ଭୟଙ୍କର ସ୍ଥିତିରେ ହିମାଳୟ, ଜାଣନ୍ତୁ କଣ ଘଟିଛି

ଭାରତର ହିମାଳୟ ରକ୍ଷା କବଚ ଭଳି ।ହିମାଳୟରେ ହିଁ ପୃଥିବୀରେ ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟ ଅବସ୍ଥିତ । ଏବେ ସମୟ ଆସିଯାଇଛି ଯେ ହିମାଳୟକୁ ତାର ଶ୍ରେଷ୍ଠତା ଅନୁସାରେ ପରିଗଣିତ କରିବା ଓ ତାର ବିଶେଷତ୍ୱ କୁ ବୁଝିବା। ଆଧ୍ୟାତ୍ମିକତା ଠାରୁ ଆରମ୍ଭ କରି ଭୌଗୋଳିକ ସ୍ଥିତି ପର୍ଯ୍ୟନ୍ତ ସବୁଥିରେ ହିମାଳୟର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। କିନ୍ତୁ ଏହି ହିମାଳୟ ତାର ପ୍ରାକୃତିକ ସୌନ୍ଦର୍ୟକୁ ହରାଇବା ସହ କ୍ଷୟ ହେବାକୁ ବସିଲାଣି । କିନ୍ତୁ ଏବେ ସମୟ ଆସିଯାଇଛି ଯେ ହିମାଳୟର ସୁରକ୍ଷା ପ୍ରତି ଗଭୀର ଭାବେ ଦୃଷ୍ଟି ଦେବା। ଆଉ କିପରି ଭାବେ ଭାରତର ଗର୍ବ ଏହି ହିମାଳୟକୁ ସୁରକ୍ଷିତ କରି ରଖିପାରିବା। ହିମାଳୟ ସାମ୍ନା କରୁଥିବା ୧୦ ଟି ପ୍ରମୁଖ ସମସ୍ୟା ଯାହା ପ୍ରତି ଗଭୀର ଦୃଷ୍ଟି ଦିଆଯିବା ଦରକାର
୧ମ ବିପତ୍ତି:
ଜଣେ ପ୍ରଖ୍ୟାତ ପରିବେଶ ବିଜ୍ଞାନୀ କହିଛନ୍ତି ଯେ ହିମାଳୟକୁ ବର୍ତମାନ ସାମୁହିକ ସହ ରାଜନୈତିକ ଇଚ୍ଛା ଶକ୍ତିର ମଧ୍ୟ ଆବଶ୍ୟକତା ରହିଛି। ଆମେ ଯେତେ ଏକ ଜୁଟ ହୋଇ ଏକ ସ୍ୱରରେ ହିମାଳୟ ପାଇଁ କାମକରିବା ଫଳ ସେତେ ଶୀଘ୍ର ମିଳିପାରିବ । ନହେଲେ ହୁଏତ ଫଳ ମିଳିବାରେ ବହୁ ଡେରି ହୋଇଯିବା ସହ ହାତରୁ ସମୟ ଚାଲି ନ ଯାଏ। ସେ ଏହା ମଧ୍ୟ କହିଛନ୍ତି କି ସର୍ବାଙ୍ଗୀନ ବିକାଶ ତେବେ ହିଁ ହୋଇପାରିବ ଯେବେ ଆମେ ମିଳି ମିଶି କାମ କରିବା।  ସୂଚନା ଅନୁଯାୟୀ ହିମାଳୟର ୯୦ ପ୍ରତିଶତ ପରିବେଶର ଉପଯୋଗ ସେହି ଅଂଚଳର ଲୋକେ ହିଁ କରିଥାନ୍ତି।
୨ୟ ସଙ୍କଟ:
ଜୈବ ବିଭିଧତା ରେ ଅସନ୍ତୁଳନତା ବୃଦ୍ଧି ପାଉଥିବାରୁ ହିମାଳୟରେ ଥିବା ବିଭିନ୍ନ ବିରଳ ପ୍ରଜାତିର ଫୁଲ, ଫଳ ଠାରୁ ଆରମ୍ଭ କରି ବିଭିନ୍ନ ପଶୁପକ୍ଷୀଙ୍କର ଲୋପ ପାଇବାର ଆଶଙ୍କା ସର୍ବାଧିକ ।  କାରଣ ସେଠାକାର ବର୍ଦ୍ଧିତ ପ୍ରଦୂଷଣ ଏସବୁ ପ୍ରଜାତିର ଜୀବ ମାନଙ୍କ ପ୍ରତି ଗଭୀର ବିପଦ ଟାଣି ଆଣିଛି । କାରଣ ଜୈବ ବିଭିଧତା ଅଛି ତ ଜୀବନ ଅଛି।  ଉତ୍ତରାଖଣ୍ଡର ଜୈବ ବିଭିଧତାର ସଚିବ ଏସ.ଏନ ସମାଇଲି ସ୍ପଷ୍ଟ ଭାବେ କହିଛନ୍ତି ଯେ ଜୈବ ବିଭିଧତାର ସୁରକ୍ଷାରେ ବହୁତ ବିଳମ୍ବ ହୋଇଯାଇଛି । କାରଣ କୁହାଯାଏ ଯେ ଜୈବ ବିଭିଧତା ଅଛି ତ ଜୀବନ ଅଛି। ପୃଥିବୀରେ ଥିବା ପ୍ରତ୍ୟକ ପ୍ରାଣୀ ପରସ୍ପର ପ୍ରତି ନିର୍ଭରଶୀଳ । ଦିନ ଥାଉ ଥାଉ ଆମକୁ ସଂରକ୍ଷଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପଡିବ। ନହେଲେ ହୁଏତ ହାତରୁ ହିମାଳୟ ଖସି ଯାଇପାରେ।

ଏହା ସହ ପଢନ୍ତୁ:କେବେ ଭାବିଛନ୍ତି କି ଚନ୍ଦ୍ର ନ ଥିଲେ କଣ ହୋଇଥାନ୍ତା, ଆସନ୍ତୁ ଜାଣିବା

୩ୟ ପଦକ୍ଷେପ:
ଭାରତୀୟ ବନ୍ୟଜୀବ ସଂସ୍ଥାନର ବରିଷ୍ଠ ବୈଜ୍ଞାନିକ ଏସ. କୁମାରଙ୍କ ଅନୁଯାୟୀ ବନ୍ୟ ଜୀବ ମାନଙ୍କର ପ୍ରତି ସଙ୍କଟ କ୍ରମଶଃ ମାଡି ଆସୁଛି। ମଣିଷ  ମାନେ ତାଙ୍କରି ବାସସ୍ଥାନରେ ପଶି ତାଙ୍କର ହିଁ କ୍ଷତି କରିବାକୁ ବସିଛନ୍ତି । ବିକାଶ ନାମରେ ଜଙ୍ଗଲ କାଟି ପଦା କରିବା ଦ୍ୱାରା ତାଙ୍କୁ ଉପଯୁକ୍ତ ବାସସ୍ଥାନ ମିଳି ପାରୁନାହିଁ। ସେମାନଙ୍କ ପ୍ରାକୃତିକ ବାସସ୍ଥାନ ଗୁଡିକରେ ମଣିଷ ଅନଧିକାର ପ୍ରବେଶ କରିବା ଦ୍ୱାରା ସେମାନଙ୍କ ବାସସ୍ଥାନ ସମେତ ଖାଦ୍ୟରେ ବି ସଙ୍କଟ ଦେଖାଦେଉଛି ।
୪ର୍ଥ ପଦକ୍ଷେପ :
ହିମାଳୟରେ ଥିବା ଗ୍ଲସିୟର ଗୁଡିକ ପାଣିପାଗକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । କିନ୍ତୁ ଗ୍ଲସିୟରର ଉପାଦେୟତା ସାଧାରଣରେ ବୁଝାଯାଇ ପାରିନାହିଁ। ଏହା ସହ ହିମାଳୟର କିଛି ସ୍ଥାନରେ ଗଭୀର ଜଳ ସଙ୍କଟର ମଧ୍ୟ ସାମ୍ନା କରୁଛି ।
୫ମ ସଙ୍କଟ: ଜଣେ ପ୍ରସିଦ୍ଧ ସନ୍ୟାସୀଙ୍କ ଅନୁଯାୟୀ ହିମାଳୟରୁ ହିଁ ପ୍ରଥମେ ଆଧ୍ୟାତ୍ମିକ ପର୍ଯ୍ୟଟନର ଆରମ୍ଭ କରାଯାଇଥିଲା । ହିମାଳୟ ଅନନ୍ତ ପ୍ରେରଣାର ଉତ୍ସ ଅଟେ । ସାଧାରଣତଃ ସାଧୁ ସନ୍ୟାସୀ ମାନେ ତପସ୍ୟା କରିବା ନିମନ୍ତେ ହିମାଳୟକୁ ହିଁ ଉପଯୁକ୍ତ ସ୍ଥାନ ଭାବେ ବାଛିଥାନ୍ତି। ହୁଏତ ତାହା ହିମାଳୟ କ୍ଷୟର ଏକ ପ୍ରମୁଖ  କାରଣ ହୋଇପାରେ ।
୬ଷ୍ଠ ସଙ୍କଟ:
ଲୋକ ବିଭାଗର ଜଣେ ବରିଷ୍ଠ ଇଂଜିନିୟର କହିଛନ୍ତି ଯେ ସର୍ବଦା ସଡକ ବିନାଶର ନୁହେଁ ବିକାଶର ପ୍ରତୀକ ହେବା ଉଚିତ। ଏମିତି ନ ହେଉ କି ବିକାଶ କରୁ କରୁ ପ୍ରାକୃତିକ ସମ୍ପଦ ଗୁଡିକର କ୍ଷୟ ହେଇଯିବ। ସଡକ ଏମିତି ତିଆରି ହେବା ସେଥିରେ ଯେମିତି କମ ରୁ କମ ଶକ୍ତି ଉପଯୋଗ ହେବା ଦରକାର।
୭ମ ସଙ୍କଟ:
ଇଣ୍ଡିଆନ ପ୍ରଫେସିଓନାଲର ମହାମନ୍ତ୍ରୀ ମଞ୍ଜୁଳ ରାବତନ୍କ କହିବା ଅନୁଯାୟୀ ଅନିୟନ୍ତ୍ରିତ ପର୍ଯ୍ୟଟନ ମଧ୍ୟ ହିମାଳୟକୁ ଗଭୀର କ୍ଷତି ପହଞ୍ଚଉଛି। କୌଣସି ଏକ ନିର୍ଦ୍ଧିଷ୍ଟ ନୀତି ନିୟମ ନଥିବାରୁ ବର୍ଷର ସବୁ ସମୟରେ ବହୁ ମାତ୍ରାରେ ପର୍ଯ୍ୟଟକ ହିମାଳୟକୁ ଆସିଥାନ୍ତି। ଅଧିକ ମାତ୍ରାରେ ଲୋକଙ୍କ ଆଗମନ ଯୋଗୁଁ ଏହା ଏହାର ପ୍ରାକୃତିକ ସନ୍ତୁଳନକୁ ହରାଇବାକୁ ବସିଲାଣି । ସ୍ୱତନ୍ତ୍ର ରାଜ୍ୟ ଗଠନ ପରେ ମଧ୍ୟ ଏଠାରେ ଗୋଟେ ବି ପର୍ଯ୍ୟଟନ ସ୍ଥଳର ବିକାଶ କରାଯାଇନାହିଁ । ପର୍ଯ୍ୟଟକ ମାନଙ୍କର ବୃଦ୍ଧି କୁ ହିଁ ପର୍ଯ୍ୟଟନର ବିକାଶ କୁହାଯାଇପାରିବ ନାହିଁ। ସ୍ଥାନୀୟ ଲୋକଙ୍କ ସହଭାଗିତା ବଢିଲେ ହିଁ ଯେକୌଣସି ସ୍ଥାନର ପର୍ଯ୍ୟଟନର ବିକାଶ କରାଯାଇପାରିବ।
୮ମ ସଙ୍କଟ:
ବୈଜ୍ଞାନିକ ମାନଙ୍କ ତଥ୍ୟ ଅନୁଯାୟୀ ଭୂ କ୍ଷରଣ ହିମାଳୟର ଏକ ପ୍ରମୁଖ ସମସ୍ୟା । ଏଥିଲାଗି ବେଶୀ ପ୍ରଭାବିତ ହେଉଛି ଉତ୍ତରାଖଣ୍ଡ ରାଜ୍ୟ । ଭୁକ୍ଷରଣ ଜଳବାୟୁ ପରିବର୍ତନ କାରଣରୁ ହିଁ ବଢିଥାଏ ଓ ଜଳବାୟୁ ପରିବର୍ତନକୁ ମଧ୍ୟ ବଢ଼ାଇ ଥାଏ ।
ଏହି ସବୁ ସମସ୍ୟାକୁ ସାମ୍ନା କରିବା ପାଇଁ ଭୂ ପ୍ରବନ୍ଧନର ଆବଶ୍ୟକତା ରହିଛି।
୯ମ ସଙ୍କଟ:
ହିମାଳୟ ଓ ପ୍ରାକୃତିକ ବିପର୍ଯ୍ୟୟର ଗଭୀର ସମ୍ବନ୍ଧ ରହିଅଛି । ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯୟ ଗୁଡିକୁ ମୁକାବିଲା କରିବା ପାଇଁ ସ୍ଥାନୀୟ ଲୋକଙ୍କୁ ସଚେତନ ହେବାକୁ ପଡିବ।
୧୦ମ ସଙ୍କଟ :
କିଛି ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ ହିମାଳୟ ଦିନକୁ ଦିନ ଖତ ଗଦାରେ ପରିଣତ ହେବାକୁ ବସିଲାଣି । ଏହାକୁ ଶୀଘ୍ର  କାବୁ କରିବାକୁ ପଡିବ। ଏହା ସହ ଏହା ମଧ୍ୟ ସାମ୍ନାକୁ ଆସିଲାଣି ଗଭୀର ଭୂକ୍ଷରଣର ସାମ୍ନା କରି ହିମାଳୟର ଉର୍ବରତା ଦିନକୁ ଦିନ ହ୍ରାସ ହେବାରେ ଲାଗିଛି । ଏଠାରେ ବିଭିନ୍ନ ପ୍ରାନ୍ତର ଅଳିଆ ଆବର୍ଜନା ଗୁଡିକୁ ପକାଯାଇଥାଏ। ଏହି ବର୍ଯ୍ୟବସ୍ତୁ ଗୁଡିକ ଏହାର ସୌନ୍ଦର୍ଯ୍ୟକୁ ନଷ୍ଟ କରିବା ସହ ଏହାକୁ ପ୍ରଦୂଷିତ ମଧ୍ୟ କରୁଛି ।  କରୁଛନ୍ତି
ଏହି ସବୁ ଦିଗ ଗୁଡିକ ପ୍ରତି ଯଥା ଶୀଘ୍ର ଦୃଷ୍ଟି ଦିଆନଗଲେ ହିମାଳୟର ଯେ ଅଶେଷ କ୍ଷତି ଘଟିବ ଏଥିରେ ସନ୍ଦେହ ନାହିଁ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.