Below header

ଜୀବନର ପ୍ରତିବନ୍ଧକକୁ ଖାତିର୍ ନକରି ଉଦାହରଣ ପାଲଟିଛନ୍ତି ଦିପଜ୍ୟୋତି

କେବିସି ସୋ’ର ସବୁଠାରୁ ବିଶେଷ କଥା ହେଉଛି ଏହି ସୋ’ ରେ ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ଶ୍ରେଣୀର ଲୋକମାନେ ଯୋଗ ଦେବା ସହ ନିଜର ଟ୍ୟାଲେଣ୍ଟ ଅନୁସାରେ ଲୋକମାନେ ଟଙ୍କା ଜିତିଥାନ୍ତି। ଚଳିତ ବର୍ଷ କେବିସି ସୋ’ର ଏହି ସିଜିନ୍ ରେ ଏପରି କିଛି ଦେଖିବାକୁ ମିଳିଛି। ଅନେକ ସମସ୍ୟା ମଧ୍ୟରେ ଜୀବନରେ ଆଗକୁ ବଢିଥିବା ଦିପଜ୍ୟୋତି ମଧ୍ୟ ଏଭଳି ଜଣେ ପ୍ରତିଯୋଗୀ, ଯାହାଙ୍କ ଜୀବନର କାହାଣୀ ଅନେକ ଲୋକମାନଙ୍କ ପାଇଁ ଉଦାହରଣ ପାଲଟିଛି।

kbcଦିପଜ୍ୟୋତିଙ୍କ କହିବା ଅନୁଯାୟୀ, ତାଙ୍କ ପିତାଙ୍କର ବ୍ୟବସାୟରେ କ୍ଷତି ହେବାପରେ ସେ ଘର ଛାଡି ଚାଲିଯାଇଥିଲେ। ଏହା ବ୍ୟତୀତ ତାଙ୍କ ବଡ଼ ଭାଇଙ୍କର ମଧ୍ୟ ମୃତ୍ୟୁ ହୋଇସାରିଛି। ଏହାପରେ ମଧ୍ୟ ସେ ଜୀବନରେ ହାର୍ ନମାନି କେବିସି ସୋ’ ରେ ଯୋଗ ଦେବା ପାଇଁ ସ୍ଥିର କରିଥିଲେ। ଦିପଜ୍ୟୋତି ଜଣେ ଶିକ୍ଷିତ ଏବଂ ସେ ପାଠ ମଧ୍ୟ ପଢୁଛନ୍ତି। ଏହି ସୋ’ରେ ଅମିତାଭ୍ ତାଙ୍କୁ ୫୦ ଲକ୍ଷର ପ୍ରଶ୍ନ ପଚାରିଥିବାର ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ ଏହି ଗେମ୍ ରେ ଦିପଜ୍ୟୋତି ସବୁଠାରୁ ବଡ ଅର୍ଥ ରାଶି ଜିତିବାରେ ସଫଳ ହୋଇଛନ୍ତି। ଏହା ପୂର୍ବରୁ କେବିସିର ନୂଆ ଟିଜର ଜାରି କରାଯାଇଛି। ଏହି ଟିଜରରେ ପ୍ରତିଯୋଗୀ ଦିପଜ୍ୟୋତି, ମାଧୁରୀ ଅସାତି ଏବଂ ସୁରଭି ଦଭେଙ୍କୁ ମା’ ଦୁର୍ଗାଙ୍କ ତିନି ରୂପ କୁହାଯାଇ ପରିଚିତ କରାଯାଇଥିଲା। ଯାହା ମଧ୍ୟରେ ଦବ୍ୟଜ୍ୟୋତିଙ୍କ ପିତା ନାହାନ୍ତି, ମାଧୁରୀ ନିଜ ପିତାଙ୍କୁ ଗର୍ବିତ କରିବାକୁ ଚାହାଁନ୍ତି, ସେହିପରି ସୁରଭି ମଧ୍ୟ ନିଜ ପୁତ୍ରକୁ ଏକୁଟିଆ ପାଳିଛନ୍ତି।

ଏହାସହ ପଢନ୍ତୁ: ଅକ୍ଷୟ କୁମାର ସେୟାର କଲେ ସଙ୍ଗ୍‌ ‘ବାଲା’ ର ଟିଜର

ରିପୋର୍ଟ ଅନୁଯାୟୀ ଅମିତାଭ୍ ବଚ୍ଚନଙ୍କ ଏହି ସୋ’ ‘କନ୍ ବନେଗା କରୋଡ ପତି’ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ରାତି ୯ ଟାରେ ସୋନି ଟିଭିରେ ପ୍ରସାରିତ ହୋଇଥାଏ। ୧୯ ବର୍ଷ ଧରି ଚାଲୁଥିବା ଏହି ସୋ’ ଅନେକ ଲୋକମାନଙ୍କର ଭାଗ୍ୟ ମଧ୍ୟ ପରିବର୍ତ୍ତନ କରିପାରିଛି। କେବିସି ର ଏହି ସିଜିନ୍ ରେ ଦୁଇ ଜଣ ଲୋକ କୋଟିପତି ହୋଇସାରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ବ୍ୟକ୍ତି ୭ କୋଟି ଟଙ୍କା ଜିତି ପାରିନାହାନ୍ତି।

https://www.instagram.com/p/B3WVC31FQzz/?utm_source=ig_web_copy_link

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.