କ୍ୟାନସର ଏବଂ ମଧୁମେହ ରୋଗୀଙ୍କୁ ଫାଇଦା ଦେବ ଟମାଟର, ସ୍ୱାସ୍ଥ୍ୟ ପାଇଁ ବରଦାନ ଏହି ପରିବା

ଟମାଟର ବିଶ୍ୱରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ପରିବା । ଭାରତୀୟ ବ୍ୟଞ୍ଜନରେ ଟମାଟର ପ୍ରମୁଖ ଭାବେ ବ୍ୟବହାର ହୋଇଥାଏ। ଟମାଟ ବିନା ସାଲାଡ, ସୁପ, ତରକାରୀ, ଆଚାର, ଚଟଣୀ, କ୍ୟାଚଅପ୍‌ ଇତ୍ୟାଦି କରିବା ଅସମ୍ଭବ। ଟମାଟରରେ ଅନେକ ଗୁଣକାରୀ ତତ୍ତ୍ୱ ରହିଛି, ଯାହା ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। ଟମାଟ ଖାଦ୍ୟପଦାର୍ଥରେ ଯେତିକି ଉପକାରୀ ରୋଗ ପାଇଁ ମଧ୍ୟ ସେତିକି ଦରକାରୀ।

– ଟମାଟରରେ ଭରପୂର ମାତ୍ରାରେ କ୍ୟାଲସିୟମ, ଫସଫରସ ଏବଂ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଥାଏ। ଏସିଡିଟି ସମସ୍ୟା ଦୂର କରିବା ପାଇଁ ଟମାଟର ବେଶ୍‌ ସହାୟକ ହୋଇଥାଏ।

66

– ଟମାଟରରେ ଅଧିକ ମାତ୍ରାରେ ଭିଟାମିନ ଏ ରହିଛି, ଯାହା ଆଖିକୁ ଫାଇଦା ଦେଇଥାଏ ।

– ଟମାଟର ଖାଇବା ଦ୍ୱାରା ପାଚନ ଶକ୍ତି ବଢିବା ସହ ଗ୍ୟାସ ସମସ୍ୟା ମଧ୍ୟ ଦୂର ହୋଇଥାଏ।

– ଡାକ୍ତରଙ୍କ କହିବାନୁସାରେ, ଟମାଟର ନିୟମିତ ଭାବେ ଖାଇବା ଯୋଗୁଁ ଶ୍ୱାସନଳୀ ବିଲକୁଲ୍‌ ସଫା ରହିଥାଏ। ଏହାଛଡା କାଶ ଭଲ ହୋଇଥାଏ।

– ଗର୍ଭବତୀ ମହିଳା ପ୍ରତିଦିନ ସକାଳେ ଏକ ଗ୍ଲାସ ଟମାଟର ରସ ପିଇବା ବେଶ୍‌ ଫାଇଦା ଦେଇଥାଏ।

ଏହାସହ ପଢ଼ନ୍ତୁ ; ମାତ୍ର ୫ ମିନିଟିରେ ଏହି ଉପାୟରେ ସିଝାନ୍ତୁ ଆଳୁ

juice

– ଟମାଟର ଖାଇବା ଦ୍ୱାରା କ୍ୟାନସର ଏବଂ ମଧୁମେହ ରୋଗୀ ପାଇଁ ଉପଯୋଗୀ।

– ଯଦି ପେଟ କାଟୁଥାଏ, ତେବେ ପ୍ରତିଦିନ ସକାଳେ ଖାଲିପେଟରେ ଟମାଟର ସହିତ ଗୋଲମରିଚ ମିଶାଇ ଖାଇବା ଦ୍ୱାରା ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାଛଡା ଆପଣ ଟମାଟର ସୁପରେ ଗୋଲମରିଚ ଗୁଣ୍ଡ ପକାଇ ପିଇପାରିବେ।

Leave A Reply

Your email address will not be published.