ଅନଲାଇନରେ ମଗାଇଥିବା ଫୋନ ଅସଲି ନା ନକଲି କେମିତି ଜାଣିବେ, ଆପଣାନ୍ତୁ ଏହି ଟ୍ରିକ

ଭାରତୀୟ ବଜାରରେ ଶସ୍ତା ଠାରୁ ଆରମ୍ଭ କରି ପ୍ରିମିୟମ ପର୍ଯ୍ୟନ୍ତ ବିଭିନ୍ନ କିସମର ସ୍ମାର୍ଟ ଫୋନ ଉପଲବ୍ଧ ହେଉଛି । ଏତେ କିସମର ଫୋନ ମିଳୁଥିବାରୁ ଭାରତୀୟ ମାନେ ଫୋନ ଚୟନ କରିବାରେ ମଧ୍ୟ ବେଶ ଅସୁବିଧା ମନେକରନ୍ତି । କୋଉ ଫୋନ କିଣିବେ କୋଉଟା କିଣିବେନି ଏଥି ନେଇ ବହୁ ସମୟରେ ଦ୍ବନ୍ଦରେ  ପଡିଯାନ୍ତି । ଏହା ଛଡା ଆମାଜନ ଓ ଫ୍ଲିପକାର୍ଟ  ପରି ସଂସ୍ଥା ପୂଜା ସମୟରେ ଆକର୍ଷଣୀୟ ଅଫର ମାନ ମଧ୍ୟ ଦେଉଛନ୍ତି । ଯାହା ଫଳରେ ଲୋକଙ୍କଠାରେ ନୂଆନୂଆ ଜିନିଷ କିଣିବା ନେଇ ଏକ ଉତ୍ସାହ ବଢେ |

କିନ୍ତୁ ଭାବନ୍ତୁ ତ ଯଦି ଆପଣ କିଣିଥିବା ଜିନିଷ ନକଲି ହୁଏ ତେବେ କଣ କରିବେ |  କିନ୍ତୁ ଆପଣ ଜାଣନ୍ତିକି ବିଭିନ୍ନ ଅନଲାଇନ ସାଇଟ ମାନଙ୍କରେ ବ୍ରାଣ୍ଡେଡ ଫୋନର ଟ୍ୟାଗ ଲଗାଯାଇ ନକଲି ଫୋନ ମାନ ଵିକ୍ରି କରାଯାଉଛି । ତେଣୁ କରି ଏହି ସମୟରେ ସତର୍କ ରହିବା ନିହାତି ଜରୁରୀ ନଚେତ ଆପଣ ଏକ ବଡ ଠକାମୀରେ ପଡିପାରନ୍ତି । ଆମେ ଆପଣଙ୍କୁ ଏପରି ଏକ ଟ୍ରିକ  ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରି ଆପଣ ସହଜରେ ଜାଣିପାରିବେ ଯେ ଆପଣ ମଗାଇଥିବା ସ୍ମାର୍ଟ ଫୋନ ପ୍ରକୃତରେ ଅସଲି ନା ନକଲି ।

ଟେଲି କମ୍ୟୁନିକେସନ ଡିପାର୍ଟମେଣ୍ଟ ଏପରି ଏକ ସହଜ ଟେକନିକ ବାହାର କରିଛି ଯାହା ଦ୍ୱାରା ଆପଣଙ୍କୁ ଅସଲି ଓ ନକଲି ସ୍ମାର୍ଟ ଫୋନର ଗୁଣାବତ୍ତା ସମ୍ପର୍କରେ ସହଜରେ ଜାଣିପାରିବେ । ଯଦି ଆପଣ ବି ଆପଣଙ୍କ ଫୋନ ଚିହିଁବାକୁ ଚାହୁଁଛନ୍ତି ତେବେ ତରିକା ନିଶ୍ଚିତ ଆପଣାନ୍ତୁ ।  ଏକ ମେସେଜ ମାଧ୍ୟମରେ ଜାଣି ପାରିବେ । ଏହା ସହ ଆପଣ C- DOT ଶୈଳୀର ବ୍ୟବହାର ମଧ୍ୟ କରିପାରିବେ । ମେସେଜ ମାଧ୍ୟମରେ ଆପଣ ପ୍ରଥମେ KYM ଲେଖି ସ୍ପେସ ଦିଅନ୍ତୁ । ପରେ ୧୫ ଅକ୍ଷର ବିଶିଷ୍ଟ ଆଇଏମଇଆଇ କୋର୍ଡ ଏଣ୍ଟର କରନ୍ତୁ ।

ଏଥି ସହ ପଢନ୍ତୁ: ସାଇବର କ୍ରାଇମ୍‌ ରୋକିବାକୁ ଏକାଠି ହେଲେ ଏହି ୭ କମ୍ପାନୀ, ଗୁଗଲ୍‌ ଠାରୁ ନେବେ ସାହାଯ୍ୟ

ଏହାକୁ ୧୪୪୨୨ ନମ୍ବରକୁ ସେଣ୍ଡ କରିଦିଅନ୍ତୁ । ଯଦି ଆପଣଙ୍କୁ ନିଜ ଫୋନର ଆଇଏମଇଆଇ ନମ୍ବରଟି ଜଣା ନାହିଁ ତେବେ *#୦୬# ନମ୍ବରକୁ ଡାୟଲ କରିପାରନ୍ତି । ଏହା ବ୍ୟତୀତ ବକ୍ସ ଉପରେ ମଧ୍ୟ ନମ୍ବର ପ୍ରିଣ୍ଟ ହୋଇଥାଏ । ଏସଏମଏସ ପଠାଇବା ପରେ ଆପଣଙ୍କ ପାଖକୁ ଏକ ମେସେଜ ଆସିବ । ଯେଉଁଥିରେ ଫୋନ କମ୍ପାନୀ ବ୍ୟତୀତ ଆହୁରି ବହୁ ତଥ୍ୟ ଆପଣଙ୍କୁ ମିଳିପାରିବ । ମେସେଜ ବ୍ୟତୀତ ଆପଣ KYM (know your mobile)  ମୋବାଇଲ ଆପ ମାଧ୍ୟମରେ ମଧ୍ୟ ନିଜ ଫୋନର ଯାଞ୍ଚ କରିପାରିବେ ।

ଏହି ଆପ ମାଧ୍ୟମରେ ଆପଣଙ୍କୁ ଆପଣଙ୍କ ଫୋନର ପୁରା ତଥ୍ୟ ମିଳିଯିବ । ଯଦି ଆପଣଙ୍କ ଫୋନରେ ଆଇଏମଇଆଇ ନମ୍ବର ଦେଖାଉନି ବା ବ୍ଲକ ଆସୁଛି ତେବେ ଜାଣିବେ କି ଆପଣଙ୍କ ଫୋନ ନକଲି । ତେବେ ଆପଣ ଏକ ସାଙ୍ଘାତିକ ଠକାମିର ଶିକାର ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.