ଯୁବକଙ୍କ କାନ ଭିତରେ ବୁଢ଼ିଆଣୀ କରୁଥିଲା ଏଭଳି କାମ, ଡାକ୍ତର ଜାଣିବା ପରେ ଉଡ଼ିଗଲା ହୋସ୍‌

ଲି ନାମକ ଚୀନର ଜଣେ ଯୁବକଙ୍କ ସହ ଏମିତି ଏକ ଘଟଣା ଘଟିଛି, ଯାହା ବିଷୟରେ ଶୁଣିଲେ ଆପଣ ହତବାକ୍ ହୋଇଯିବେ। ଦୀର୍ଘଦିନ ଧରି ଲିଙ୍କ କାନରେ କୁଣ୍ଡେଇ ହେଲା ଭଳି ଅନୁଭୂତ ହେଉଥିଲା। କାନ ଭିତରେ କିଛି ହଲଚଲ ହେଉଥିବା ତାଙ୍କୁ ମନେ ହେଉଥିଲା। ପ୍ରଥମେ ପ୍ରଥମେ ଲି ଏହାକୁ ଛୋଟ ଘଟଣା ବୋଲି ଭାବୁଥିଲେ, କିନ୍ତୁ ଯନ୍ତ୍ରଣା ଲାଗିରହିବାରୁ ସେ ଡାକ୍ତରଙ୍କ ପାଖକୁ ଗଲେ।

ଡାକ୍ତର ମାଇକ୍ରୋସ୍କୋପ୍ ମାଧ୍ୟମରେ ଲିଙ୍କ କାନକୁ ଯାଞ୍ଚ କରିଥିଲେ। କାନ ଭିତରେ ଡାକ୍ତର ଯାହା ଦେଖିଲେ, ସେ ଚକିତ ହୋଇଗଲେ। ଡାକ୍ତରଙ୍କ କହିବା ଅନୁସାରେ, କାନ ଭିତରେ ଏକ ଜିଅନ୍ତା ବୁଢ଼ିଆଣୀ ବୁଲୁଥିଲା, ଯିଏକି କାନ ଭିତରେ ଘର ବନେଇବାକୁ ପ୍ରସ୍ତୁତ ହେଉଥିଲା।

aa1

ବୁଢ଼ିଆଣୀ ଯେତେବେଳେ ଲଗାତାର ଜାଲ ବୁଣୁଥିଲା, ସେହି ସମୟରେ ଲିଙ୍କୁ କୁଣ୍ଡେଇ ହେଉଥିଲା। ଡାକ୍ତର ଚିମୁଟା ସାହାଯ୍ୟରେ ବୁଢ଼ିଆଣୀକୁ କାନରୁ ବାହାର କରିବା ପାଇଁ ସଂଘର୍ଷ କରିଥିଲେ। କିନ୍ତୁ ବୁଢ଼ିଆଣୀଟି ବାହାରି ନ ଥିଲା। ଏହାପରେ ସେ ଲୁଣ ପାଣିକୁ କାନ ଭିତରେ ପକାଇଥିଲେ। ଆଉ ଏଥିରେ ବୁଢ଼ିଆଣୀ ବାହାରକୁ ଚାଲି ଆସିଥିଲା।

ଏହାସହ ପଢ଼ନ୍ତୁ: ଏଠାରେ ଝିଅ ହୋଇଥାଏ ନିଜ ମା’ର ହିଁ ସଉତୁଣୀ! ଜାଣନ୍ତୁ କେଉଁଠି ରହିଛି ଏଭଳି ଅଜବ ପରମ୍ପରା

ଡାକ୍ତର ଜଣକ ଏହି ଘଟଣାର ଏକ ଭିଡିଓ ବନାଇ ସୋସିଆଲ ମିଡିଆରେ ଶେୟାର କରିଥିଲେ। ସେ ଲୋକଙ୍କୁ ସଚେତନ କରିବା ପାଇଁ ଭିଡିଓଟିକୁ ୟୁଜର୍ସଙ୍କୁ ଦେଖାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.