ପୁଣି ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦର, ଜାଣନ୍ତୁ କେଉଁ ରାଜ୍ୟରେ ରହିଛି କେତେ ଦାମ୍‌

ନୂଆଦିଲ୍ଲୀ: ଆଜିଠୁ ଘରୋଇ ରନ୍ଧନ ଗ୍ୟାସ୍‌ର ମୂଲ୍ୟ ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିବା ପରେ କେନ୍ଦ୍ର ସରକାର ୧୪ କିଲୋ ବିଶିଷ୍ଟ ଅଣ ସବସିଡ଼ି ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ୧୫ ଟଙ୍କା ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଦର ଆଜିଠାରୁ ସମଗ୍ର ଦେଶରେ ଲାଗୁ ହୋଇଛି।

ଏହାସହ ପଢ଼ନ୍ତୁ : ଆଜିଠୁ ଶସ୍ତା ହେଲା ଚାରିଚକିଆ ଯାନ, ଦେଖନ୍ତୁ କେଉଁ ଗାଡ଼ିର କେତେ କମିଲା ଦର

ମୂଲ୍ୟ ବୃଦ୍ଧି ପରେ ଆଜି ଦିଲ୍ଲୀରେ ସିଲିଣ୍ଡର ପିଛା ଦର ୬୦୫ ଟଙ୍କା ହୋଇଥିବା ବେଳେ କୋଲକାତାରେ ୬୩୦ ଟଙ୍କା, ମୁମ୍ବାଇରେ ୫୭୪.୫୦ ଟଙ୍କା ଓ ଚେନ୍ନାଇରେ ୬୨୦ ଟଙ୍କା ହୋଇଛି। ସେହିପରି ୧୯ କିଲୋ ସିଲିଣ୍ଡରର ଦାମ୍‌ ଦିଲ୍ଲୀରେ ୧୦୮୫ ଟଙ୍କା ଥିବା ବେଳେ କୋଲକାତାରେ ୧୧୩୯.୫୦ ଟଙ୍କା, ମୁମ୍ବାଇରେ ୧୦୩୨.୫୦ ଟଙ୍କା ଓ ଚେନ୍ନାଇରେ ୧୧୯୯ ଟଙ୍କା ରହିଛି। ତେବେ ୩୦ ଦିନ ମଧ୍ୟରେ ଘରୋଇ ରନ୍ଧନ ଗ୍ୟାସ୍‌ ମୂଲ୍ୟରେ କେନ୍ଦ୍ର ସରକାର ଦ୍ୱିତୀୟ ଥର ପାଇଁ ବୃଦ୍ଧି କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.