ଗରବା ପାଇଁ ମହିଳାମାନେ ନିଜ ପିଠିରେ ବନାଇଲେ ମୋଦି ଏବଂ ଟ୍ରମ୍ପ ଟାଟୁ

ଗୁଜରାଟରେ ନବରାତ୍ର ଉତ୍ସବ ପାଇଁ ଗରବାର ସାଜ ସଜ୍ଜାରେ ଏଥର ଟାଟୁର ଟ୍ରେଣ୍ଡ ପରିବର୍ତ୍ତନ ହୋଇଛି। ମହିଳାମାନେ ନିଜ ପିଠିରେ ହାଉଡି ମୋଦି କାଯ୍ୟର୍କ୍ରମ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପଙ୍କ ମିଟିଙ୍ଗ, ଚନ୍ଦ୍ରଯାନ ୨, ଆର୍ଟିକିଲ ୩୭୦, ୩୫ଏ ଏବଂ ସଂସୋଧିତ ମୋଟର ଭେଇକିଲ ଆକ୍ଟର ନିୟମ ସମେତ ପର୍ଯାବରଣ ରକ୍ଷା କରିବା ଭଳି ଘଟଣାରେ ଟାଟୁ କରିଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନିକଟରେ ୟୁନାଇଟେଡ୍‌ ନେସନର ମହାସଭାରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସାକ୍ଷାତ୍‌ କରିଥିଲେ। ଏହି ସାକ୍ଷାତର ଜାଦୁର ପ୍ରଭାବ ପିଏମଙ୍କ ନିଜ ରାଜ୍ୟ ଗୁଜରାଟରେ ବହୁତ ସଂଖ୍ୟାରେ ଦେଖିବାକୁ ମିଳୁଛି।

Navratri-tattooସୁରତରେ ନବରାତ୍ରୀ ଉତ୍ସବକୁ ନେଇ ଯୁବଗୋଷ୍ଠିଙ୍କ ମଧ୍ୟରେ ଖାସ୍‌ ଉତ୍ସାହ ଦେଖିବାକୁ ମିଳିଛି। ଏଠାରେ ଗରବାରେ ସାମିଲ ହେଉଥିବା ଯୁବକ ଏବଂ ଯୁବତୀଙ୍କ ପିଠି, ହାତ ଏବଂ କାନ୍ଧରେ ବିଭିନ୍ନ ପ୍ରକାର ଟାଟୁ ଦେଖିବାକୁ ମିଳୁଛି। ଟାଟୁ ଆର୍ଟିଷ୍ଟ ଦର୍ଶନ ଗୋବିଲଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ନବରାତ୍ରୀ ଉତ୍ସବ ଅକ୍ଟୋବର ୭ ତାରିଖ ଯାଏଁ ଚାଲିବ। ଗରବା ପାଇଁ କରାଯାଉଥିବା ଏହି ଟାଟୁ ଗୋଟିଏରୁ ଦୁଇ ଦିନ ବା ତାଠାରୁ ଅଧିକ ଦିନ ପର୍ଯ୍ୟନ୍ତ ରହିବ।

Leave A Reply

Your email address will not be published.