ମନ କିଣିନେଲେ ପୋଲିସ ମ୍ୟାମ୍, ମା ସେବା ପରି କଲେ ଅସହାୟ ବୃଦ୍ଧଙ୍କ ସେବା

ଝିଅ ଯେମିତି ମାର ଯତ୍ନ ନିଏ ସେପରି ଯତ୍ନ ନେଉଛନ୍ତି ମାହିଳା ପୋଲିସ । ଯାହାର  ଭିଡିଓ ଏବେ ସୋସିଆଲ  ମିଡିଆରେ ବେଶ୍ ଭାଇରାଲ  ହେବାରେ ଲାଗିଛି। ଯାହା ଏବେ ଅନେକ ଲୋକପ୍ରିୟ ହେବାରେ ଲାଗିଛି। ଜଣେ ମହିଳା ପୋଲିସ କର୍ମୀ ଜଣେ ଅସହାୟ ବୃଦ୍ଧଙ୍କୁ ଏକ ପୋଷାକ ଓ ଚପଲ ପିନ୍ଧାଉଥିବାର ଦେଖିବାକୁ ମିଳିଛି।  ଯଦି ଏହି ଘଟଣା ଅନ୍ୟ କେହି କରିଥାନ୍ତା ହୁଏତ ଏହା ସୋସିଆଲ ମିଡିଆରେ ଏତେ ଭାଇରାଲ ହୋଇନଥାନ୍ତା । ଯେହେତୁ ଜଣେ ପୋଲିସ କର୍ମୀ ଏଭଳି ମାନବିକତା ଓ ଶ୍ରଦ୍ଧା  ଦେଖାଇ ବୃଦ୍ଧଙ୍କୁ ପୋଷାକ ପିନ୍ଧାଇଛନ୍ତି ତେଣୁ ସେହି ମହିଳା ପୋଲିସ ଅନେକ ପ୍ରଶଂସା ସଉଣ୍ଟିଛନ୍ତି। ମଝିରେ ମଝିରେ ବୃଦ୍ଧ ଜଣକ ଅତି ଆପଣାର ଭାବି ପୋଲିସ କର୍ମୀଙ୍କୁ କୁଣ୍ଢାଇ ଧରୁଛନ୍ତି।

ଦୃଶ୍ୟଟି ମଧ୍ୟପ୍ରଦେଶର ବୋଲି ଜଣା ପଡିଛି। ମଧ୍ୟପ୍ରଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏହି ଭିଡିଓଟି ଟ୍ବିଟରରେ ପୋଷ୍ଟ କରିଥିଲେ। ମହିଳା  ପୋଲିସଙ୍କ ନାମ ଶ୍ରଦ୍ଧା ଶୁକ୍ଲା ବୋଲି ଜଣାପଡିଛି। ଏହି ଭିଡିଓଟିକୁ ଏବେ ୨୪ ହଜାରରୁ ଉର୍ଦ୍ଧ ଲୋକ ଦେଖିସାରିଛନ୍ତି।

 

Leave A Reply

Your email address will not be published.