନାହାନ୍ତି। ପୁଅକୁ ହରାଇ ଏବେ ସେମାନେ ସ୍ଥାଣୁ ପାଲଟିଯାଇଛନ୍ତି।
ନବିନଗର ଥାନା ଅଧୀନ ହସନପୁର ଗାଁରେ ଘଟିଛି ଏହି ଘଟଣା। ମ୍ତ ଯୁବକ ହେଉଛନ୍ତି ୨୦ ବର୍ଷୀୟ ରାକେଶ କୁମାର, ଅମ୍ବା ଥାନା ଅଧୀନ ଦେଶପୁର ଗାଁର ସୂରଜପତ ପ୍ରସାଦଙ୍କ ପୁଅ। ଖବର ପାଇ ପୋଲିସ ପହଞ୍ଚି କେନାଲରୁ ମ୍ତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ମ୍ତକଙ୍କ ବାପା ସୂରଜପତଙ୍କ ବୟାନକୁ ଆଧାର କରି ପୋଲିସ ୮ରୁ ୧୦ଜଣ ବ୍ୟକ୍ତିଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି। ତେବେ ଏହି ଘଟଣାରେ ପୋଲିସ ଜନେଶ୍ବର ମେହତା ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି।
ଏହାସହ ପଢ଼ନ୍ତୁ: ରଙ୍ଗିନ୍ ବାବାଙ୍କ ରଙ୍ଗିନ୍ କାରନାମା: ସୋସିଆଲ ମିଡିଆରେ ଘୁରି ବୁଲୁଛି ୧୦ରୁ ଅଧିକ ଅଶ୍ଳୀଳ ଭିଡିଓ
ବର୍ଷେ ପୂର୍ବରୁ ହୋଇଥିଲା ପରିଚୟ
ହସନପୁର ଗାଁରେ ରାକେଶଙ୍କ ସମ୍ପର୍କୀୟ ରୁହନ୍ତି। ଏଠାକୁ ଯିବାଆସିବା ଭିତରେ ରାକେଶ ଓ ଜଣେ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଏତେ ନିବିଡ଼ ହୋଇଯାଇଥିଲା ଯେ କେହି କାହାକୁ ଦଣ୍ଡେ ନ ଦେଖିଲେ ରହିପାରୁ ନ ଥିଲେ। ତେବେ ଏହି କଥା ଯେବେ ଝିଅର ପରିବାର ଲୋକଙ୍କ କାନରେ ପଡ଼ିଥିଲା, ସେମାନେ ଯୁବକଙ୍କୁ ଧରିବା ପାଇଁ ଲାଗିପଡ଼ିଥିଲେ। ବୁଧବାର ଯେମିତି ଦୁହେଁ କେନାଲ କୂଳରେ ଏକାଠି ହୋଇଥିଲେ, ପଛରେ ପିଛା କରି ଆସୁଥିବା ଝିଅର ପରିବାର ଲୋକେ ଯୁବକଙ୍କୁ କାବୁ କରିନେଇଥିଲେ। ଆଉ ତା’ପରେ ଯୁବକଙ୍କୁ ଗଛରେ ବାନ୍ଧି ପିଟି ପିଟି ମାରି ଦେଲେ। ଯୁବକ ଜଣକ ନିଜ ଭଉଣୀକୁ ଛାଡ଼ିବା ପାଇଁ ପ୍ରଥମେ ଏକ ଗାଁକୁ ଯାଇଥିଲେ। ସେଠାରୁ ସେ ନିଜ ପ୍ରେମିକାଙ୍କୁ ଫୋନ୍ କରି ପାଣ୍ଡେୟପୁରା କେନାଲ ନିକଟକୁ ଡକାଇଥିଲେ। ଏହାପରେ ପ୍ରେମିକ ପ୍ରେମିକା ଏଠାରେ ମିଶିବା ଭିତରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଥିଲା।