ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା, ୪ ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି ଭୟଙ୍କର ଭାବେ ବର୍ଷିବ

ଉପକୂଳ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି। ଆଗାମୀ ୨୪ ଘଣ୍ଟା ଭିତରେ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଏହି ଜିଲ୍ଲାଗୁଡିକ ପାଇଁ ଜାରି ହୋଇଛି ରେଡ୍‌ ୱାର୍ଣ୍ଣିଂ। କିଛି ସ୍ଥାନରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇପାରେ। ପାହାଡିଆ ଅଂଚଳରେ ଭୂସ୍ଖଳନ ଆଶଙ୍କା ମଧ୍ୟ ରହିଛି। ସେହିପରି ଗଜପତି, ପୁରୀ, କୋରାପୁଟ, ବଲାଙ୍ଗିର, ରାୟଗଡ଼ା ଓ ନୂଆପଡାରେ ମଧ୍ୟ ପ୍ରବଳରୁ ପ୍ରବଳ ବର୍ଷା ଅନୁମାନ କରାଯାଇଛି। ଏହି ଜିଲ୍ଲାଗୁଡିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ମାଲକାନଗିରି ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବରଗଡ଼, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ା ପାଇଁ ମଧ୍ୟ ୱେଲୋ ୱର୍ଣ୍ଣିଂ ଜାରି ହୋଇଛି। ଏଠାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି।

 

 

Leave A Reply

Your email address will not be published.