ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ୍‌ ସହିଦ୍‌ 

ଶ୍ରୀନଗର : ସ୍ୱାଧୀନତା ଦିବସ ପୂର୍ବରୁ ରକ୍ତମୁଖା ଆତଙ୍କବାଦୀ। ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ୍‌ ସହିଦ୍‌  ହୋଇଛନ୍ତି। ଏହି ଘଟଣାରେ ଅନ୍ୟ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳୁ ଜମ୍ମୁ-କାଶ୍ମୀର ବାଟମାଲୁରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ବଟମାଲୁରେ ସର୍ଚ୍ଚ ଅପରେସନ୍‌  ଆରମ୍ଭ ହୋଇଥିଲା। ଯବାନମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିମାଡ କରାଯାଇଥିଲା। ତେବେ ସର୍ଚ୍ଚ ଅପରେସନ୍‌  ଜାରି ରହିଛି।

Leave A Reply

Your email address will not be published.