ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ମସାଜ ଟିପ୍ସ, ମିଳିବ ଫାଇଦା

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜ ଶରୀର ପ୍ରତି ଆମ୍ଭେ କମ୍‌ ଧ୍ୟାନ ଦେଉଛେ। ଅଫିସରେ ଅଧିକ ସମୟ ବସି କାମ କରିବା କିମ୍ବା ଅଧିକ ଓଜନଦାର ଜିନିଷ ଉଠାଇବା ସମୟରେ ଅଣ୍ଟାରେ ଯନ୍ତ୍ରଣା ସମସ୍ୟା ଦେଖାଦେଇଥାଏ। ଏହି ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆକ୍ୟୁପ୍ରେସର ଥେରାପୀର ସାହାଯ୍ୟ ନେଇପାରିବେ। ଶରୀରରେ ଏପରି କେତେକ ପଏଣ୍ଟ ରହିଛି, ଯାହା ଉପରେ ଚାପ ପକାଇବା ଦ୍ୱାରା ଅଣ୍ଟା ଯନ୍ତ୍ରଣାରୁ ଆରାମ ମିଳିଥାଏ। ଆପଣ ମଧ୍ୟ ଏହି ସ୍ଥାନକୁ ଚାପି ରଖିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

654

ହାତ ମସାଜ :

ଡାହାଣ ହାତର ବୁଢା ଏବଂ ବିଷି ଆଙ୍ଗୁଠି ମଝିରେ ଥିବା ଫାଙ୍କା ସ୍ଥାନରେ ବାମ ହାତର ଆଙ୍ଗୁଠିକୁ ଚାପି ରଖନ୍ତୁ। ୧୦ ସେକେଣ୍ଡ ଏପରି ରଖିବା ପରେ ଧୀରେ ଧୀରେ ଚାପର ମାତ୍ରା ବଢାନ୍ତୁ। ଏପରି ଅନ୍ୟ ହାତରେ ମଧ୍ୟ କରନ୍ତୁ। ଏପରି କରିବା ଦ୍ୱାରା ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ମିଳିବ।

 

ଅଣ୍ଟା ମସାଜ :

ପେଟ ମାଡି ଶୋଇବା ପରେ କାହାକୁ କହି ଅଣ୍ଟାର ମସାଜ କରନ୍ତୁ। ଅଣ୍ଟା ତଳକୁ ଥିବା ପଏଣ୍ଟରେ ଚାପ ପକାଇବା ଦ୍ୱାରା ମଧ୍ୟ ଆରାମ ମିଳିଥାଏ।

2

ପଞ୍ଝା ମସାଜ :

ଆପଣଙ୍କର ଯେଉଁ ପାର୍ଶ୍ୱ ଅଣ୍ଟା ଯନ୍ତ୍ରଣା ହେଉଥାଏ ସେହି ସାଇଟ୍‌ ଗୋଡର ପଞ୍ଝାକୁ ହାତରେ ଜୋରରେ ଚାପ ପକାନ୍ତୁ। ଏପରି କରିବା ଦ୍ୱାରା ମଧ୍ୟ ଅଣ୍ଟା ଯନ୍ତ୍ରଣାରୁ ଆରାମ ମିଳିଥାଏ।

Leave A Reply

Your email address will not be published.