Below header

ଏହି ପାଞ୍ଚଟି ରହସ୍ୟମୟ ବିଚିତ୍ର ପ୍ରାଣୀଙ୍କ ବିଷୟରେ ଶୁଣିଲେ ଆପଣଙ୍କର ମଧ୍ୟ ଟାଙ୍କୁରି ଉଠିବ ଲୋମ

ପୃଥିବୀପୃଷ୍ଠରେ ଏମିତି ଅନେକ ଅଦ୍ଭୁତ ଜୀବଜନ୍ତୁ ରହିଛନ୍ତି ଯାହାର ସ୍ୱରୂପ ଏବେ ବି ରହସ୍ୟ ଘେରରେ। ଏହି ଭୟାନକ ପ୍ରାଣୀମାନେ ଏବେ ଦେଖିବାକୁ ମିଳୁନଥିଲେ ମଧ୍ୟ ସେମାନଙ୍କ ଅସ୍ତିତ୍ୱର ପ୍ରମାଣ ଆଜି ବି ଅନେକ ସ୍ଥାନରେ ରହିଛି। କିଛି ଲୋକ ଏହାକୁ ଗୁଜବ ଭାବୁଥିବା ବେଳେ ବୈଜ୍ଞାନିକମାନେ କିନ୍ତୁ ପୂର୍ବକାଳରେ ବିଶାଳ ଓ ଅଦ୍ଭୁତ ପ୍ରାଣୀ ଥିବା ସ୍ୱୀକାର କରିଛନ୍ତି। ଆଜି ଆମେ ଆପଣଙ୍କୁ ସେହିଭଳି କେତେକ ରହସ୍ୟମୟ ତଥା ବିଚିତ୍ର ଜୀବଙ୍କ ବିଷୟରେ କହିବାକୁ ଯାଉଛୁ…

ଲିଜାର୍ଡ ମ୍ୟାନ୍‌:

ଲିଜାର୍ଡ ମ୍ୟାନ୍‌ ନାଁରୁ ହିଁ ଆପଣ ବୁଝିସାରିଥିବେଣି ଯେ ଏହି ପ୍ରାଣୀଟି ସରୀସୃପ ଶରୀର ଥିବା ଏକ ମାନବ। ୧୯୮୮ ମସିହା ଜୁନ୍‌ ୨୦ ତାରିଖରେ ଦକ୍ଷିଣ କେରୋଲିନାର ଲି କାଉଣ୍ଟିର ସ୍ୱାମ୍ପଲ୍ୟାଡ୍‌ରେ ଏହି ପ୍ରାଣୀ ଦେଖିବାକୁ ମିଳିଥିଲା। ସବୁଜ ରଙ୍ଗର ଏହି ବିଚିତ୍ର ପ୍ରାଣୀର ଲମ୍ବା ୭ ଫୁଟ୍‌ ୨ ଇଞ୍ଚ ଥିଲା। ରିପୋର୍ଟ ମୁତାବକ ଏହି ଜୀବନ ଗୋଡ଼ ଓ ହାତରେ ତିନିଟି ଆଙ୍ଗୁଠି ରହିଥିଲା। ଏହା କାନ୍ଥ ଓ ଛାତରେ ସହଜରେ ଚଢ଼ିପାରୁଥିଲା। ଜଣେ ବ୍ୟକ୍ତି ରାତିରେ ଘରକୁ ଫେରିବା ବେଳେ ଏହି ଜୀବକୁ ଦେଖିଥିଲେ। ଏହା ଖୁବ୍‌ ଆକ୍ରମକ ଓ ରାଗି ବୋଲି ବ୍ୟକ୍ତି ଜଣକ କହିଥିଲେ। ତେବେ ପରେ ଏନେଇ ତନାଘନା ଚାଲିଥିଲେ ମଧ୍ୟ ସତରେ ଏଭଳି କୌଣସି ଜୀବ ଅଛି କି ନା’ ତାହା ଏବେ ବି ସନ୍ଦେହ ଘେରରେ।

ଜର୍ସି ଡେଭିଲ୍‌:

ଏହି ରହସ୍ୟମୟ ବିଚିତ୍ର ପ୍ରାଣୀ ସମ୍ପର୍କରେ ୧୮୦୦ରୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ବିଭିନ୍ନ କଥା ଶୁଣିବାକୁ ମିଳେ। ଏହାକୁ ନ୍ୟୁ ଜର୍ସିର ଦକ୍ଷିଣାଞ୍ଚଳରେ ଦେବଦାରୁ ବୃକ୍ଷ ଥିବା ଜଙ୍ଗଲରେ ଦେଖିବାକୁ ମିଳିଥିଲା। ଏହି ଜନ୍ତୁର ଦୁଇଟି ଗୋଡ଼, ପଞ୍ଝା ଓ ଘୋଟକ ଭଳି ମୁହଁ ଥିବା କୁହାଯାଉଛି। ଏହି ବିଚିତ୍ର ପ୍ରାଣୀ ବିଷୟରେ କୁହାଯାଏ ଯେ ଯେତେବେଳେ ଏକ ପିଶାଚୀ ନିଜ ୧୩ ତମ ଛୁଆ ଜନ୍ମ ଦେଉଥିଲା ସେହି ସମୟରେ ସେ ଏକ ସୈତାନକୁ ଉଠାଇଦେଇଥିଲା। ଜନ୍ମ ହେବା ପରେ ନବଜାତକର ଶରୀର ବିଚିତ୍ର ଢଙ୍ଗରେ ବଦଳିଗଲା। ତାହା ପରେ ଜର୍ସି ଡେଭିଲ୍‌ ଭାବେ ପରିଚିତ ହୋଇ ବିଭିନ୍ନ ଦମନଲୀଳା ଚଲାଉଥିଲା।

ଫ୍ଲାଟ୍‌ଉଡ୍‌ ମନ୍‌ଷ୍ଟର:

ଫ୍ଲାଟ୍‌ଉଡ୍‌ ମନ୍‌ଷ୍ଟର ଏକ ଅଦ୍ଭୁତ ପ୍ରାଣୀ। ଏହାକୁ ପଶ୍ଚିମ ଭର୍ଜିନିଆର ବ୍ରାକ୍ସଟାନ୍‌ କାଉଣ୍ଟିର ଫ୍ଲାଟ୍‌ଉଡ୍‌ କସ୍‌ବେ ଠାରେ ୧୯୫୨ ମସିହା ସେପ୍ଟେମ୍ବର ୧୨ ତାରିଖରେ ଦେଖିବାକୁ ମିଳିଥିଲା। ରିପୋର୍ଟ ମୁତାବକ ଏହି ଜୀବଟି ୧୦ ଫୁଟ୍‌ ଲମ୍ବା ଥିଲା ଓ ଏହାର ଚେହେରା ଲାଲ୍‌ ରଙ୍ଗର ଥିଲା। ଏହାର ଆଖି ପେଚା ଭଳି ଗୋଲ୍‌ ଗୋଲ୍‌ ଥିଲା। ସାଧାରଣ ଭାବେ ଏହା ଏକ ଲମ୍ବା ସ୍କର୍ଟ ପିନ୍ଧିଥିବା ଜୀବ ଭଳି ଦୃଷ୍ଟିଗୋଚର ହୋଇଥିଲା।

ଆଉଲ୍‌ମ୍ୟାନ୍‌:

ବ୍ରିଟେନ୍‌ର ମାବନେନ୍‌ କାର୍ଣ୍ଣିଭାଲ ଅଞ୍ଚଳରେ ଏହି ବିଚିତ୍ର ଜୀବ ପ୍ରଥମେ ଦେଖିବାକୁ ମିଳିଥିଲା। ୧୯୭୬ ମସିହାରେ ଏହି ଜୀବ ପ୍ରଥମେ ସାମ୍ନାକୁ ଆସିଥିଲା। ପେଚା ଭଳି ଦିଶୁଥିବା ଏହି ପ୍ରାଣୀର ନାମ ରଖାଯାଇଥିଲା ଆଉଲ ମ୍ୟାନ୍‌। ଏହା ମାବନେନ୍‌ ଚର୍ଚ୍ଚର ଟାଓ୍ଵାର ଉପରେ ଉଡୁଥିଲା। ୧୯୭୮ ମସିହାରେ ପୁଣିଥରେ ଏହି ଜୀବକୁ ସେହି ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଏହା ମଣିଷ ଭଳି ଲମ୍ବା ଥିଲା। ତେବେ ଏହି ଜୀବ ବିଷୟରେ ଆଜି ପର୍ଯ୍ୟନ୍ତ ସଠିକ୍‌ ଭାବେ ଜଣାପଡ଼ିନାହିଁ।

ଏହାସହ ପଢନ୍ତୁ: ତୁଳା ରାଶିରେ ଆଜି ପ୍ରବେଶ କରୁଛନ୍ତି ମଙ୍ଗଳ, ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ କି ପ୍ରଭାବ

ଗୋଟ୍‌ ମ୍ୟାନ୍‌:

ଗୋଟ୍‌ ମ୍ୟାନ୍‌ ନାଁରୁ ବୁଝି ହେଉଛି ଯେ ଏହି ଜୀବଟି ଛେଳି ଓ ମଣିଷଙ୍କ ମିିଶ୍ରଣ। ମଣିଷ ଭଳି ଶରୀର ଥିବା ଏହି ଜୀବର ମୁହଁ ଦେଖିବାକୁ ଛେଳି ଭଳି। ୧୯୫୭ ମସିହାରେ ପ୍ରଥମ ଥର ପାଇଁ ଆମେରିକାରେ ଏହି ଅଦ୍ଭୁତ ଜୀବକୁ ଦେଖିବାକୁ ମିଳିଥିଲା। ୧୯୬୨ ମସିହା ପର୍ଯ୍ୟନ୍ତ ଜନ୍ତୁଟି ଲୁଚି ରହିଥିଲା। କିନ୍ତୁ ସେହି ସମୟ ମଧ୍ୟରେ ଜୀବଟି ୧୨ରୁ ଊର୍ଦ୍ଧ୍ୱ ଛୁଆ ସମେତ ୨ଜଣ ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଜାଣିବାକୁ ମିଳିଥିଲା। ଏହି ଜୀବ ଲୋକଙ୍କୁ କୁରାଢ଼ୀରେ ହାଣି ହତ୍ୟା କରୁଥିଲା ଓ ଶବକୁ ଛୋଟ ଛୋଟ ଖଣ୍ଡରେ କାଟି ପକାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.