୭ ବର୍ଷର ବାଳକ ଖୋଲିଲେ ନିଜର ଏକ କମ୍ପାନୀ, ଏହିଭଳି କମାଇଲେ ୧୪ ଲକ୍ଷ ଟଙ୍କା!

କାଲିଫର୍ଣ୍ଣିଆର ୭ ବର୍ଷର ଜଣେ ବାଳକ ରୟାନ୍‌ ହିକମେନ୍‌ ଏହା ପ୍ରମାଣିତ କରି ଦେଖାଇଛନ୍ତି ଯେ ବିଜନେସ୍‌ କରିବା ପାଇଁ ବୟସ କୌଣସି ଗୁରୁତ୍ୱ ରଖେ ନାହିଁ। ରୟାନ୍‌ କେବଳ ୨ ଲକ୍ଷ ପ୍ଲାଷ୍ଟିକ୍‌ ବୋତଲ ଏବଂ ଡବାକୁ ପୁନଃବ୍ୟବହାର ସାପେକ୍ଷ କରିନାହାନ୍ତି, ବରଂ ଏଥିରୁ ସେ ୧୪ ଲକ୍ଷ ଟଙ୍କା ବି କମାଇଛନ୍ତି।

boy2

ରୟାନ୍‌ ହିକମେନ୍‌ଙ୍କ କାହାଣୀ ଏବେ ଦେଶବାସୀଙ୍କ ପାଇଁ ମିସାଇଲ୍‌ ବନିଯାଇଛି। ଯେତେବେଳେ ସେ ସାଢ଼େ ୩ ବର୍ଷର ଥିଲେ, ସେତେବେଳେ ତାଙ୍କ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଥିଲା। ସେହି ସମୟରେ ସେ ପ୍ରଥମ ଥର କାଲିଫର୍ଣ୍ଣିଆର ରିପ୍ଲାନେଟ୍‌ ରିସାଇକ୍ଲିଙ୍ଗ୍‌ ସେଣ୍ଟର ପରିଭ୍ରମଣରେ ଯାଇଥିଲେ। ସେବେଠାରୁ ରୟାନ୍‌ଙ୍କୁ ରିସାଇକ୍ଲିଙ୍ଗ୍‌ର ନିଶା ଚଢ଼ିଯାଇଥିଲା।

boy3

ସେ କୁହନ୍ତି, ପଶୁମାନଙ୍କୁ ବଞ୍ଚାଇବା ପାଇଁ ସେ ଏପରି କରିଛନ୍ତି। ଯେତେବେଳେ ବୋତଲ ସମୁଦ୍ରରେ ଭାସୁଥାଏ, ସେତେବେଳେ ସାମୁଦ୍ରିକ ଜୀବମାନେ ଏହାକୁ ଖାଇ ରୋଗରେ ପଡ଼ିଥାଆନ୍ତି ଏବଂ ଶେଷରେ ସେମାନଙ୍କ ମୃତ୍ୟୁ ଘଟିଥାଏ। ରୟାନ୍‌ ନିଜ ସଉକରେ ରିସାଇକ୍ଲିଙ୍ଗ୍‌ ଆରମ୍ଭ କରିଥିଲେ, ଯାହାକି ଏକ ବଡ଼ ବିଜନେସ୍‌ ବନିଯାଇଛି। ସେ କମ୍ପାନୀର ସିଇଓ ଅଛନ୍ତି। ଏଠାରେ ପାଖାପାଖି ୫୦ରୁ ଅଧିକ ଲୋକ କାମ କରୁଛନ୍ତି।

boy4

ଏହାସହ ପଢ଼ନ୍ତୁ: ଏ ହେଉଛନ୍ତି ଦୁନିଆର ସବୁଠୁ ସୁନ୍ଦରୀ ଟ୍ୟାକ୍ସି ଡ୍ରାଇଭର! ଜାଣନ୍ତୁ ତାଙ୍କ ବିଷୟରେ

ରୟାନ୍‌ କହିଛନ୍ତି, ବାପା, ମା’ ଏହି ପଇସାକୁ ତାଙ୍କ ପାଠପଢ଼ା ପାଇଁ ବଞ୍ଚେଇବାକୁ କହିଛନ୍ତି। କିନ୍ତୁ ସେ ଟ୍ରକ୍‌ କିଣିବାକୁ ଚାହୁଁଛନ୍ତି, ଯଦ୍ଦ୍ଵାରା ଅଳିଆ ଉଠାଯାଇପାରିବ। ତାଙ୍କ ବାପା, ମା’ ତାଙ୍କୁ ସବୁବେଳେ ସପୋର୍ଟ କରିଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.