ବିରାଟ କୋହଲିଙ୍କ ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ। କେବଳ ନାଁ ହିଁ ତାଙ୍କୁ ଚିହ୍ନିବା ପାଇଁ ଯଥେଷ୍ଟ। ବିରାଟ କୋହଲି କହିଲେ ସମସ୍ତେ ତାଙ୍କୁ କ୍ରିକେଟ୍ ଜଗତର ଅଧିନାୟକ ବୋଲି ଚିହ୍ନିଥାନ୍ତି। ତେବେ ନିକଟରେ ବିରାଟ ଅନୁଷ୍କା ଶର୍ମାଙ୍କୁ ନେଇ କହିଥିବା କଥା ଏବେ ଚର୍ଚ୍ଚାର ପରିସରକୁ ଆସିଛି।
ଗଣମାଧ୍ୟମକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ସମୟ ମିଳିଲେ ସେ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଲଙ୍ଗ୍ ଡ୍ରାଇଭ୍ରେ ନେବାକୁ ପସନ୍ଦ କରିବେ। ସେ କହିଛନ୍ତି ବ୍ୟସ୍ତ ହେବା ଯୋଗୁ ଆମେ ଏକାଠି ଲଙ୍ଗ୍ ଡ୍ରାଇଭ୍ରେ ଯାଇପାରୁନାହୁଁ।
ତେବେ ଲଙ୍ଗ୍ ଡ୍ରାଇଭ୍ରେ ସେ କୁଆଡ଼େ ଯିବାକୁ ଚାହୁଁଛନ୍ତି ପଚରାଯିବାରୁ ବିରାଟଙ୍କ ଉତ୍ତର ଥିଲା ଏମିତି। ସେ କହିଥିଲେ ଯେ ଆମେ ଲଙ୍ଗ୍ ଡ୍ରାଇଭ୍ରେ ଯିବା ପୂର୍ବରୁ କୁଆଡେ ଯିବୁ ସେ ବିଷୟରେ ଚିନ୍ତା କରିନଥାଉ। କେବଳ କାର୍ରେ ବସି ଏକ ଲମ୍ବା ରାସ୍ତାରେ ଦୂରକୁ ଏକାଠି ଯାଉ। ଯେତେବେଳେ ବୁଲି ବୁଲି ଲାଗେ ଯେ ବହୁତ ବୁଲା ହୋଇଗଲା, ସେତେବେଳେ ଆମେ ଫେରିଆସୁ। ଆମେ ପ୍ରାୟତଃ ରାତିରେ ଗହଳି କମ୍ ଥିବାରୁ ଲଙ୍ଗ୍ ଡ୍ରାଇଭ୍ରେ ଯିବାକୁ ପସନ୍ଦ କରୁ।
ଏହାସହ ପଢ଼ନ୍ତୁ: ଅମ୍ବାନୀ ପରିବାରର ଦୀପାବଳି ପାର୍ଟିରେ ହିଜେଲଙ୍କ ସହ ନଜର ଆସିଲେ ଯୁବରାଜ, ଭାଇରାଲ ହେଉଛି ଫଟୋ
ମୁମ୍ବାଇରେ ଏକ ଲଗଜ୍ୟୁରି କାରର ବ୍ରାଣ୍ଡ ଆମ୍ବାସାଡାର ଭାବେ ଅଡ଼ି ଏ୬ର ଲଞ୍ଚ୍ ଅବସରରେ ବିରାଟ ଏଭଳି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲଙ୍ଗ୍ ଡ୍ରାଇଭ୍ରେ ଯିବା ବେଳେ ଏକ ଭଲ ଗୀତ ଓ ଭଲ ପାଗ ଥିବା ଆବଶ୍ୟକ। ଏବେ ମୁଁ ଯେତେବେଳେ ବି ଘରକୁ ଯିବି ଲଙ୍ଗ୍ ଡ୍ରାଇଭ୍ରେ ନିଶ୍ଚୟ ଯିବି ବୋଲି କହିଛନ୍ତି କୋହଲି।